Astrospeak
  • Live TV
  • Read In English

ଅକ୍ଟୋବରରେ ୨୧ ଦିନ ବ୍ୟାଙ୍କ ବନ୍ଦ ! ପ୍ରକାଶ ପାଇଲା ଛୁଟି ତାଲିକା...

RBIର ଛୁଟି ତାଲିକା ଅନୁସାରେ, ଅକ୍ଟୋବରରେ ୨୧ ଦିନ ବ୍ୟାଙ୍କ ବନ୍ଦ ରହିବ। ଏହି ଛୁଟି ତାଲିକାରେ ରବିବାର, ଦ୍ୱିତୀୟ ଓ ଚତୁର୍ଥ ଶନିବାର ମଧ୍ୟ ସାମିଲ ରହିଛି।

Banks Closed For 21 Days In October
Banks Closed For 21 Days In October

ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(RBI) ଚଳିତ ମାସ ଅର୍ଥାତ୍ ଅକ୍ଟୋବର ପାଇଁ ଏହାର ବ୍ୟାଙ୍କ ଛୁଟିଦିନ ତାଲିକା ପ୍ରକାଶ କରିଛି। RBIର ଛୁଟି ତାଲିକା ଅନୁସାରେ, ଅକ୍ଟୋବରରେ ୨୧ ଦିନ ବ୍ୟାଙ୍କ ବନ୍ଦ ରହିବ। ଏହି ଛୁଟି ତାଲିକାରେ ରବିବାର, ଦ୍ୱିତୀୟ ଓ ଚତୁର୍ଥ ଶନିବାର ମଧ୍ୟ ସାମିଲ ରହିଛି। ପ୍ରତ୍ୟେକ ମାସ ପାଇଁ RBI ପକ୍ଷରୁ ଛୁଟି ତାଲିକା ପ୍ରସ୍ତୁତ କରାଯାଇଥାଏ। ଏଥିରେ ଜାତୀୟ ଓ ଆଞ୍ଚଳିକ ସ୍ତରରେ ପାଳନ ହେଉଥିବା ଫେଷ୍ଟିଭାଲ୍(ପର୍ବପର୍ବାଣୀ) ସହ ରବିବାର, ଦ୍ୱିତୀୟ ଓ ଚତୁର୍ଥ ଶନିବାର ମଧ୍ୟ ସାମିଲ ଥାଏ। ଚଳିତ ମାସ ଛୁଟି ତାଲିକାରେ ଦୁର୍ଗାପୂଜା, କର୍‌ୱା ଚୌଥ ଓ ଦୀପାବଳି ରହିଛି।

RBI ଛୁଟି ତାଲିକା ଅନୁସାରେ, ଆଞ୍ଚଳିକ ଛୁଟି ଯୋଗୁ ଅକ୍ଟୋବର ମାସରେ ୧୫ ଦିନ ପାଇଁ ବ୍ୟାଙ୍କ କାର୍ଯ୍ୟ ହେବନାହିଁ। ତେଣୁ ବ୍ୟାଙ୍କରେ ଯଦି ଆପଣଙ୍କର କିଛି କାମ ରହିଛି, ତା’ହେଲେ ତୁରନ୍ତ ଏହାକୁ ସାରି ନିଅନ୍ତୁ। ଯଦି ବି ଆପଣଙ୍କର କୌଣସି କାମ ବ୍ୟାଙ୍କରେ ରହି ଯାଇଛି ଓ ଏହାକୁ ଆପଣ ସମ୍ପୂର୍ଣ୍ଣ କରିପାରି ନାହାନ୍ତି ତା’ହେଲେ ଅନ୍‌ଲାଇନ୍‌ ବ୍ୟାଙ୍କିଂ ମାଧ୍ୟମରେ ଆପଣ ଏହି କାମ କରିପାରିବେ।

ଅକ୍ଟୋବର ମାସ ପାଇଁ ଜାରି ହୋଇଥିବା ଛୁଟି ତାଲିକା...

ଜାତୀୟ ଓ ଆଞ୍ଚଳିକ ଛୁଟି...