Advertisment

ଆଜି ଠାରୁ ସିଙ୍ଗଲ୍ ୟୁଜ୍‌ ପ୍ଲାଷ୍ଟିକ୍ ବ୍ୟବହାର ବ୍ୟାନ୍‌ : ନିୟମ ଉଲ୍ଲଂଘନ କଲେ ଜୋରିମାନା ସହ କଡ଼ା କାର୍ଯ୍ୟାନୁଷ୍ଠାନ

କେଉଁ କେଉଁ ସାମଗ୍ରୀ ବ୍ୟବହାର କରିପାରିବେ ନାହିଁ ?

ଅଦ୍ୟତନ ହୋଇଛି
Special story

Special story

Advertisment

ଦେଶରେ ଆଜି ଠାର ବ୍ୟାନ୍‌ ହେଲା ଏକକ ପ୍ଲାଷ୍ଟିକ ବା ସିଙ୍ଗଲ୍ ୟୁଜ ପ୍ଳାଷ୍ଟିକ । ଏହାର ଉତ୍ପାଦନ, ବିକ୍ରି, ବ୍ୟବହାର ନିଷେଧ କରିବାକୁ ନିଷ୍ପତ୍ତି ନେଇଛି କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ । ସରକାର ଏବେ ସିଙ୍ଗିଲ୍ ୟୁଜ୍‌ ପ୍ଲାଷ୍ଟିକରେ ତିଆରି ୧୯ଟି ଜିନିଷ ଉପରେ ନିଷେଧାଦେଶ ଜାରି କରିଛନ୍ତି । ଆଜିଠାରୁ ଏହି ଜିନିଷ ତିଆରି, ବିକ୍ରୟ, ବ୍ୟବହାର, ସଂରକ୍ଷଣ ଏବଂ ରପ୍ତାନୀ ଉପରେ ନିଷେଧାଦେଶ ଲାଗିଲା । ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ଦ୍ୱାରା ପ୍ରଦୂଷଣ ହ୍ରାସ ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି ।

Advertisment

ସିଙ୍ଗଲ୍ ୟୁଜ ପ୍ଳାଷ୍ଟିକ କ’ଣ ?

ଏକକ ବ୍ୟବହାର ପ୍ଲାଷ୍ଟିକର କୌଣସି ସଂଜ୍ଞା ନାହିଁ । ଏହା ଏପରି ଏକ ପ୍ଲାଷ୍ଟିକ୍, ଯାହା କେବଳ ଥରେ ବ୍ୟବହାର କରାଯାଏ କିମ୍ବା ଏହାକୁ ଥରେ ବ୍ୟବହାର କରିବା ପରେ ଫୋପାଡି ଦିଆଯାଏ ।

କେଉଁ କେଉଁ ଜିନିଷ ଉପରେ ଲାଗିଲା ବ୍ୟାନ୍‌ ?

୧. ପ୍ଲାଷ୍ଟିକର ଇୟର ବଡ୍

୨. ବେଲୁନ୍ ପାଇଁ ପ୍ଲାଷ୍ଟିକ୍ ବାଡି

୩. ପ୍ଲାଷ୍ଟିକ୍ ପତାକା

୪. କ୍ୟାଣ୍ଡି ଷ୍ଟିକ୍

୫. ଆଇସ୍କ୍ରିମ୍ ଷ୍ଟିକ୍

୬. ଥର୍ମୋକଲ୍

୭. ପ୍ଲାଷ୍ଟିକ୍ ପ୍ଲେଟ୍

୮. କପ୍ ୯. ଗ୍ଲାସ୍

୧୦. ଫର୍କ

୧୧. ଚାମଚ

୧୨. ଛୁରୀ

୧୩. ଷ୍ଟ୍ର

୧୪. ଟ୍ରେ

୧୫. ମିଠା ବାକ୍ସ ଗୁଡ଼ାଇବା କିମ୍ବା ପ୍ୟାକ୍ କରିବା ପାଇଁ ତିଆରି ହେଉଥିବା ଫିଲ୍ମ

୧୬. ନିମନ୍ତ୍ରଣ କାର୍ଡ

୧୭. ସିଗାରେଟର ପ୍ୟାକେଟ୍

୧୮. ୧୦୦ମାଇକ୍ରନରୁ ପ୍ଲାଷ୍ଟିକ୍ କିମ୍ବା PVC ବ୍ୟାନର

୧୯. ଷ୍ଟିରର୍

ନିଷିଦ୍ଧ ହୋଇଥିବା ଯେକୌଣସି ପ୍ରକାରର ପ୍ଲାଷ୍ଟିକ୍ ସାମଗ୍ରୀ ଗୁଡ଼ିକର ଆନ୍ତଃରାଜ୍ୟ ଚାଲାଣ ବନ୍ଦ କରିବା ନିମନ୍ତେ ସୀମା ଚେକ୍ ପଏଣ୍ଟ ରଖିବାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ଡିସେମ୍ବର ୩୧ରୁ ୧୨୦ ମାଇକ୍ରନରୁ କମ ପ୍ଲାଷ୍ଟିକ୍ ବ୍ୟବାହର ଉପରେ ରୋକ ଲାଗିବ ବୋଲି ପରିବେଶ ମନ୍ତ୍ରାଳୟ କହିଛି ।

Advertisment

ଘରେ ବ୍ୟବହାର କଲେ ?

ନିଷେଧ ଜିନିଷ ଗୁଡ଼ିକ ଘରେ ବ୍ୟବହାର କଲେ, ଜୋରିମାନା ଏବଂ ଦଣ୍ଡ ପାଇଁ ବ୍ୟବସ୍ଥା କରାଯାଇଛି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁସାରେ, ଯଦି ଘରୁ ଏକକ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ଉତ୍ପନ୍ନ ହୁଏ ତେବେ ୫୦୦ଟଙ୍କା ଜୋରିମାନା ଲାଗୁ କରାଯିବ । ଏଥି ସହିତ ଯଦି କୌଣସି ଅନୁଷ୍ଠାନ କିମ୍ବା କମ୍ପାନୀ ଅଳିଆ ପକାନ୍ତ, ତା’ହେଲେ ଏଥିରୁ ୫ହଜାର ଟଙ୍କା ଜୋରିମାନା ଆଦାୟ କରାଯିବ ।

ଏକକ ସୁରକ୍ଷା ପ୍ଲାଷ୍ଟିକରେ ନିର୍ମିତ ୧୯ଟି ଜିନିଷକୁ ପରିବେଶ ସୁରକ୍ଷା ଆଇନ ଅନୁଯାୟୀ ନିଷେଧ କରାଯାଇଛି । ଯଦି କେହି ବର୍ତ୍ତମାନ ଏହି ଜିନିଷଗୁଡିକ ବ୍ୟବହାର କରନ୍ତି, ତେବେ ତାଙ୍କୁ ଏହି ଆଇନର ଧାରା ୧୫ ଅନୁଯାୟୀ ଜୋରିମାନା କିମ୍ବା ଜେଲ କିମ୍ବା ଉଭୟ ଦଣ୍ଡିତ କରାଯାଇପାରେ । ଧାରା ୧୫ରେ ୭ ବର୍ଷ ପର୍ଯ୍ୟନ୍ତ ଜେଲ ଏବଂ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଆଦାୟ କରାଯିବ ।

Advertisment
Single Use Plastic
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ