Advertisment

କହୁ କହୁ କହିଦେଲେ ବାବା ରାମଦେବ- ମହିଳାମାନେ କିଛି ନପିନ୍ଧିଲେ ବି...

ଯୋଗ ଗୁରୁ ବାବା ରାମଦେବଙ୍କ ମହିଳାଙ୍କ ପ୍ରତି ବୟାନକୁ ନେଇ ଏବେ ତୁମ୍ବିତୋଫାନ। ମହିଳାଙ୍କୁ ସେ ଅଶୋଭନୀୟ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି।

Baba Ramdev's Controversial Remarks On women

Baba Ramdev's Controversial Remarks On women

Advertisment

ଯୋଗ ଗୁରୁ ବାବା ରାମଦେବଙ୍କ ମହିଳାଙ୍କ ପ୍ରତି ବୟାନକୁ ନେଇ ଏବେ ତୁମ୍ବିତୋଫାନ। ଦିଲ୍ଲୀ ମହିଳା କମିଶନର ସ୍ୱାତୀ ମାଲିୱାଲ୍ ଘଟଣାକୁ ଗୁରୁତ୍ୱର ସହ ନେଇ ରାମଦେବଙ୍କୁ ନୋଟିସ୍ କରିଛନ୍ତି। ନିସ୍ୱାର୍ଥ କ୍ଷମା ପ୍ରାର୍ଥନା କରିବା ସହ ରାମଦେବଙ୍କୁ ଏଭଳି ବୟାନରୁ ନିବୃତ ରହିବାକୁ କୁହାଯାଇଛି।

Advertisment

ରାମଦେବ ଗତ ଦୁଇ ଦିନ ପୂର୍ବେ ମୁମ୍ବାଇ ଥାଣେରେ ଏକ ମହିଳା ସଭାରେ କିଛି ଏଭଳି ବୟାନ ଦେଇଥିଲେ। ଯାହାକୁ ନେଇ ଏବେ ବିବାଦ ଦେଖାଦେଇଛି। ଯେଉଁଠି ମହିଳାଙ୍କୁ ଅଶୋଭନୀୟ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି।

ମହିଳାମାନେ ସବୁ ବେଳେ ସୁନ୍ଦର ଓ ଭାଗ୍ୟଶାଳୀ। ଶାଢ଼ୀ ପିନ୍ଧିଲେ ସୁନ୍ଦର ଦେଖାଯାଆନ୍ତି। ସଲୱାର୍‌ ସୁଟ୍‌ରେ ବି ସୁନ୍ଦର ଦେଖାଯାଆନ୍ତି। ଏପରିକି ଯଦି ମୋ ଭଳି ନ ପିନ୍ଧିଲେ ବି ବହୁତ ଭଲ ଦିଶନ୍ତି ବୋଲି ରାମଦେବ କହିଥିଲେ। ଏହି ସଭାରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ଅମୃତା ଫଡନାଭିସ୍ ବି ଉପସ୍ଥିତ ଥିଲେ। ରାମଦେବଙ୍କ ସହ ସଭାରେ ଅମୃତା ବସିଥିବା ବେଳେ ରାମଦେବ ଏଭଳି ଟିପ୍ପଣୀ କେମିତି ଦେଲେ ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। 

Advertisment

Baba Ramdev
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ