Advertisment

‘ଆମେ ବବି ଦେଓଲଙ୍କୁ ଖୋଜୁଛୁ’...ପ୍ରକାଶ ଝାଙ୍କ ଶୁଟିଂ ସେଟ୍‌ରେ ବଜରଙ୍ଗ ଦଳର ହଙ୍ଗାମା

ପ୍ରକାଶ ଝାଙ୍କ ଶୁଟିଂ ସେଟ୍‌ରେ ବଜରଙ୍ଗ ଦଳର କର୍ମୀମାନେ ଭଙ୍ଗାରୁଜା କରିଥିବା ସୂଚନା ମିଳିଛି। ରବିବାର ମଧ୍ୟପ୍ରଦେଶ ଭୋପାଳରେ ୱେବ୍‌ ସିରିଜ୍‌ ଆଶ୍ରମ-୩ର ଶୁଟିଂ ଚାଲି ଥିବାବେଳେ ବଜରଙ୍ଗ ଦଳର ସଦସ୍ୟମାନେ ଶୁଟିଂ ସେଟ୍‌ ଭିତରେ ପଶି ହଙ୍ଗାମା କରିଥିଲେ।

ଅଦ୍ୟତନ ହୋଇଛି
Bajrang Dal Attacks Prakash Jha's Set

Bajrang Dal Attacks Prakash Jha's Set

Advertisment

ଭୋପାଳ: ବଲିଉଡ ଫିଲ୍ମ ନିର୍ମାତା ପ୍ରକାଶ ଝାଙ୍କ ଶୁଟିଂ ସେଟ୍‌ରେ ବଜରଙ୍ଗ ଦଳର କର୍ମୀମାନେ ଭଙ୍ଗାରୁଜା କରିଥିବା ସୂଚନା ମିଳିଛି। ରବିବାର ମଧ୍ୟପ୍ରଦେଶ ଭୋପାଳରେ ୱେବ୍‌ ସିରିଜ୍‌ ଆଶ୍ରମ-୩ର ଶୁଟିଂ ଚାଲି ଥିବାବେଳେ ବଜରଙ୍ଗ ଦଳର ସଦସ୍ୟମାନେ ଶୁଟିଂ ସେଟ୍‌ ଭିତରେ ପଶି ହଙ୍ଗାମା କରିଥିଲେ। ସେମାନେ ପ୍ରକାଶ ଝାଙ୍କ ସହ ଅସଦାଚରଣ କରିବା ସହ ତାଙ୍କ ମୁହଁରେ କାଳି ମଧ୍ୟ ବୋଳି ଥିଲେ। ପୋଲିସ୍‌ ଏସମ୍ପର୍କରେ ସୂଚନା ଦେଇଛି। ବଲିଉଡ ଅଭିନେତା ବବି ଦେୱଲଙ୍କୁ ସେମାନେ ଖୋଜୁଛନ୍ତି ବୋଲି ବଜରଙ୍ଗ ଦଳର କର୍ମୀମାନେ କହିଥିଲେ।

Advertisment

ସେଠାରେ ଉପସ୍ଥିତ ଥିବା କିଛି ଲୋକ ସେହି ସମୟର ଦୃଶ୍ୟକୁ ମୋବାଇଲ୍‌ରେ ରେକର୍ଡିଂ କରିଥିଲେ। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି, ବଜରଙ୍ଗ ଦଳର କର୍ମୀମାନେ ଶୁଟିଂ ସେଟ୍‌ର କ୍ରୁ ସଦସ୍ୟଙ୍କୁ ପିଛା କରୁଛନ୍ତି। ଏହି ସମୟରେ ପ୍ରାଣ ବିକଳରେ ଦୌଡ଼ୁଥିବା ଜଣେ ବ୍ୟକ୍ତିଙ୍କୁ ଧରି ନିସ୍ତୁକ ମାଡ଼ ମାରିଛନ୍ତି। 

ବଜରଙ୍ଗ ଦଳର କର୍ମୀମାନେ କହିଛନ୍ତି ଯେ, ପ୍ରକାଶ ଝାଙ୍କ ୱେବ୍‌ ସିରିଜ୍‌ ‘ଆଶ୍ରମ’ ୱେବ୍‌ ସିରିଜ୍ ‘ଆଶ୍ରମ’ ହିନ୍ଦୁ ଧର୍ମ ବିରୋଧୀ ଏବଂ ଏଥିରେ ଚିତ୍ରଣ କରାଯାଉଥିବା ଚରିତ୍ର ସମାଜକୁ ଖରାପ ବାର୍ତ୍ତା ଦେଉଛି। ଏଥିରେ ବବି ଦେୱଲ ଅଭିନୟ କରିଛନ୍ତି। ଯେପର୍ଯ୍ୟନ୍ତ ଏହି ୱେବ୍‌ ସିରିଜ୍‌ର ନାଁ ବଦଳିବ ନାହିଁ ସେ ପର୍ଯ୍ୟନ୍ତ ଏହାକୁ ରିଲିଜ୍‌ କରିବାକୁ ଦିଆଯିବନି। ଘଟଣାକୁ ନେଇ ପ୍ରକାଶ ଝା ବର୍ତ୍ତମାନ ସୁଦ୍ଧା ପୋଲିସ୍‌ରେ ଅଭିଯୋଗ କରି ନାହାନ୍ତି। ଏଥିସହ ସେ ଏହି ୱେବ୍‌ ସିରିଜ୍‌ର ନାଁ ବଦଳାଇବେ ବୋଲି ଆଶ୍ୱାସନା ଦେଇଥିବା ବଜରଙ୍ଗ ଦଳର ଜଣେ କର୍ମୀ କହିଛନ୍ତି।

Advertisment

ମିଳିଥିବା ସୂଚନା ଅନୁସାରେ, ରବିବାର ସନ୍ଧ୍ୟାରେ ଏରେରା ହିଲ୍ସ ଅଞ୍ଚଳରେ ଥିବା ପୁରୁଣା ଜେଲ୍‌ ପରିସର୍‌ରେ ‘ଆଶ୍ରମ ୩’ର ଶୁଟିଂ ଚାଲିଥିଲା। ଏହି ସମୟରେ ଶତାଧିକ ବଜରଙ୍ଗ ଦଳର କର୍ମୀମାନେ ସେଠାରେ ପହଞ୍ଚି ହଙ୍ଗାମା କରିଥିଲେ। ସେମାନେ ‘ପ୍ରକାଶ ଝା ମୁର୍ଦାବାଦ’ ‘ବବି ଦେୱଲ ମୁର୍ଦାବାଦ’ ଓ ‘ଜୟ ଶ୍ରୀରାମ’ ନାରା ଦେଇ ଆକ୍ରମଣ କରିଥିଲେ। ସେହି ସମୟରେ ସେଠାରେ ଉପସ୍ଥିତ ଥିବା ପ୍ରକାଶ ଝାଙ୍କ ମୁହଁରେ କାଳି ବୋଳିବା ସହ କ୍ରୁ ସଦସ୍ୟଙ୍କୁ ମାଡ଼ ମଧ୍ୟ ମାରିଥିଲେ। ବଜରଙ୍ଗ ଦଳର କର୍ମୀମାନେ ଅଭିନେତା ବବି ଦେଓଲଙ୍କୁ ମଧ୍ୟ ଖୋଜି ଥିଲେ। ହେଲେ ସେହି ସମୟରେ ସେମାନେ ତାଙ୍କୁ ପାଇ ନଥିଲେ। ବିଗୁଡ଼ୁଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ତାଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା।  

ଭଣ୍ଡ ବାବାଙ୍କ କଳାକାରନାମାର କାହାଣୀକୁ ନେଇ ୱେବ୍‌ ସିରିଜ୍ ‘ଆଶ୍ରମ’ ପରିବେଶିତ। ପୂର୍ବରୁ ଏହାର ୨ଟି ପାର୍ଟ ରିଲିଜ୍ ହୋଇ ସାରିଛି।

Advertisment
Bobby Deol Bajrang Dal Shooting Set Prakash Jha Web Series Ashram Ashram 3
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ