Advertisment

ତୁରନ୍ତ ସାରି ନିଅନ୍ତୁ କାମ, ଲଗାତାର ଏହି ୪ ଦିନ ବ୍ୟାଙ୍କ ବନ୍ଦ ରହିବ !

ବଜେଟ୍‌ ଉପସ୍ଥାପନ ପୂର୍ବରୁ ୪ ଦିନ ପାଇଁ ବନ୍ଦ ରହିପାରେ ବ୍ୟାଙ୍କ। ତେଣୁ ଆପଣଙ୍କର ବ୍ୟାଙ୍କରେ ଯଦି କିଛି ଜରୁରୀ କାମ ଅଛି, ତେବେ ତୁରନ୍ତ ଏଇ ମାସ ଶେଷ ସୁଦ୍ଧା ସାରି ଦିଅନ୍ତୁ।

ଅଦ୍ୟତନ ହୋଇଛି
Bank Holidays 2023: Banks Closed For 4 Days

Banks Closed For 4 Days

Advertisment

ଫେବୃଆରୀ ୧ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ର ବଜେଟ୍‌(Budget 2023) ଉପସ୍ଥାପନା କରିବେ। ତେବେ ବଜେଟ୍‌ ଉପସ୍ଥାପନା ପୂର୍ବରୁ ଲଗାତାର ୪ ଦିନ ବ୍ୟାଙ୍କ ବନ୍ଦ ରହିପାରେ। କାରଣ UFBU(United Forum of Bank Unions) ସଂଘ ଜାନୁଆରୀ ୩୦ ଓ ୩୧ରେ ବ୍ୟାଙ୍କ କର୍ମଚାରୀମାନେ ଧର୍ମଘଟ (Bank Strike) କରିବା ପାଇଁ ଘୋଷଣା କରିଛନ୍ତି। ଏହାବ୍ୟତୀତ ମାସର ଚତୁର୍ଥ ଶନିବାର ଓ ରବିବାର ମଧ୍ୟ ବ୍ୟାଙ୍କ ବନ୍ଦ ରହିବ। ଏପରି ଲଗାତାର ଭାବେ ୪ ଦିନ ବ୍ୟାଙ୍କ ବନ୍ଦ ରହିପାରେ।

Advertisment

ତେଣୁ ଚଳିତ ମାସ ଶେଷ ଦିନରେ ଯଦି ବ୍ୟାଙ୍କ ସମ୍ବନ୍ଧିତ କିଛି କାମ ବ୍ରାଞ୍ଚ୍‌ରେ ରହିଛି, ତା’ହେଲା ଏହାକୁ ତୁରନ୍ତ ସାରି ନିଅନ୍ତୁ। ଯଦି ବି ଆପଣଙ୍କର କୌଣସି କାମ ବ୍ୟାଙ୍କରେ ରହି ଯାଇଛି ଓ ଏହାକୁ ଆପଣ ସମ୍ପୂର୍ଣ୍ଣ କରିପାରି ନାହାନ୍ତି ତା’ହେଲେ ଅନ୍‌ଲାଇନ୍‌ ବ୍ୟାଙ୍କିଂ ମାଧ୍ୟମରେ ଆପଣ ଏହି କାମ କରିପାରିବେ। UFBU ଦାବି କରିଛି ଯେ, ଏହି ଧର୍ମଘଟରେ ସାରା ଦେଶର ସମସ୍ତ ବ୍ୟାଙ୍କର କର୍ମଚାରୀମାନେ ସାମିଲ ହେବେ।

କାହିଁକି ଧର୍ମଘଟ କରିବେ ବ୍ୟାଙ୍କ କର୍ମଚାରୀ ?

ଦାବି ପୂରଣ ନହେବାରୁ ବ୍ୟାଙ୍କ କର୍ମଚାରୀମାନେ ସରକାରଙ୍କ ଉପରେ ଚାପ ପକାଇବା ପାଇଁ ଜାନୁଆରୀ ୩୦ରୁ ୨ ଦିନ ଲାଗି ଧର୍ମଘଟ ପାଇଁ ନିଷ୍ପତ୍ତି ନେଇଛନ୍ତି। ଧର୍ମଘଟ ନେଇ UFBU ଜାନୁଆରୀ ୧୩ରେ ଘୋଷଣା କରିଥିଲା। ଅଖିଳ ଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ (AIBEA)ର କହିବା ଅନୁସାରେ, ଦାବି ପତ୍ରକୁ ଭାରତୀୟ ବ୍ୟାଙ୍କ ସଂଘ (Indian Banks’ Association – IBA) ମାଧ୍ୟମରେ ପଠାଯାଇଛି। ହେଲେ ଏନେଇ ବ୍ୟାଙ୍କ ସଂଘ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି। ତେଣୁ ଦାବି ପୂରଣ ପାଇଁ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି। 

Advertisment

ଜାଣନ୍ତୁ, କ’ଣ ଏହି ୫ ଦାବି...

  • ବ୍ୟାଙ୍କ କାମ ୫ ଦିନ କରାଯାଉ
  • ପେନ୍‌ସନ୍‌ ଅପଡେଟ୍‌ 
  • ଏହାସହ ଏନ୍‌ପିଏସ୍‌କୁ ସମାପ୍ତି କରାଯାଉ
  • ଦରମା ବୃଦ୍ଧି
  • ସମସ୍ତ କ୍ୟାଡରରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବାକୁ ଦାବି
Banks Closed
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ