Advertisment

କାହିଁକି ଜୀବନ ହାରିଲେ ମହିଳା ବ୍ୟାଙ୍କ ଅଧିକାରୀ ? ଭଡ଼ା ଘରୁ ଝୁଲନ୍ତା ଅବସ୍ଥାରେ ମିଳିଲା ମୃତଦେହ

ଝୁଲନ୍ତା ଅବସ୍ଥାରେ ମିଳିଲା ମହିଳା ବ୍ୟାଙ୍କ ଅଧିକାରୀଙ୍କ ମୃତଦେହ। ଭଡ଼ା ଘରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି। ସେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଆତ୍ମହତ୍ୟା ପାଇଁ ସେ ୨ ଜଣ ପୋଲିସ୍‌ କର୍ମୀ ଓ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଦାୟୀ କରିଛନ୍ତି।

Bank Employee Commits Suicide

Bank Employee Commits Suicide

Advertisment

ଅଯୋଧ୍ୟା: ଝୁଲନ୍ତା ଅବସ୍ଥାରେ ମିଳିଲା ମହିଳା ବ୍ୟାଙ୍କ ଅଧିକାରୀଙ୍କ ମୃତଦେହ। ଅଯୋଧ୍ୟାରେ ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କ୍‌(PNB)ର ଡେପୁଟି ମ୍ୟାନେଜର ଶ୍ରଦ୍ଧା ଗୁପ୍ତାଙ୍କ ମୃତଦେହ ଶନିବାର ଭଡ଼ା ଘରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ସେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଆତ୍ମହତ୍ୟା ପାଇଁ ଶ୍ରଦ୍ଧା ୨ ଜଣ ପୋଲିସ୍‌ କର୍ମୀ ଓ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଦାୟୀ କରିଥିବା ଜଣାପଡ଼ିଛି। ସୁଇସାଇଡ୍‌ ନୋଟ୍‌ରୁ ଏହା ଜଣାପଡ଼ିଛି।  

Advertisment

ପୋଲିସ୍‌ ସୂଚନା ଅନୁସାରେ, ୨୦୧୫ରେ ଶ୍ରଦ୍ଧା କ୍ଲର୍କ ଭାବେ ବ୍ୟାଙ୍କରେ ଚାକିରି ପାଇଥିଲେ। ଏହାପରେ ବିଭାଗୀୟ ପରୀକ୍ଷା କ୍ଲିୟର୍‌ କରି ତାଙ୍କୁ ପଦୋନ୍ନତି ମିଳିଥିଲା। ୨୦୧୮ରୁ ଫୈଜାବାଦରେ ସେ ଚାକିରି କରି ଆସୁଥିଲେ। ୩୨ ବର୍ଷୀୟ ଶ୍ରଦ୍ଧାଙ୍କ ଘର ଲକ୍ଷ୍ନୌ ରାଜାଜିପୁରମ୍‌ରେ। ସେ ବିବାହ କରିନଥିଲେ। ବେଳେବେଳେ ସେ ଘରକୁ ବୁଲିବାକୁ ଯାଇଥାନ୍ତି। 

ଶ୍ରଦ୍ଧା ଫୈଜାବାଦରେ ଶାହାନଗଞ୍ଜରେ ଏକ ଭଡ଼ା ଘରେ ରହୁଥିଲେ। ସୂଚନା ଅନୁସାରେ, ଶନିବାର ସକାଳେ ଘର ମାଲିକ ଶ୍ରଦ୍ଧା ରହୁଥିବା ରୁମ୍‌ର କବାଟକୁ ବାରମ୍ବାର ବାଡ଼େଇ ଥିଲେ। ହେଲେ ସେ କୌଣସି ଉତ୍ତର ଦେଇନଥିଲେ। ଶେଷରେ ଘରର ଝରକା ଭାଙ୍ଗି ଥିଲେ। ଏହାପରେ ଶ୍ରଦ୍ଧାଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା।

Advertisment

ଘର ଭିତରୁ ପୋଲିସ୍‌ ଏକ ନୋଟ୍‌ ଜବତ କରିଛି। ମୃତ୍ୟୁ ପୂର୍ବରୁ ଶ୍ରଦ୍ଧା ଏହି ସୁଇସାଇଡ୍‌ ନୋଟ୍‌ ଲେଖିଥିବା କୁହାଯାଉଛି। ଏଥିରେ ସେ ୩ ଜଣଙ୍କୁ ଦାୟୀ କରିଛନ୍ତି। ତାଙ୍କୁ ଏଭଳି ଚରମ ପଦକ୍ଷେପ ଲାଗି ଜଣେ ପୋଲିସ୍‌ ଅଫିସର, ଜଣେ କନଷ୍ଟେବଲ୍‌ ଓ ଅନ୍ୟ ଜଣେ ବ୍ୟକ୍ତି ବାଧ୍ୟ କରିଥିବା ସେ ଉଲ୍ଲେଖ କରିଛନ୍ତି। 

ପୋଲିସ୍‌ ଏହି ସୁଇସାଇଡ୍‌ ନୋଟ୍‌ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଦାବି କରିଛନ୍ତି।

Advertisment
Ayodhya Suicide Bid Bank Employee Commits Suicide
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ