ମେ' ମାସରେ ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ କେଉଁ କେଉଁ ଦିନ ...

କିଛି ଗୁରୁତ୍ୱପୂର୍ଣ୍ଣ ବ୍ୟାଙ୍କ କାମ ରହିଛି କି? ତେବେ ତୁରନ୍ତ ସେଗୁଡ଼ିକ ଶେଷ କରିବାକୁ ଚେଷ୍ଟା କରନ୍ତୁ । କାରଣ ମେ ମାସରେ ୧୪ ଦିନ ପାଇଁ ବନ୍ଦ ରହିବ ବ୍ୟାଙ୍କ ଓ ଆପଣମାନେ ହୋଇପାରନ୍ତି ହଇରାଣ ।

Banks to remain close

କିଛି ଗୁରୁତ୍ୱପୂର୍ଣ୍ଣ ବ୍ୟାଙ୍କ କାମ ରହିଛି କି? ତେବେ ତୁରନ୍ତ ସେଗୁଡ଼ିକ ଶେଷ କରିବାକୁ ଚେଷ୍ଟା କରନ୍ତୁ । କାରଣ ମେ ମାସରେ ୧୪ ଦିନ ପାଇଁ ବନ୍ଦ ରହିବ ବ୍ୟାଙ୍କ ଓ ଆପଣମାନେ ହୋଇପାରନ୍ତି ହଇରାଣ । ୨୦୨୪ ମେ ମାସ ପାଇଁ ବ୍ୟାଙ୍କ ବନ୍ଦ ରହୁଥିବା ତାଲିକା ଜାରି କରିଛି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ।

ଏହି ତାଲିକାରେ କୁହାଯାଇଛି, ଆସନ୍ତା ମାସରେ ଭାରତର ବ୍ୟାଙ୍କଗୁଡିକ ୧୪ ଦିନ ପାଇଁ ବନ୍ଦ ରହିବ । ଏଥିରେ ଧାର୍ମିକ ଛୁଟି, ୨୦୨୪ ଲୋକସଭା ନିର୍ବାଚନ ଛୁଟି, ସମସ୍ତ ରବିବାର ଏବଂ ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ଛୁଟି ଅନ୍ତର୍ଭୁକ୍ତ । ତେବେ ଏହି ଛୁଟି ମଧ୍ୟରୁ କିଛି ସମ୍ପୁର୍ଣ୍ଣ ଦେଶର ବ୍ୟାଙ୍କ ପାଇଁ ଲାଗୁ ଥିବାବେଳେ, ଅନ୍ୟଗୁଡିକ କେବଳ କେତେକ ନିର୍ଦ୍ଦିଷ୍ଟ ରାଜ୍ୟ ପାଇଁ ଲାଗୁ ହେବ ।

ସମଗ୍ର ରାଜ୍ୟ ଓ ଖାସ୍ କରି ଓଡ଼ିଶାରେ କେବେ ରହିବ ବ୍ୟାଙ୍କ ବନ୍ଦ- ମେ ୫ ରବିବାର, ମେ ୧୧ ଦ୍ୱିତୀୟ ଶନିବାର, ମେ ୧୨ ରବିବାର ଓ ମେ ୧୯ ରବିବାର, ମେ ୨୩ରେ ବୁଦ୍ଧ ପୂର୍ଣ୍ଣିମା ପାଇଁ ଓଡ଼ିଶା ସହ ଅନ୍ୟା କିଛି ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ, ମେ ୨୫ ଚତୁର୍ଥ ଶନିବାର ଏବଂ ମେ ୨୬ ରବିବାର ଦିନ ସମଗ୍ର ରାଜ୍ୟରେ ବନ୍ଦ ରହିବ ବ୍ୟାଙ୍କ ।

ଏହାଛଡା ମେ ୧ରେ ଶ୍ରମିକ ଦିବସ ତଥା ମହାରାଷ୍ଟ୍ର ଦିବସ ପାଇଁ ମହାରାଷ୍ଟ୍ର ଓ ଅନ୍ୟ କିଛି ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ, ମେ ୭ରେ ଅହମ୍ମଦାବାଦ, ଭୋପାଲ, ପାନାଜୀ ଏବଂ ରାୟପୁରରେ ନିର୍ବାଚନ କାରଣରୁ ବନ୍ଦ ରହିବ ବ୍ୟାଙ୍କ । ସେହିପରି ମେ ୮ କୋଲକାତାରେ ରବୀନ୍ଦ୍ରନାଥ ଟାଗୋର ଜୟନ୍ତୀ କାରଣରୁ, ମେ ୧୦ରେ ଅକ୍ଷୟ ତୃତୀୟା ଯୋଗୁଁ ବେଙ୍ଗାଲୁରୁରେ ବ୍ୟାଙ୍କ ବନ୍ଦ ରହିବ ।

ମେ ୧୩ରେ ଶ୍ରୀନଗରେ ନିର୍ବାଚନ ପାଇଁ, ମେ ୧୬ରେ ଗ୍ୟାଙ୍ଗଟକରେ ଷ୍ଟେଟ୍ ଡେ ପାଳନ ପାଇଁ ଏବଂ ମେ ୨୦ ଲୋକସଭା ନିର୍ବାଚନ ପାଇଁ ମୁମ୍ବାଇ ଏବଂ ବେଲାପୁରରେ ବନ୍ଦ ରହିବ ବ୍ୟାଙ୍କ । ଏଣୁ ଆପଣମାନଙ୍କର କିଛି କାମ ଥିଲେ ଜଲଦି ଏହାକୁ ସାରି ଦିଅନ୍ତୁ ।