Advertisment

ଭୋ ଭୋ ହୋଇ କାନ୍ଦୁଛି ମା’- ‘ମୋ ପୁଅକୁ ଫେରାଇ ଆଣ, ଚାକରି ଛାଡ଼ି ଚାଲି ଆସେ ବୋଲି କହିଥିଲି...’

ଗତକାଲି  ଜମ୍ମୁ-କାଶ୍ମୀର କୁଲଗାମ୍‌ ଜିଲ୍ଲାରେ ଲସ୍କର-ଏ-ତୋଏବା ଆତଙ୍କବାଦୀ ବ୍ୟାଙ୍କ୍‌ ଭିତରେ ପଶି ବ୍ୟାଙ୍କ୍‌ ମ୍ୟାନେଜର ବିଜୟ କୁମାରଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ବିଜୟଙ୍କୁ ଅଳ୍ପ ବୟସରୁ ହରାଇ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।

Bank Manager Killed In Kulgam

Bank Manager Killed In Kulgam

Advertisment

ପୁଅର ମୃତ୍ୟୁ ଖବର ଶୁଣି କୋହଭରା କଣ୍ଠରେ କାନ୍ଦି କାନ୍ଦି ଭୂଇଁରେ ଲୋଟି ଯାଉଛି ମା’। ‘ମୋ ପୁଅକୁ ଫେରାଇ ଆଣ। ଚାକରି ଛାଡ଼ି ଘରକୁ ଚାଲି ଆସେ ବୋଲି ମୁଁ ତାକୁ କହିଥିଲି। ଆମେମାନେ କେହିବି ଉପାସରେ ରହିବୁ ନାହିଁ। ଯେମିତି ସେମିତି ଚଳି ଯିବୁ’...ଭୋ ଭୋ ହୋଇ କାନ୍ଦି ଏଭଳି କିଛି କହିଛନ୍ତି ଜଣେ ବ୍ୟାଙ୍କ ମ୍ୟାନେଜରଙ୍କ ମା’। ଗତକାଲି  ଜମ୍ମୁ-କାଶ୍ମୀର କୁଲଗାମ୍‌ ଜିଲ୍ଲାରେ ଲସ୍କର-ଏ-ତୋଏବା ଆତଙ୍କବାଦୀ ବ୍ୟାଙ୍କ୍‌ ଭିତରେ ପଶି ବ୍ୟାଙ୍କ୍‌ ମ୍ୟାନେଜର ବିଜୟ କୁମାରଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ବିଜୟ କୁମାରଙ୍କ ଘର ରାଜସ୍ଥାନ ହନୁମାନଗଡ଼ରେ। 

Advertisment

ବିଜୟଙ୍କୁ ଅଳ୍ପ ବୟସରୁ ହରାଇ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ବ୍ୟାଙ୍କ ମ୍ୟାନେଜର ଭାବେ କୁଲ୍‌ଗାମରେ ତାଙ୍କର ପୋଷ୍ଟିଂ ହୋଇଥିଲା। ୨ ଦିନ ପୂର୍ବେ ବିଜୟଙ୍କ ସହ ତାଙ୍କ ମା’ କଥା ହୋଇଥିଲେ। ଏହି ସମୟରେ ସେ ବିଜୟଙ୍କୁ କହିଥିଲେ, ‘ଚାକରି ଛାଡ଼ି ଘରକୁ ଚାଲି ଆସେ। ଆମେମାନେ କେହିବି ଉପାସରେ ରହିବୁ ନାହିଁ। ଯେମିତି ସେମିତି ଚଳି ଯିବୁ।’ ୧୫ ଦିନ ଛୁଟିରେ ଘରକୁ ଯିବେ ବୋଲି ବିଜୟ ତାଙ୍କ ମା’ଙ୍କୁ କହିଥିଲେ। ହେଲେ ତା’ପୂର୍ବରୁ ସେ ସବୁଦିନ ପାଇଁ ଦୁନିଆ ଛାଡ଼ି ଚାଲିଯିବେ ବୋଲି କେହି କେବେ ଭାବି ନଥିଲେ। 

ଗତ କିଛି ବର୍ଷ ହେଲା ମୋହନପୋରାରେ ଥିବା ଇଲାକୁଆଇ ଦେହାତି ବ୍ୟାଙ୍କରେ ବିଜୟ କୁମାର ମ୍ୟାନେଜର ଭାବେ କାର୍ଯ୍ୟରତ ଥିଲେ। ଗତକାଲି ସକାଳେ ବିଜୟ ବ୍ୟାଙ୍କରେ ପ୍ରବେଶ କରିବା ସମୟରେ ଆତଙ୍କବାଦୀମାନେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ । ଏଥିରେ ସେ ଗୁରୁତର ଆହତ ହୋଇଥିଲେ । ତୁରନ୍ତ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। 

Advertisment

ଅନ୍ୟପକ୍ଷେ, କୁଲଗାମରେ ବ୍ୟାଙ୍କ ମ୍ୟାନେଜର ବିଜୟ କୁମାରଙ୍କୁ ହତ୍ୟା ପରେ ବୁଧଗାମ ଜିଲ୍ଲା ଚାଡୋରାରେ ଜଣେ ଶ୍ରମିକଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଆତଙ୍କୀ। ମୃତ ଶ୍ରମିକ ହେଲେ ବିହାରର ୧୭ ବର୍ଷୀୟ ଦିଲଖୁସ କୁମାର। ସେ ଚାଡୋରାର ଏକ ଇଟାଭାଟିରେ କାମ କରୁଥିଲେ।

Bank Manager Killed Target Killings
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ