Advertisment

ପୁଲ୍‌ୱାମା ଆକ୍ରମଣର ଉଚିତ ଜବାବ ଥିଲା ବାଲାକୋଟ୍‌ ଏୟାର ଷ୍ଟ୍ରାଇକ୍‌

ପୁଲ୍‌ୱାମା ଆକ୍ରମଣର ପ୍ରତିଶୋଧ ନେଇ ଭାରତୀୟ ବାୟୁସେନା କର୍ମଚାରୀମାନେ ପାକିସ୍ତାନର ବାଲାକୋଟ୍‌ରେ ଏୟାର ଷ୍ଟ୍ରାଇକ୍‌ କରିଥିଲେ। ସେଠାରେ ନିର୍ମିତ ଆତଙ୍କବାଦୀ ଶିବିରକୁ ଧ୍ୱଂସ କରି ଦେଇଥିଲେ। ଆଜି ଦେଶ ସେହି ସୌର୍ଯ୍ୟକୁ ସ୍ମରଣ କରି ନିଜକୁ ପୁଣି ଥରେ ଗର୍ବିତ ମନେକରିଛି।

Balakot air strike in three years

Balakot air strike in three years

Advertisment

ବାଲାକୋଟ୍‌ ଏୟାର ଷ୍ଟ୍ରାଇକକୁ ଆଜି ତିନି ବର୍ଷ ପୂରଣ ହୋଇଛି। ତିନି ବର୍ଷ ପୂର୍ବେ ୨୦୧୯ ଫେବୃଆରୀ ୧୪ରେ ହୋଇଥିବା ଜାମ୍ମୁ କାଶ୍ମୀରର ପୁଲ୍‌ୱାମା ସିଆର୍‌ପିଏଫ୍ ଆକ୍ରମଣର ପ୍ରତିଶୋଧ ନେଇ ଭାରତୀୟ ବାୟୁସେନା କର୍ମଚାରୀମାନେ ପାକିସ୍ତାନର ବାଲାକୋଟରେ ଏୟାର ଷ୍ଟ୍ରାଇକ୍‌ କରିଥିଲେ। ସେଠାରେ ନିର୍ମିତ ଆତଙ୍କବାଦୀ ଶିବିରକୁ ଧ୍ୱଂସ କରି ଦେଇଥିଲେ। ଆଜି ଦେଶ ସେହି ସୌର୍ଯ୍ୟକୁ ସ୍ମରଣ କରି ନିଜକୁ ପୁଣି ଥରେ ଗର୍ବିତ ମନେକରିଛି। ଏହି ଅବସରରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବାୟୁସେନାର ବୀରତ୍ୱକୁ ସଲାମ ଜଣାଇଛନ୍ତି।

Advertisment

ଆଦିତ୍ୟନାଥ ଟ୍ୱିଟରରେ କହିଛନ୍ତି ଯେ “ବାଲାକୋଟ୍‌ ଏୟାର ଷ୍ଟ୍ରାଇକ ବାର୍ଷିକୀ ଅବସରରେ ଭାରତୀୟ ବାୟୁସେନାର ଅସାଧାରଣ ବୀରତ୍ୱକୁ ନମସ୍କାର। ଏହାକୁ ସର୍ବଦା ଗର୍ବର ସହିତ ସ୍ମରଣ କରାଯିବ। ଜୟ ହିନ୍ଦ!” ଉଲ୍ଲେଖନୀୟ କଥା ହେଉଛି, ପୁଲ୍‌ୱାମା ଆକ୍ରମଣ ପରେ ହିଁ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ୪୦ ଯବାନଙ୍କ ଶହୀଦିତ୍ୱ ବ୍ୟର୍ଥ ହେବ ନାହିଁ ଏବଂ ଶତ୍ରୁମାନଙ୍କୁ ଏହାର ମୂଲ୍ୟ ଦେବାକୁ ପଡିବ। ଯାହାର ଫଳାଫଳ ବାଲାକୋଟ୍‌ ଏୟାର ଷ୍ଟ୍ରାଇକ୍‌ ଭୋଗିବାକୁ ପଡିଲା।

ପ୍ରକାଶଥାଉ ଯେ ୨୦୧୯ ଫେବୃଆରୀ ୧୪ରେ ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ (ଜେଏମ) ଦକ୍ଷିଣ କାଶ୍ମୀରର ପୁଲୱାମା ନିକଟ ଜମ୍ମୁ-ଶ୍ରୀନଗର ରାଜପଥରେ ଏକ ସିଆର୍‌ପିଏଫ୍ କନ୍‌ଭେନ୍‌କୁ ଟାର୍ଗେଟ୍‌ କରିଥିଲେ, ଯେଉଁଥିରେ ୪୦ ଜଣ ସିଆର୍‌ପିଏଫ୍ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା। କିଛି ଦିନ ପରେ ଭାରତୀୟ ବାୟୁସେନା (IAF) ପାକିସ୍ତାନର ଖୈବର ପଖ୍‌ତୁନଖୱା ପ୍ରଦେଶର ବାଲାକୋଟ୍‌ରେ ଥିବା ଏକ (ଜେଏମ୍) ଶିବିରରେ ଏୟାର ଷ୍ଟ୍ରାଇକ୍ କରି ପାକିସ୍ତାନରେ ଅବସ୍ଥିତ ଆତଙ୍କବାଦୀ କ୍ୟାମ୍ପକୁ ଧ୍ୱଂସ କରି ଦେଇଥିଲା।

Advertisment

ଉଲ୍ଲେଖଥାଉ ଯେ ବାଲାକୋଟ୍‌ ଆକ୍ରମଣ ପରେ ଇଣ୍ଡିଆନ୍ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ଥମାନ ଏକ ମିଗ୍-21 ବାଇସନ୍ ଯୁଦ୍ଧ ବିମାନ ଉଡ଼ାଇବା ଏବଂ ପାକିସ୍ତାନୀ ଜେଟ୍ ପଛରେ ଗୋଡ଼ାଇବା ସମୟରେ ପୋକ୍ ଅତିକ୍ରମ କରିଥିଲେ। ତାଙ୍କ ବିମାନକୁ ପାକ୍ ବିମାନ ଦ୍ୱାରା ଗୁଳି କରି ଖସେଇ ଦିଆଯାଇଥିଲା। ଏହା ପରେ ପାକିସ୍ତାନ ତାଙ୍କୁ ଗିରଫ କରିଥିଲା। ଭାରତ ମଧ୍ୟ ପାକିସ୍ତାନୀ ଯୁଦ୍ଧ ବିମାନକୁ ଗୁଳି କରିଥିଲା।

ବିଶେଷ କଥା ହେଉଛି ଅଭିନନ୍ଦନଙ୍କୁ ଗିରଫ କରିବା ପରେ ପାକିସ୍ତାନ ଭାରତ ଉପରେ ଚାପ ପକାଇବା ନୀତି ଅନୁସରଣ କରୁଥିଲା, କିନ୍ତୁ ଭାରତର ବିଶ୍ୱ କୂଟନୈତିକତା ହେତୁ ତାକୁ ନତମସ୍ତକ ହେବାକୁ ପଡିଲା ଏବଂ ଅଭିନନ୍ଦନଙ୍କୁ ୪୮ ଘଣ୍ଟା ଭିତରେ ଛାଡିବାକୁ ବାଧ୍ୟହେଲା।

Advertisment
Air Strike At Balakot Indian
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ