Advertisment

ଟ୍ରେନ୍‌ରେ ଜନ୍ମ ହେଲା ଶିଶୁକନ୍ୟା

ଟ୍ରେନ ବଗି ପାଲଟିଲା ଅପରେସନ ଥିଏଟର ଓ ଜନ୍ମହେଲେ ଶିଶୁ କନ୍ୟା | ମୁମ୍ବାଇରୁ ବିହାରର ମୁଜାଫରପୁର ଅଭିମୁଖେ ଯାତ୍ରା କରୁଥିବା ଲୋକମାନ୍ୟ ତିଲକ ଏକ୍ସପ୍ରେସ ଟ୍ରେନରେ ଜଣେ ମହିଳା ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି

Train

Train

Advertisment

ନୂଆଦିଲ୍ଲୀ : ଚଳନ୍ତା ଟ୍ରେନରେ ଜନ୍ମ ହେଲା ପିଲା। ଆଶ୍ଚର୍ଯ୍ୟ ହୋଇଗଲେ ଟ୍ରେନରେ ଯାତ୍ରୀ। ମୁମ୍ବାଇରୁ ବିହାର ମୁଜାଫରପୁର ଅଭିମୁଖେ ଯାତ୍ରା କରୁଥିବା ଲୋକମାନ୍ୟ ତିଲକ ଏକ୍ସପ୍ରେସରେ ଏପରି ଘଟଣା ଦେଖିବାକୁ ମିଳିଛି। ତେବେ ରେଲୱେ ଡାକ୍ତର ଓ ତାଙ୍କ ଟିମ୍‌ର ଚେଷ୍ଟା ପରେ ଏହି ସଫଳତା ମିଳିଥିବା କୁହାଯାଉଛି। ମିଳିଥିବା ସୂଚନା ଅନୁସାରେ, ବିହାରର ସୀତାମାଢ଼ୀରେ ରହୁଥିବା ସାବିତ ଅହମ୍ମଦଙ୍କ ପରିବାର(ପତ୍ନୀ ଓ ମା) ୧୧୦୬୧ ଲୋକମାନ୍ୟ ତିଲକ ଏକ୍ସପ୍ରେସରେ ମୁମ୍ବାଇରୁ ମୁଜାଫରନଗର ଅଭିମୁଖେ ଯାତ୍ରା କରୁଥିଲେ। କିନ୍ତୁ ଟ୍ରେନ ଯାତ୍ରା ସମୟରେ ସାଇରା ପ୍ରସବ ଯନ୍ତ୍ରଣା ଅନୁଭବ କଲେ।

Advertisment

ଆଉ ଏହା ଜଣାପଡ଼ିବା ପରେ ଟ୍ରେନ ଗାର୍ଡ଼ ପର ଷ୍ଟେସନକୁ ଖବର ଦେଇଥିଲେ। ଏହାପରେ ଷ୍ଟେସନ୍‌ରେ ଡାକ୍ତର ଓ ତାଙ୍କ ଟିମ୍‌ ମଧ୍ୟ ଉପସ୍ଥିତ ଥିଲେ। ଆଉ ଟ୍ରେନ ପହଞ୍ଚିବା ପରେ ସାଙ୍ଗେ ସାଙ୍ଗେ ତାଙ୍କର ଅପରେସନ୍‌ କରାଯାଇଥିଲା। ଆଉ ଏହାପରେ ସାଇରାଙ୍କର ଏକ ଶିଶୁ କନ୍ୟା ଜନ୍ମ ହୋଇଥିଲା। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଟ୍ରେନ ଯାତ୍ରା ସମୟରେ ପିଲା ଜନ୍ମ ହୋଇଥିବା ପରେ ମଧ୍ୟ ଉଭୟ ମାଆ ଓ ପିଲାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ରହିଛି।

ଡାକ୍ତର କହିଛନ୍ତି, ଆମକୁ ଯେତେବେଳେ ସୂଚନା ମିଳିଲା ଆମେ ତତ୍‌କ୍ଷଣାତ୍‌ ଟିମ୍‌ ସହ ଷ୍ଟେସନରେ ପହଞ୍ଚିଥିଲୁ। ଆଉ ଟ୍ରେନ ପହଂଚିବା ପରେ ସାଙ୍ଗେ ସାଙ୍ଗେ ଅପରେସନ୍‌ କରିଥିଲୁ। ଆଉ ପିଲାଟି ଜନ୍ମ ହୋଇଥିଲା। ପିଲାର ଏଜନ ୩ କିଲୋଗ୍ରାମରୁ ଅଧିକ ରହିଛି। ଜଣାପଡ଼ିଛି କି, ପିଲା ଜନ୍ମ ହେବା ପରେ ଉଭୟ ମାଆ ଓ ନବଜାତକ ଗନ୍ତବ୍ୟସ୍ଥଳକୁ ଯାତ୍ରା କରିଛନ୍ତି।

Advertisment
Lokmanya Titte Express Baby Born
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ