Advertisment

ରାଜନୀତିରୁ ସନ୍ନ୍ୟାସ ନେଲେ ବାବୁଲ ସୁପ୍ରିୟୋ

ବରିଷ୍ଠ ବିଜେପି ନେତା ତଥା ଲୋକସଭା ସାଂସଦ ବାବୁଲ ସୁପ୍ରିୟୋ ରାଜନୀତିରୁ ସନ୍ନ୍ୟାସ ନେବାକୁ ଘୋଷଣା କରିଛନ୍ତି। ଏହି ଖବର ସେ ସୋସିଆଲ୍ ମିଡିଆରେ ଜଣେଇଛନ୍ତି। ରାଜନୀତି ଛାଡ଼ିବା ସହ ସାଂସଦ ପଦରୁ ମଧ୍ୟ ଇସ୍ତଫା ଦେବେ ବୋଲି କହିଛନ୍ତି। ବାବୁଲ ପଶ୍ଚିମବଙ୍ଗରୁ ନିର୍ବାଚିତ ହୋଇ ଲୋକସଭାକୁ ଯିବା ପରେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସୁଯୋଗ ପାଇଥିଲେ।

ରାଜନୀତିରୁ ସନ୍ନ୍ୟାସ ନେଲେ ବାବୁଲ ସୁପ୍ରିୟୋ

Babul Supriyoa

Advertisment

କୋଲକାତା: ବରିଷ୍ଠ ବିଜେପି ନେତା ତଥା ଲୋକସଭା ସାଂସଦ ବାବୁଲ ସୁପ୍ରିୟୋ ରାଜନୀତିରୁ ସନ୍ନ୍ୟାସ ନେବାକୁ ଘୋଷଣା କରିଛନ୍ତି। ଏହି ଖବର ସେ ସୋସିଆଲ୍ ମିଡିଆରେ ଜଣେଇଛନ୍ତି। ରାଜନୀତି ଛାଡ଼ିବା ସହ ସାଂସଦ ପଦରୁ ମଧ୍ୟ ଇସ୍ତଫା ଦେବେ ବୋଲି କହିଛନ୍ତି। ବାବୁଲ ପଶ୍ଚିମବଙ୍ଗରୁ ନିର୍ବାଚିତ ହୋଇ ଲୋକସଭାକୁ ଯିବା ପରେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସୁଯୋଗ ପାଇଥିଲେ।

Advertisment

କିନ୍ତୁ ନିକଟରେ ହୋଇଥିବା ମନ୍ତ୍ରିମଣ୍ଡଳ ଅଦଳ ବଦଳ ବେଳେ ତାଙ୍କୁ ପଦ ଛାଡ଼ିବାକୁ ବାଧ୍ୟ କରାଯାଇଥିଲା। ପଦରୁ ବିଦାହେବା ପରେ ସେ ଆଜି ସୋସିଆଲ ମିଡିଆରେ ରାଜନୀତିକୁ ବିଦାୟ କହିଛନ୍ତି।

କଣ୍ଠଶିଳ୍ପୀରୁ ରାଜନେତା ହୋଇଥିବା ବାବୁଲ ସୁପ୍ରିୟୋ କହିଛନ୍ତି ଯେ “ଅଲବିଦା। ମୁଁ କୌଣସି ରାଜନୀତିକ ଦଳକୁ ଯାଉ ନାହିଁ। ଟିଏମ୍‌ସି, କଂଗ୍ରେସ କିମ୍ବା ସିପିଆଇଏମ୍‌କୁ ଯାଉନି। ମୁଁ ଏଠାରେ ନିଶ୍ଚିତ କରିବାକୁ ଚାହୁଁଛି ଯେ ମୋତେ କେହି ବି ଫୋନ୍ କରି ନାହାନ୍ତି ନାହାନ୍ତି। ତେଣୁ ମୁଁ କେଉଁ ଦଳରେ ମିଶିବିନି। ମୁଁ ୱାନ୍‌ ଟିମ୍‌ ପ୍ଲେୟାର୍‌। ସବୁବେଳେ ଗୋଟିଏ ଟିମ୍‌କୁ ସମର୍ଥନ କରେ। ସେହି ଦଳ ହେଲା ମୋହନ ବାଗନ। ମୁଁ ସବୁବେଳେ ଗୋଟିଏ ଦଳରେ ରହିଛି। ସେଇଟା ହେଲା ବିଜେପି-ପଶ୍ଚିମବଙ୍ଗ। ବାସ୍‌ ଏତିକି।” ସେ ଏକ କବିତା ମାଧ୍ୟମରେ ତାଙ୍କର ଇସ୍ତଫା କଥା କହିଛନ୍ତି। ଯଦି ସାମାଜିକ କାର୍ଯ୍ୟ କରିବାକୁ ହୁଏ ତେବେ ରାଜନୀତି ବିନା ମଧ୍ୟ କରିପାରିବେ ବୋଲି ସେ କହିଛନ୍ତି।

Advertisment

ସେ ଆହୁରି ମଧ୍ୟ କହିଛନ୍ତି ଯେ “ମୁଁ ରାଜନୀତିରେ ଦୀର୍ଘ ଦିନ ଧରି ରହିଛି। କିଛି ଲୋକଙ୍କୁ ସହଯୋଗ କରିଛି ଓ କିଛି ଲୋକଙ୍କୁ ଆଘାତ ମଧ୍ୟ ଦେଇଛି। ବହୁତ କିଛି ଆଲୋଚନା ଓ ଚିନ୍ତାକରିବା ପରେ ମୁଁ ରାଜନୀତି ଛାଡ଼ିବାକୁ ନିଷ୍ପତ୍ତି ନେଇଛି। ରାଜନୀତିରେ ରହିବା ଓ ସାମାଜିକ କାର୍ଯ୍ୟ କରିବା ସମ୍ଭବ ନୁହେଁ। ତେଣୁ ମୁଁ ଏହା ମଧ୍ୟରୁ ଗୋଟିଏକୁ ବାଛିଚି। ଏବେ ମୁଁ ସମାଜ ସେବା ଉପରେ ଅଧିକ ଗୁରୁତ୍ୱଦେବି। ମୁଁ ଅମିତ ଶାହା ଓ ଜେପି ନଡ୍ଡା ଜୀଙ୍କୁ ମୋ ମନରେ ଥିବା ଭାବନା ଜଣାଇଦେଇଛି।”

Advertisment

ଆସନସୋଲରୁ ୨ ଥର ସାଂସଦ ହୋଇଥିବା ବାବୁଲ ସୁପ୍ରିୟୋ ୨୦୧୪ରୁ ୨୦୧୬ ପର୍ଯ୍ୟନ୍ତ ନଗର ଉନ୍ନୟନ ବିଭାଗର ରାଷ୍ଟ୍ରମନ୍ତ୍ରୀ ଥିଲେ। ୨୦୧୬ ଜୁଲାଇରୁ ୨୦୧୯ ମେ’ ପର୍ଯ୍ୟନ୍ତ ତାଙ୍କୁ ଭାରୀ ଶିଳ୍ପର ରାଷ୍ଟ୍ରମନ୍ତ୍ରୀ କରାଯାଇଥିଲା। ୨୦୧୯ରେ ମୋଦିଙ୍କ ଦ୍ୱିତୀୟ ଇନିଂସ୍ ସରକାରରେ ବାବୁଲ ପରିବେଶ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ହୋଇଥିଲେ।

ତେବେ ନିକଟରେ ମନ୍ତ୍ରିମଣ୍ଡଳ ଅଦଳବଦଳ ପୂର୍ବରୁ ଯେଉଁ ୧୨ ଜଣଙ୍କୁ ଇସ୍ତଫା ଦେବାକୁ କୁହାଯାଇଥିଲା, ସେହି ତାଲିକାରେ ବାବୁଲ ସୁପ୍ରିୟୋଙ୍କ ନାଁ ରହିଥିଲା।

India News Politics Babul Supriyo
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ