Advertisment

ଛେଳିର ଦାମ୍‌ ୧୧ ଲକ୍ଷ ଟଙ୍କା....

ସାଧାରଣ ଭାବରେ ଏହି ପର୍ବ ଦିନ ଛେଳିର ଦାମ୍‌ ଉଚ୍ଚା ରହେ। କିନ୍ତୁ ସ୍ଥିତି ଏମିତି ହେଲା ଯେ, ଏହି ଛେଳିର ଦାମ୍‌ ୧୧ ଲକ୍ଷରେ ପହଞ୍ଚିଗଲା। ଗୁଜରାଟ୍‌ ସୁରତରେ ଏହି ଛେଳିକୁ ନେଇ ଏବେ ଜୋରସୋରରେ ଚାଲିଛି ଚର୍ଚ୍ଚା। ଚର୍ଚ୍ଚା ଏଇଥି ପାଇଁ ହେଉଛି କାରଣ ୧୧ ଲକ୍ଷ ଟଙ୍କା ତାହାର ଦାମ୍‌ ରହିଛି। ଏମିତିକି ତାକୁ ଦେଖିବା ପାଇଁ ଅନେକ ଲୋକ ଆସୁଥିବା ମଧ୍ୟ ଦେଖାଯାଉଛି।

ଛେଳିର ଦାମ୍‌ ୧୧ ଲକ୍ଷ ଟଙ୍କା....

bakrid-2021

Advertisment

ନୂଆଦିଲ୍ଲୀ: ୧୧ ଲକ୍ଷ ଟଙ୍କାରେ ବିକ୍ରି ହେଲା ଛେଳି। ହୁଏତ ଏହି କଥା ଶୁଣି ଆପଣମାନେ ଆଶ୍ଚର୍ଯ୍ୟ ହୋଇଥିବେ କି ଏହି ଛେଳିର କଣ ଖାସିୟତ୍‌ ରହିଛି ଏହାର ଦାମ୍‌ ଲକ୍ଷେ ନୁହେଁ କି ଦୁଇ ଲକ୍ଷ ନୁହେଁ ବରଂ ୧୧ ଲକ୍ଷ ଟଙ୍କା ରହିଛି। କିଛିଦିନ ମଧ୍ୟରେ ମୁସଲମାନଙ୍କ ପର୍ବ “ବକରି ଇଦ୍‌” ପଡ଼ୁଛି। ତେଣୁ ଏହି ଦିନ ପାଇଁ ଛେଳିର ମୂଲ୍ୟ ଏତେ ଅଧିକ ରହିଥିବା କୁହାଯାଉଛି। ସାଧାରଣ ଭାବରେ ଏହି ପର୍ବ ଦିନ ଛେଳିର ଦାମ୍‌ ଉଚ୍ଚା ରହେ। କିନ୍ତୁ ସ୍ଥିତି ଏମିତି ହେଲା ଯେ, ଏହି ଛେଳିର ଦାମ୍‌ ୧୧ ଲକ୍ଷରେ ପହଞ୍ଚିଗଲା। ଗୁଜରାଟ୍‌ ସୁରତରେ ଏହି ଛେଳିକୁ ନେଇ ଏବେ ଜୋରସୋରରେ ଚାଲିଛି ଚର୍ଚ୍ଚା। ଚର୍ଚ୍ଚା ଏଇଥି ପାଇଁ ହେଉଛି କାରଣ ୧୧ ଲକ୍ଷ ଟଙ୍କା ତାହାର ଦାମ୍‌ ରହିଛି। ଏମିତିକି ତାକୁ ଦେଖିବା ପାଇଁ ଅନେକ ଲୋକ ଆସୁଥିବା ମଧ୍ୟ ଦେଖାଯାଉଛି।

Advertisment

ସୂଚନା ଅନୁସାରେ, ସୁରତର ସଗରାମପୁର ଅଂଚଳରେ ରହୁଥିବା ଅସଫାକ୍‌ ଛେଳି ରଖିବାକୁ ପସନ୍ଦ କରନ୍ତି। କେବଳ ରଖନ୍ତି ତାହା ନୁହେଁ ବରଂ ଉପଯୁକ୍ତ ଲାଳନପାଳନ କରି ସେମାନଙ୍କୁ ବିକ୍ରି ମଧ୍ୟ କରନ୍ତି। କିନ୍ତୁ ଏହି ଛେଳିକୁ ସେ ବିକ୍ରି କରିନଥିଲେ। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସେ ଏହି ଛେଳିକୁ ବିଭିନ୍ନ ପ୍ରକାର ପୃଷ୍ଟିକର ଖାଦ୍ୟ ଦେବା ସହ ବିଭିନ୍ନ ପ୍ରକାର ଔଷଧ ଦେଉଥିବା ଅସଫାକ୍‌ କହିଛନ୍ତି। ବର୍ତ୍ତମାନ ସମୟରେ ଛେଳିର ଓଜନ ୧୯୨ କିଲୋ ରହିଥିବା ବେଳେ ତାହାର ଉଚ୍ଚତା ରହିଛି ୪୬ ଇଞ୍ଚ।

Advertisment

ଏହି ଛେଳିକୁ ନେବା ପାଇଁ ମହୀଶୂରର ଜଣେ ବିଲଡ଼ର ଇଚ୍ଛା ପ୍ରକାଶ କରିଛନ୍ତି। ଛେଳିକୁ ନେବା ପୂର୍ବରୁ ବିଲଡ଼ର ଜଣକ କୁଆଡ଼େ ପୂରା ଘରଠାରୁ ଆରମ୍ଭ କରି ପୂଜା ହେବା ସ୍ଥାନକୁ ବେଶ୍ ଆକର୍ଷଣୀୟ ଭାବରେ ସଜେଇଛନ୍ତି। ସେ ଯାହା ବି ହେଉ, ବକରୀ ଇଦରେ ପରମ୍ପରା ଅନୁସାରେ, ଏକ ସୁନ୍ଦର ସ୍ୱାସ୍ଥ୍ୟ ଓ ସୁସ୍ଥ ଛେଳିର ଆବଶ୍ୟକତା ରହିଥାଏ। ତେଣୁ ଏହି ଛେଳିର ଚାହିଦା ଅଧିକ ରହିଥିବାରୁ ଏତେ ଦାମ୍‌ ରହିଛି ବୋଲି ମାଲିକ ଅସଫାକ୍ କହିଛନ୍ତି।

Gujarat India
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ