Advertisment

ଆସନ୍ତା ଜାନୁଆରୀରେ ୧୬ ଦିନ ବ୍ୟାଙ୍କ୍‌ ବନ୍ଦ !

ଯଦି ଆସନ୍ତା ବର୍ଷ ଜାନୁଆରୀ ମାସରେ ବ୍ୟାଙ୍କ୍‌ ସହ ଜଡ଼ିତ କିଛି କାମ ରହିଛି, ତା’ହେଲେ ଆପଣ ଏହା ପୂର୍ବରୁ ନିଶ୍ଚିତ ଭାବେ ଛୁଟି ଦିନର ଲିଷ୍ଟ୍‌ ଚେକ୍‌ କରି ନିଅନ୍ତୁ। କାରଣ ଆସନ୍ତା ଜାନୁଆରୀରେ ୪ କି ୬ ଦିନ ନୁହେଁ ବରଂ ୧୬ ଦିନ ବ୍ୟାଙ୍କ୍‌ ବନ୍ଦ ରହିବ।

ଅଦ୍ୟତନ ହୋଇଛି
Bank Holidays In January 2022

Bank Holidays In January 2022

Advertisment

ନୂଆଦିଲ୍ଲୀ: ଦିନକ ପରେ ନୂଆବର୍ଷ ଆରମ୍ଭ ହେବ। ତେବେ ଆସନ୍ତା ବର୍ଷ ଜାନୁଆରୀ ଅକ୍ତ୍ ପାଇଁ ରିଜର୍ଭ ବ୍ୟାଙ୍କ୍‌ ଅଫ୍ ଇଣ୍ଡିଆ(RBI) ପକ୍ଷରୁ ବ୍ୟାଙ୍କ୍‌ ଛୁଟି(Bank Holidays In January 2022) ଦିନ ଗୁଡ଼ିକର ତାଲିକା ଜାରି କରାଯାଇଛି। ଯଦି ଆସନ୍ତା ବର୍ଷ ଜାନୁଆରୀ ମାସରେ ବ୍ୟାଙ୍କ୍‌ ସହ ଜଡ଼ିତ କିଛି କାମ ରହିଛି, ତା’ହେଲେ ଆପଣ ଏହା ପୂର୍ବରୁ ନିଶ୍ଚିତ ଭାବେ ଛୁଟି ଦିନର ଲିଷ୍ଟ୍‌ ଚେକ୍‌ କରି ନିଅନ୍ତୁ। ଆସନ୍ତା ଜାନୁଆରୀରେ ୪ କି ୬ ଦିନ ନୁହେଁ ବରଂ ୧୬ ଦିନ ବ୍ୟାଙ୍କ୍‌ ବନ୍ଦ ରହିବ। ତେଣୁ ବ୍ୟାଙ୍କ୍‌ ଯିବା ପୂର୍ବରୁ ଚେକ୍‌ କରି ନିଅନ୍ତୁ ବ୍ୟାଙ୍କ୍‌ ଖୋଲା ଅଛି ନା ବନ୍ଦ।

Advertisment

ଆସନ୍ତା ଜାନୁଆରୀରେ ମୋଟ୍‌ ୧୬ ଦିନ ଛୁଟି ମଧ୍ୟରୁ ୭ ଦିନ ୱିକେଣ୍ଡ୍‌ ଛୁଟି। ଏଥିମଧ୍ୟରୁ ଅନେକ ଛୁଟି ଲଗାତାର ଭାବେ ପଡ଼ୁଛି। ବ୍ୟାଙ୍କ୍‌ ଛୁଟିକୁ ନେଇ RBI ଅଫିସିଆଲ୍‌ ୱେବ୍‌ସାଇଟ୍‌ରେ ଦିଆଯାଇଥିବା ସୂଚନା ଅନୁସାରେ, ଏହିସବୁ ଛୁଟି ସବୁ ରାଜ୍ୟରେ ଲାଗୁ ହେବ ନାହିଁ। ଅଲଗା ଅଲଗା ରାଜ୍ୟ ପାଇଁ ଏହି ଛୁଟି ଲାଗୁ ହେବ। 

ଜାଣନ୍ତୁ ଆସନ୍ତା ବର୍ଷ ଜାନୁଆରୀରେ କେଉଁ କେଉ ଦିନ ଓ କେଉଁ ରାଜ୍ୟରେ ବ୍ୟାଙ୍କ୍‌ ବନ୍ଦ ରହିବ...

Advertisment
  • 1 January 2022: ନୂଆବର୍ଷ ପାଳନ(ସାରା ଦେଶରେ ଏହି ଦିନ ବ୍ୟାଙ୍କ୍‌ ବନ୍ଦ ରହିବ)
  • 2 January 2022: Weekly Off (ରବିବାର)
  • 4 January 2022: Losoong (ମିଜୋରାମ୍‌)
  • 8 January 2022: ମାସର ଦ୍ୱିତୀୟ ଶନିବାର ପଡ଼ୁଥିବାରୁ ଏହି ଦିନ ବ୍ୟାଙ୍କ୍‌ ବନ୍ଦ ରହିବ
  • 9 January 2022: Weekly Off(ରବିବାର)
  • 11 January 2022: Missionary Day
  • 12 January 2022: ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମଦିନ ପଡ଼ୁ ଥିବାରୁ ବ୍ୟାଙ୍କ୍‌ ବନ୍ଦ ରହିବ
  • 14 January 2022: ମକର ସଂକ୍ରାନ୍ତି/ପୋଙ୍ଗଲ୍‌(ଅନେକ ରାଜ୍ୟରେ ଏହିଦିନ ବ୍ୟାଙ୍କ୍‌ ବନ୍ଦ ରହିବ)
  • 15 January 2022: ଉତ୍ତରାୟଣ ପୂଣ୍ୟକାଳ ମକର ସଂକ୍ରାନ୍ତି ପାଳନ/ମାଘ ସଂକ୍ରାନ୍ତି/ସଂକ୍ରାନ୍ତି/ପୋଙ୍ଗଲ/ଥିରୁଭାଲ୍ଲୁଭର ଦିନ(ଆନ୍ଧ୍ର ପ୍ରଦେଶ, ପୁଡୁଚେରୀ ଓ ତାମିଲନାଡୁରେ ଏହି ଦିନ ବ୍ୟାଙ୍କ୍‌ ବନ୍ଦ ରହିବ)
  • 16 January 2022: Weekly Off (ରବିବାର)
  • 18 January 2022: Thai Poosam (ଚେନ୍ନାଇରେ ଏହି ଦିନ ବ୍ୟାଙ୍କ୍‌ ବନ୍ଦ ରହିବ)
  • 22 January 2022: ମାସର ଚତୁର୍ଥ ଶନିବାର ପଡ଼ୁଥିବାରୁ ଏହି ଦିନ ବ୍ୟାଙ୍କ୍‌ ବନ୍ଦ ରହିଥ
  • 23 January 2022: Weekly Off (ରବିବାର)
  • 26 January 2022: ସାଧାରଣତନ୍ତ୍ର ଦିବସ (ସାରା ଦେଶରେ ଏହି ଦିନ ବ୍ୟାଙ୍କ୍‌ ବନ୍ଦ ରହିବ)
  • 30 January 2022: Weekly Off (ରବିବାର)
  • 31 January: Me-Dam-Me-Phi( ଆସାମରେ ଏହି ଦିନ ବ୍ୟାଙ୍କ୍‌ ବନ୍ଦ ରହିବ)

ଆସନ୍ତା ଜାନଆରୀ ୧ରେ Aizawl, ଚେନ୍ନାଇ, ଗ୍ୟାଙ୍ଗ୍‌ଟକ୍‌ ଓ ସିଲଂରେ ମଧ୍ୟ ବ୍ୟାଙ୍କ୍‌ ବନ୍ଦ ରହିବ। ସେହିପରି ଲୁସଙ୍ଗ ପର୍ବ ପାଳନ ପାଇଁ ଆସନ୍ତା ଜାନୁଆରୀ ୪ରେ ଗ୍ୟାଙ୍ଗଟକ୍‌ରେ ମଧ୍ୟ ବ୍ୟାଙ୍କ୍‌ ବନ୍ଦ ରହିବ। ସେହିପରି ଆସନ୍ତା ଜାନୁଆରୀ ୧୧ରେ Aizawlରେ ମଧ୍ୟ ବ୍ୟାଙ୍କ୍‌ ବନ୍ଦ ରହିବ। 

Advertisment
Bank Holidays Bank Holidays January 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ