Advertisment

ଭିତରେ ଛୁଆ ଅଛି ଆମକୁ ଛାଡ଼ିଦିଅ..ଦମ୍ପତ୍ତିଙ୍କ ଗୁହାରି ଶୁଣିଲେନି ବାଇକ୍ ଚାଳକ

କାର୍ ଭିତରେ ଥିବା ଦମ୍ପତ୍ତି ଗୁହାରି କରୁଛନ୍ତି କିନ୍ତୁ ଜଣେ ଉତ୍ତ୍ୟକ୍ତ ବ୍ୟକ୍ତି ମଝି ରାସ୍ତାରେ ଗାଡ଼ିକୁ ଅଟକାଇ ଆକ୍ରମଣ କରିବାରେ ଲାଗିଛନ୍ତି ।

ଅଦ୍ୟତନ ହୋଇଛି
Biker Attacks Car

Biker Attacks Car

Advertisment

ଭିତରେ ଛୁଆ ଅଛି ଆମକୁ ଛାଡ଼ିଦିଅ...କାର୍ ଭିତରେ ଥିବା ଦମ୍ପତ୍ତି ଏମିତି ଗୁହାରି କରୁଛନ୍ତି କିନ୍ତୁ ଜଣେ ଉତ୍ତ୍ୟକ୍ତ ବ୍ୟକ୍ତି ମଝି ରାସ୍ତାରେ ଗାଡ଼ିକୁ ଅଟକାଇ ଆକ୍ରମଣ କରିବାରେ ଲାଗିଛନ୍ତି । ଏମିତି କି ଗାଡ଼ିର କିଛି ଅଂଶକୁ ଭାଙ୍ଗି ଦେଉଛନ୍ତି । ଭୟରେ କାର୍ ଭିତରେ ଥିବା ଦମ୍ପତ୍ତି ନେହୁରା ହେଉଛନ୍ତି, ଆମ ସହିତ ଛୁଆଟିଏ ଅଛି, ଛାଡ଼ିଦିଅ କିନ୍ତୁ କିଛି ଶୁଣିବାକୁ ନାରାଜ ଉତ୍ତ୍ୟକ୍ତ ଯୁବକ ଜଣଙ୍କ । ବେଙ୍ଗାଲୁରୁ ରାସ୍ତାରେ ଘଟିଥିବା କିଛି ଏମିତି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି । 

Advertisment

ଅସଲ କଥା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଯୁବକ ଜଣଙ୍କ କାର୍ ଚାଳକଙ୍କ ଉପରେ ଜୋରରେ ଲାଗିଯାଇଛନ୍ତି ଓ ରାଗରେ କାର ଉପରକୁ ଆକ୍ରମଣ କରିବାରେ ଲାଗିଛନ୍ତି । ସୂଚନା ଅନୁସାରେ ଡୋଡାକନ୍ନଲି ନିକଟ ସରଜାପୁର ରୋଡରେ ସୋମବାର ରାତି ପ୍ରାୟ ୧୦.୩୦ରେ ଏହି ଘଟଣା ଘଟିଥିବା କୁହାଯାଉଛି । ବିନା କୌଣସି ଇଣ୍ଡିକେଟରରେ କାର୍ ଚାଳକ ଲେଫ୍ଟ ଟର୍ଣ୍ଣ ନେଇଥିବାରୁ ବାଇକରେ ଯାଉଥିବା ଯୁବକ ରାଗିଯାଇଥିବା କୁହାଯାଉଛି । 

ତେବେ ସରଜାପୁର ରୋଡରେ କଣ ଘଟିଥିଲା ? କ'ଣ ପାଇଁ କାର୍ ରେ ଯାଉଥିବା ଏକ ପରିବାରକୁ ହଠାତ୍ ଆକ୍ରମଣର ଶିକାର ହେବାକୁ ପଡ଼ିଲା ? ରାତି ପ୍ରାୟ ୧୦.୩୦ ଡୋଡାକନ୍ନେଲି ଜଙ୍କସନ ଷ୍ଟ୍ରିଟ୍ ୧୫୨୨ରେ ଏହି ଘଟଣା ଘଟିଥିଲା । କୁହାଯାଉଛି, ମଦ୍ୟପ ବାଇକ୍ ଚାଳକ ଜଣଙ୍କ ଏକ ପପର ବାଉନ୍ସର । କାର୍ ସହିତ ବାଇକ୍ ପିଟିହେବା ପରେ ସେମାନଙ୍କୁ ଅଟକାଇ ଧମକ ଦେଇଥିଲେ । ତେବେ କାର୍ ର ୱିଣ୍ଡସିଲଡ ଭାଙ୍ଗି ଦେବା ସହ କାରରେ ଥିବା ୭ ମାସର ଶିଶୁକୁ ଆଘାତ କରିବା ପରେ ଉତ୍ତେଜନା ବଢ଼ିଥିଲା । ଏହି ସମୟର ଭିଡିଓ ସୋସିଆଲ ମିଡିଆରେ ଅନେକ ସେୟାର କରିବା ସହ ବାଇକ୍ ଚାଳକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । 

Advertisment

ସୋସିଆଲ ମିଡିଆରେ ଦାବି ପରେ ବେଙ୍ଗାଲୁରୁ ସିଟି ପୋଲିସ ବାଇକ୍ ଚାଳକଙ୍କୁ ହେପାଜତକୁ ନେଇଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି । 

Advertisment
Bengaluru Couple Attacked
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles: