’ପ୍ରଥମେ ଜାତି ପଚାରିଲେ, ପରେ ନିର୍ଦ୍ଧୁମ ମାଡ଼ ମାରିଲେ’ : ଥାନାରେ ଅଭିଯୋଗ କଲେ ଚୁଡ଼ି ବିକ୍ରି କରୁଥିବା ଯୁବକ

ଜାତି ପଚାରି ମାଡ଼ ମାରିଲେ । ମଧ୍ୟପ୍ରଦେଶର ଇନ୍ଦୋରରେ ଜଣେ ବ୍ୟକ୍ତି ତାଙ୍କ ପ୍ରତି ହୋଇଥିବା ଦୁର୍ବ୍ୟବହାର ନେଇ ଥାନାରେ ଅଭିଯୋଗ କରିଛନ୍ତି । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଇନ୍ଦୋର ବାଣଗଙ୍ଗା ପୋଲିସ ଷ୍ଟେସନ ଅଞ୍ଚଳର ଗୋବିନ୍ଦ ନଗରରେ ଏପରି ଅଭାବନୀୟ ଘଟଣା ଘଟିଛି

ପୋଲିସ ଷ୍ଟେସନରେ ମାମଲା ରୁଜୁ

News Summary

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ

ପୀଡିତଙ୍କ ଅଭିଯୋଗ ପ୍ରଥମେ ଜାତି ପଚରାଯାଇଥିଲା, ପରେ ମାଡ ମାରିଲେ

ମାମଲା ରୁଜୁ କଲା ପୋଲିସ୍

ଇନ୍ଦୋର : ଜାତି ପଚାରି ମାଡ଼ ମାରିଲେ । ମଧ୍ୟପ୍ରଦେଶର ଇନ୍ଦୋରରେ ଜଣେ ବ୍ୟକ୍ତି ତାଙ୍କ ପ୍ରତି ହୋଇଥିବା ଦୁର୍ବ୍ୟବହାର ନେଇ ଥାନାରେ ଅଭିଯୋଗ କରିଛନ୍ତି । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଇନ୍ଦୋର ବାଣଗଙ୍ଗା ପୋଲିସ ଷ୍ଟେସନ ଅଞ୍ଚଳର ଗୋବିନ୍ଦ ନଗରରେ ଏପରି ଅଭାବନୀୟ ଘଟଣା ଘଟିଛି । ତେବେ ସ୍ଥାନୀୟ ଲୋକ ତାଙ୍କ ଉପରେ ପାଲଟା ଅଭିଯୋଗ ଆଣିଛନ୍ତି । ଚୁଡ଼ି ବିକ୍ରି କରିବା ବାହାନାରେ ଯୁବକ ଜଣକ ମହିଳାଙ୍କୁ ଅସଦାଚରଣ କରୁଥିବା କହିଛନ୍ତି ।

ରବିବାର ଅପରାହ୍ନ ୨ଟା ସମୟରେ ତସଲିମ୍ ନାମକ ଗୋବିନ୍ଦ କଲୋନୀରେ ଚୁଡ଼ି ବିକ୍ରି କରୁଥିଲେ । ଆଉ ସେତିକିବେଳେ କିଛି ଲୋକ ତାଙ୍କୁ ମାଡ଼ ମାରି ତାଙ୍କ ଟଙ୍କା ଛଡ଼ାଇ ନେଇଥିଲେ । ମାଡ଼ ମାରିଥିବା ଲୋକମାନେ ପ୍ରଥମେ ତାଙ୍କୁ ତାଙ୍କ ଜାତି ବିଷୟରେ ପଚାରିଥିଲେ, ଆଉ ସେ ତାଙ୍କ ଜାତି ବିଷୟରେ କହିବା ପରେ, ଦୁଲଦାଲ ତାଙ୍କ ଉପରେ ମାଡ଼ ଆରମ୍ଭ ହୋଇଯାଇଥିଲା । ସେମାନେ କିଛି କଥା ଶୁଣିବାକୁ ପ୍ରସ୍ତୁତ ନଥିଲେ । ଏନେଇ ଯୁବକ ଜଣକ ଥାନାରେ ଅଭିଯୋଗ କରିଛନ୍ତି ।

ତେବେ ଯୁବକଙ୍କ ସହ ହୋଇଥିବା ଆକ୍ରମଣ ସମ୍ପର୍କରେ କୋଟୱାଲି ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି । ଏଥି ସହିତ ଭାଇରାଲ ଭିଡ଼ିଓ ନେଇ ପ୍ରଶାସନ କହିଛି, ଗୁଜବ ପ୍ରତି ଧ୍ୟାନ ଦିଅନ୍ତୁ ନାହିଁ। ଅଭିଯୁକ୍ତଙ୍କୁ ଖୋଜିବା ସହ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଘଟଣା ସାମ୍ନାକୁ ଆସିବା ପରେ ଗୋଟିଏ ଗୋଷ୍ଠୀ ପୋଲିସ ଷ୍ଟେସନକୁ ଘେରି ଯାଇଥିଲେ । ବହୁ ବୁଝାସୁଝା ପରେ ପୋଲିସ ଭିଡକୁ ହଟାଇବାରେ ସଫଳ ହୋଇଥିଲା ।

ତେବେ ଏ ପ୍ରସଙ୍ଗରେ ଏସପି ପୂର୍ବ ଆଶୁତୋଷ ବାଗରି କହିଛନ୍ତି, ଏକ ଭିଡିଓ ଭାଇରାଲ ହେଇଛି । ଜଣେ ଯୁବକଙ୍କୁ ଆକ୍ରମଣ କରାଯାଉଥିବା ଭିଡିଓରେ ସ୍ପଷ୍ଟ ଜଣାପଡିଛି । ଅଭିଯୋଗ ପରେ ମାମଲା ରୁଜୁ ହୋଇଛି। ଖୁବ୍ ଶୀଘ୍ର ଅଭିଯୁକ୍ତଙ୍କୁ ଧରି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।