Advertisment

ଅଟୋ ଡ୍ରାଇଭରଙ୍କ ଘରେ ରାତ୍ରି ଭୋଜନ କଲେ ମୁଖ୍ୟମନ୍ତ୍ରୀ

ପ୍ରଜାଙ୍କ ଘରେ ରାଜା କରିଲେ ଭୋଜନ। ସାଧାରଣ ଲୋକଟିଏ ପାଇଁ ଏହାଠାରୁ ବଡ ଖବର ଆଉ କ’ଣ ହୋଇପାରେ ! ଖୁସିରେ ଉଛୁଳୁ ଥିଲା ଅଟୋ ଡ୍ରାଇଭର ବିକ୍ରମ ଦନ୍ତାନିଙ୍କ ଘର। ସକାଳୁ ସକାଳୁ ରୋଷେଇରେ ଲାଗି ପଡିଥିଲେ ପୂରା ପରିବାର। ତାଙ୍କ ଘରେ ଭୋଜନ କରିବେ ନିଜେ ମୁଖ୍ୟମନ୍ତ୍ରୀ।

ଅଦ୍ୟତନ ହୋଇଛି
Kejriwal Eats Dinner at Auto-Rickshaw Driver's Home

Delhi CM Arvind-kejriwal

Advertisment

ପ୍ରଜାଙ୍କ ଘରେ ରାଜା କରିଲେ ଭୋଜନ। ସାଧାରଣ ଲୋକଟିଏ ପାଇଁ ଏହାଠାରୁ ବଡ ଖବର ଆଉ କ’ଣ ହୋଇପାରେ ! ଖୁସିରେ ଉଛୁଳୁ ଥିଲା ଅଟୋ ଡ୍ରାଇଭର ବିକ୍ରମ ଦନ୍ତାନିଙ୍କ ଘର। ସକାଳୁ ସକାଳୁ ରୋଷେଇରେ ଲାଗି ପଡିଥିଲେ ପୂରା ପରିବାର। ତାଙ୍କ ଘରେ ଭୋଜନ କରିବେ ନିଜେ ମୁଖ୍ୟମନ୍ତ୍ରୀ। ଭାଗ୍ୟରେ ଥିଲା ଏମିତି ସୌଭାଗ୍ୟ ଆସେ । ତେଣୁ ପତି –ପତ୍ନୀ ଲାଗି ପଡିଥିଲେ ଘର ସଫା ସହ ରୋଷେଇବାସ କାମରେ। ନିର୍ଦ୍ଧାରିତ ସମୟରେ ଘରକୁ ଆସିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ତାଙ୍କ ସହ ଅନ୍ୟ କେତେଜଣ ଆପ୍‌ ନେତା ବି ଆସିଥିଲେ। ଅହମ୍ମଦାବାଦସ୍ଥିତ ଅଟୋ ଡ୍ରାଇଭର ବିକ୍ରମ ଦନ୍ତାନୀଙ୍କ ଘରେ ଆତିଥ୍ୟ ଗ୍ରହଣ କରିଥିଲେ। ମଧ୍ୟାହ୍ନ ଭୋଜନ କଲେ। 

Advertisment

ସୋମବାର ଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅହମ୍ମଦାବାଦରେ ଅଟୋ ଡ୍ରାଇଭର ସଂଘକୁ ସମ୍ବୋଧନ କରୁଥିଲେ। ସେତେବେଳେ ବିକ୍ରମ ଦନ୍ତାନୀ ତାଙ୍କ ଘରେ ରାତ୍ରି ଭୋଜନ କରିବା ପାଇଁ କେଜ୍ରିୱାଲଙ୍କୁ ନିମନ୍ତ୍ରଣ କରିଥିଲେ। ବ୍ରିକମ କହିଥିଲେ ‘ସାର୍‌, ମୁଁ ଆପଣଙ୍କର ବହୁତ ବଡ ପ୍ରଶଂସକ। ମୁଁ ସୋଶିଆଲ ମିଡିଆରେ ଏକ ଭିଡିଓରେ ଦେଖିଥିଲି, ଆପଣ ପଞ୍ଜାବର ଜଣେ ଅଟୋ ଡ୍ରାଇଭରଙ୍କ ଘରେ ଡିନର କରୁଥିଲେ। ମୁଁ ଆପଣଙ୍କୁ ନିମନ୍ତ୍ରଣ କଲେ ଆପଣ ମୋ ଘରକୁ ଡିନର କରିବାକୁ ଆସିବେ ?’

ବିକ୍ରମଙ୍କର ଏପରି କଥା ଶୁଣି ମୁଖ୍ୟମନ୍ତ୍ରୀ ‘ନିଶ୍ଚୟ ଆସିବି’ ବୋଲି କଥା ଦେଇଥିଲେ। ପ୍ରତିଶ୍ରୁତି ଅନୁସାରେ ଗତକାଲି ମୁଖ୍ୟମନ୍ତ୍ରୀ ଅହମ୍ମଦାବାଦରେ ବିକ୍ରମ ଭାଇଙ୍କ ଘରେ ପହଞ୍ଚିଥିଲେ। ବିକ୍ରମଙ୍କ ପତ୍ନୀ ନିଶା ନିଜ ପସନ୍ଦର ଖାଦ୍ୟ ମୁଖ୍ୟମନ୍ତ୍ରୀଙ୍କ ପାଇଁ ପ୍ରସ୍ତୁତ କରିଥିଲେ। ନିଶା କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ପାଇଁ ସେ ନିଜର ଦୈନନ୍ଦିନ ଖାଦ୍ୟ ରାନ୍ଧିଥିଲେ । ପରସିବାବେଳେ ଭୟ ବା ସଙ୍କୋଚ ଅନୁଭବ କରି ନ ଥିଲେ ବୋଲି ସେ କହିଛନ୍ତି।

Advertisment

ଅନ୍ୟପକ୍ଷେ ଭୋଜନ ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟୁଇଟ କରି କହିଛନ୍ତି, ବିକ୍ରଭଭାଇ ଖୁବ ଶ୍ରଦ୍ଧାରେ ତାଙ୍କ ଘରକୁ ନେଇଥିଲେ। ପରିବାର ଲୋକଙ୍କ ସହ ପରିଚୟ କରାଇଥିଲେ। ତାଙ୍କ ଘରର ଖାଦ୍ୟ ବେଶ ସ୍ୱାଦିଷ୍ଟ ଥିଲା ଏବଂ ଘର ଖାଦ୍ୟର ଆତ୍ମୀୟତା ମିଳିଥିଲା। ଖୁବ ଆଦର-ସତ୍କାର କରିଥିଲେ।’ ମଧ୍ୟାହ୍ନ ଭୋଜନ ପରେ କେଜ୍ରିୱାଲ ବିକ୍ରମ ଦନ୍ତାନି ଏବଂ ତାଙ୍କ ପରିବାରକୁ ଦିଲ୍ଲୀ ଆମନ୍ତ୍ରଣ ବି କରିଥିଲେ।

Advertisment

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ସୁରକ୍ଷାକୁ ନେଇ କେଜ୍ରିୱାଲ ଏବଂ ପୋଲିସ ମୁହାଁମୁହିଁ ହୋଇଥିଲେ। ପରେ ନିଜ ସୁରକ୍ଷା ଦାୟିତ୍ୱ ତାଙ୍କର ବୋଲି ମୁଖ୍ୟମନ୍ତ୍ରୀ ଲିଖିତ ଭାବେ ଦେବା ପରେ ତାଙ୍କ ଗାଡିକୁ ପୋଲିସ ଛାଡ଼ିଥିଲା ବୋଲି ସ୍ଥାନୀୟ ଜଏଣ୍ଟ ପୋଲିସ କମିଶନର କହିଛନ୍ତି। 

Delhi CM Arvind Kejriwal Auto Driver
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ