Advertisment

କ୍ଷଣିକେ ବଦଳିଗଲା ଭାଗ୍ୟ ! ରାତାରାତି ୧୨ କୋଟି ଟଙ୍କାର ମାଲିକ ପାଲଟିଗଲେ ଅଟୋ ଡ୍ରାଇଭର୍

କେରଳର କୋଚି ନିକଟ ମାରାଡୁର ବାସିନ୍ଦା ଜୟପାଲାନ୍ । ସେ ତାଙ୍କର ୯୫ ବର୍ଷ ବୟସ୍କା ମା, ପତ୍ନୀ ଏବଂ ଦୁଇ ପିଲାଙ୍କ ସହ ରୁହନ୍ତି । ଏକ ଗରିବ ପରିବାରରେ ତାଙ୍କର ଜନ୍ମ । ଦାନା ମୁଠାଏ ପାଇଁ ପିଲାଦିନୁ ଆଜି ପର୍ଯ୍ୟନ୍ତ କଠିନ ପରିଶ୍ରମ କରୁଛନ୍ତି । ବର୍ତ୍ତମାନ ଅଟୋ ଚଳାଇ ଦୁଃଖକଷ୍ଟରେ ପାଞ୍ଚ ପ୍ରାଣୀ କୁଟୁମ୍ବ ପୋଷୁଥିଲେ

ଅଦ୍ୟତନ ହୋଇଛି
kochi

kochi

Advertisment

କୋଚି : ରାତାରାତି କୋଟିପତି ପାଲଟିଗଲେ ଅଟୋ ଚାଳକ । ଭାଗ୍ୟ ବଦଳାଇ ଦେଲା ଲଟେରୀ । ୫୬ ବର୍ଷୀୟ ଜୟପାଲାନ୍ ପିଆର୍ କେବେ ବି ଚିନ୍ତା କରିନଥିଲେ, ଦିନେ ସେ ୧୨ କୋରଟି ଟଙ୍କା ଲଟେରୀ ଜିତିବେ । ଲୋକମାନେ ତାଙ୍କୁ 'ଅଟୋ ୱାଲ୍ ଭେୟା ...' ବୋଲି କହୁଥିଲେ । କିନ୍ତୁ ଆଜି ପୂରା କେରଳ ତାଙ୍କ ବିଷୟରେ ଜାଣିବାକୁ ଉତ୍ସାହିତ ।

Advertisment

କେରଳର କୋଚି ନିକଟ ମାରାଡୁର ବାସିନ୍ଦା ଜୟପାଲାନ୍ । ୯୫ ବର୍ଷ ବୟସ୍କା ମା, ପତ୍ନୀ ଏବଂ ଦୁଇ ପିଲାଙ୍କ ସହ ଜୟପାଲାନ୍‌ଙ୍କ ସୁଖଦୁଃଖର ସଂସାର । ଏକ ଗରିବ ପରିବାରରେ ତାଙ୍କର ଜନ୍ମ । ଦାନା ମୁଠାଏ ପାଇଁ ପିଲାଦିନୁ ଆଜି ପର୍ଯ୍ୟନ୍ତ କଠିନ ପରିଶ୍ରମ କରୁଛନ୍ତି । ବର୍ତ୍ତମାନ ଅଟୋ ଚଳାଇ ଦୁଃଖକଷ୍ଟରେ ପାଞ୍ଚ ପ୍ରାଣୀ କୁଟୁମ୍ବ ପୋଷୁଥିଲେ । କଠିନ ପରିଶ୍ରମ କରି ପିଲାମାନଙ୍କ ସୁବର୍ଣ୍ଣ ଭବିଷ୍ୟତ ପାଇଁ ସ୍ୱପ୍ନ ଦେଖୁଥିଲେ । ତେବେ ବର୍ତ୍ତମାନ ତାଙ୍କ ଜୀବନ ସମ୍ପୂର୍ଣ୍ଣ ବଦଳି ଯାଇଛି । ବର୍ତ୍ତମାନ କୋଟି କୋଟି ଟଙ୍କା ମାଲିକ ହେବା ପରେ ତାଙ୍କର ‌ଅଧା ରହିଯାଇଥିବା ସ୍ୱପ୍ନ ସାକାର ହେବାକୁ ଯାଉଛି ।

ଜୟପାଲାନ୍ ଅଟୋ ଚଳାଇ ନିଜ ପରିବାର ପୋଷନ୍ତି । ଆଉ ଏବେ ସେ Onam bumper lottery ର ଲଟେରୀ ବିଜେତା ହୋଇଛନ୍ତି । ଟିଭିରୁ ହିଁ ବମ୍ପର ଲଟେରୀ ସମ୍ପର୍କରେ ସେ ଜାଣିବାକୁ ପାଇଥିଲେ । ବିଜେତା ହୋଇଥିବା ଜାଣି ତାଙ୍କ ଖୁସିର ଆଉ ଠିକଣା ନଥିଲା । ସୋମବାର ସକାଳେ ଜୟପାଲାନ କାନାଡ଼ା ବ୍ୟାଙ୍କର ପଲିନାଡା ଶାଖାରେ ଟିକେଟ ଜମା କରିଥିଲେ, ପରେ ବମ୍ପର ଲଟେରୀ ଜିତିବାର ଖବର ଭାଇରାଲ ହୋଇଥିଲା ।

Advertisment

ଜୟପାଲାନ୍ ପ୍ରତିବର୍ଷ Onam bumper lottery କିଣୁଥିଲେ । କିନ୍ତୁ କୌଣସି ବର୍ଷ ତାଙ୍କର ଲଟେରୀ ଲାଗୁନଥିଲା । ହେଲେ ଚଳିତ ବର୍ଷ ତାଙ୍କ ଉପରେ ଭାଗ୍ୟଲକ୍ଷ୍ମୀ ପ୍ରସନ୍ନ ହୋଇଛନ୍ତି । ଅଟୋ ଚାଳକରୁ ରାତରାତି କୋଟିପତି ପାଲଟି ଯାଇଛନ୍ତି ଜୟପାଲାନ୍ ।

Advertisment
Lottery Otv Offbeat News Bumper Lottery
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ