Back To Back 3 Earthquakes Hit Jaipur
ଗୋଟିଏ ପରେ ଗୋଟିଏ ଲଗାତାର ୩ଥର ଭୂକମ୍ପରେ ଥରିଲା ଜୟପୁର। ଆଜି ଭୋର ସମୟରେ ରାଜସ୍ଥାନର ଜୟପୁରରେ ଅଧ ଘଣ୍ଟା ମଧ୍ୟରେ ୩ଥର ଭୂକମ୍ପର ଝଟ୍କା ଅନୁଭୂତ ହୋଇଛି।ଭୋର୍ ୪ଟା ୯ରୁ ସାଢ଼େ ୪ଟା ମଧ୍ୟରେ ୩ଥର ଭୂକମ୍ପର ଝଟ୍କା ଅନୁଭୂତ ହୋଇଥିଲା। ଫଳରେ ଲୋକମାନେ ଭୟଭୀତ ହୋଇ ଘର ବାହାରକୁ ଚାଲି ଆସିଥିଲେ।
ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୪ ରେକର୍ଡ କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତି ନେଇ ସୂଚନା ମିଳିପାରିନି। ଖାଲି ଜୟପୁର ନୁହେଁ ମଣିପୁରରେ ମଧ୍ୟ ମୃଦୁ ଭୂକମ୍ପ ଅନୁଭୂତ ହୋଇଥିଲା। ମଣିପୁରର ଉଖରୁଲରେ ୩.୫ ତୀବ୍ରତାର ଭୂକମ୍ପ ଝଟ୍କା ଅନୁଭୂତ ହୋଇଥିଲା।
ରାଜସ୍ଥାନରେ ଭୂକମ୍ପ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଟ୍ୱିଟ୍ କରି କହିଛନ୍ତି, ‘ଜୟପୁର ବ୍ୟତୀତ ରାଜସ୍ଥାନର ଅନ୍ୟ ସ୍ଥାନରେ ମଧ୍ୟ ଭୂକମ୍ପର ଝଟ୍କା ଅନୁଭୂତ ହୋଇଛି। ଆଶା କରୁଛି ସମସ୍ତେ ସୁରକ୍ଷିତ ଥିବେ’।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/____1689914074.jpg)