Advertisment

SBIରେ ଆକାଉଣ୍ଟ ଥିଲେ ସାବଧାନ ! ଏହି ଲିଙ୍କରେ କ୍ଲିକ୍ ନକରିବାକୁ ଚେତାବନୀ ଜାରି କଲା ବ୍ୟାଙ୍କ

ଏନେଇ ବ୍ୟାଙ୍କ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି ବ୍ୟାଙ୍କ କେବେବି ଏସଏମଏସ କିମ୍ବା ହ୍ୱାଟସ୍‌ଆପ୍ ଉପରେ ଲିଙ୍କ୍ କିମ୍ବା ଅବାଞ୍ଛିତ APK ପଠାଏ ନାହିଁ। ଏଭଳି କୌଣସି ଲିଙ୍କରେ କ୍ଲିକ୍ କରିବା କିମ୍ବା ଅଜଣା ଫାଇଲ ଡାଉନଲୋଡ୍ ନକରିବା ପାଇଁ SBI ଗ୍ରାହକମାନଙ୍କୁ ଚେତାବନୀ ଦେଇଛି ।

ଅଦ୍ୟତନ ହୋଇଛି
SBI

SBI

Advertisment

ଆଜିକାଲି ଅନଲାଇନ୍ ଠକେଇ ବଢିବାରେ ଲାଗିଛି। ଠକେଇର ନୂଆ ନୂଆ ତରିକା ବାହାର କରି ଠକୁଛନ୍ତି ଠକ। ଅନଲାଇନ୍‌ ପେମେଣ୍ଟ ସୁବିଧା ଉପଲବ୍ଧ ଥିବାବେଳେ ଏହି ଠକେଇ ଅଧିକ ହେଉଛି। ନିକଟରେ ଏସବିଆଇ ନାଁରେ ଏକ ଫେକ୍ SMS ସୋସିଆଲ୍ ମିଡିଆରେ ଘୂରି ବୁଲୁଥିଲା। ଯେଉଁଥିରେ ଏସବିଆଇ ରିୱାର୍ଡ ପଏଣ୍ଟ ନାଁରେ ଠକେଇ କରୁଥିଲେ ସାଇବର ଠକ। ଏନେଇ ଗ୍ରାହକଙ୍କୁ ଚେତାଇ ଦେଇଛି ଏସବିଆଇ।

Advertisment

ସୂଚନା ଅନୁସାରେ, ହ୍ୱାଟସଆପ୍‌ ଓ ମେସେଜ୍ ପଠାଇ ଲୋକଙ୍କୁ ଭୂଆଁ ବୁଲାଉଛନ୍ତି ଲୁଟେରା। ଏସବିଆଇ ରିୱାର୍ଡ ପଏଣ୍ଟ ନାଁରେ ଲୋକଙ୍କୁ ନିଜ ଜାଲରେ ଫସାଉଛନ୍ତି। ଏଣ୍ଟରପ୍ରାଇଜ୍-ୱାଇଡ୍ ଲୟାଲିଟି ପ୍ରୋଗ୍ରାମ୍ ଭାବରେ, SBI ଏହାର ଗ୍ରାହକମାନଙ୍କୁ ଏକାଧିକ ବ୍ୟାଙ୍କିଙ୍ଗ୍ ଚ୍ୟାନେଲଗୁଡିକରେ ରିୱାର୍ଡ ପଏଣ୍ଟ ଦେଉଛି । ପ୍ରତ୍ୟେକ ପଏଣ୍ଟର ମୂଲ୍ୟ ହେଉଛି ୨୫ ପଇସା। ଏହିଭଳି ଏକ ମେସେଜ୍ ସୋଲିଆଲ୍ ମିଡିଆରେ ସେୟାର କରାଯାଉଛି।

ଏନେଇ ସୋସିଆଲ୍ ମିଡିଆ Xର ଏକ ପୋଷ୍ଟରେ ବ୍ୟାଙ୍କ କହିଛି ଯେ ଠକମାନେ SBI ରିୱାର୍ଡ ପଏଣ୍ଟ ପାଇବାକୁ ଏସଏମଏସ ଏବଂ ହ୍ୱାଟସ୍‌ଆପରେ ଆପ୍ ଲିଙ୍କ୍ ଏବଂ ମେସେଜ ପଠାଉଛନ୍ତି। ତେବେ ଏନେଇ ବ୍ୟାଙ୍କ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି ବ୍ୟାଙ୍କ କେବେବି ଏସଏମଏସ କିମ୍ବା ହ୍ୱାଟସ୍‌ଆପ୍ ଉପରେ ଲିଙ୍କ୍ କିମ୍ବା ଅବାଞ୍ଛିତ APK ପଠାଏ ନାହିଁ। ଏଭଳି କୌଣସି ଲିଙ୍କରେ କ୍ଲିକ୍ କରିବା କିମ୍ବା ଅଜଣା ଫାଇଲ ଡାଉନଲୋଡ୍ ନକରିବା ପାଇଁ SBI ଗ୍ରାହକମାନଙ୍କୁ ଚେତାବନୀ ଦେଇଛି । ଅଜଣା ଲିଙ୍କରେ କ୍ଲିକ୍ କଲେ ଅନେକ ସମୟରେ ଆକାଉଣ୍ଟରୁ ଟଙ୍କା କଟିଯାଉଥିବା ଭଳି ଅଭିଯୋଗ ଆସୁଛି।

Advertisment

ଯେଉଁମାନେ ଏବିଷୟରେ ଅବଗତ ନୁହଁନ୍ତି, ସେମାନଙ୍କ ପାଇଁ APK ହେଉଛି ଆଣ୍ଡ୍ରଏଡ୍ ଆପ୍ଲିକେସନ୍ ପ୍ୟାକେଜ୍ । APK ହେଉଛି ଏକ ପ୍ରକାର ଆପ୍ଲିକେସନ୍ ଫାଇଲ୍ ଯାହାକି ଆଣ୍ଡ୍ରଏଡ୍ ଅପରେଟିଂ ସିଷ୍ଟମରେ ଡିଭାଇସରେ ଆପ୍ ଡିଷ୍ଟ୍ରିବ୍ୟୁଟ୍ ଓ ଇନଷ୍ଟଲ ପାଇଁ ବ୍ୟବହୃତ ହୁଏ ।

Advertisment

SBI ରିୱାର୍ଡ ପଏଣ୍ଟ ପାଇବାର ସୁରକ୍ଷିତ ଉପାୟ କ’ଣ?

SBI FAQ ପୃଷ୍ଠା ଅନୁଯାୟୀ, ଗ୍ରାହକମାନହଙ୍କ ନାଁ ଆପେ ଆପେ SBI ରିୱାର୍ଡ ପ୍ରୋଗ୍ରାମରେ ରହିଥାଏ। ରିୱାର୍ଡ ପଏଣ୍ଟ ପାଇବା ପାଇଁ https://www.rewardz.sbi/ ପରିଦର୍ଶନ କରନ୍ତୁ। ଏହାପରେ ଆପଣଙ୍କୁ ପୋର୍ଟାଲରେ ନିଜକୁ ପଞ୍ଜିକରଣ କରିବାକୁ ପଡିବ ।

କିପରି ପଞ୍ଜିକରଣ କରିବେ?

୧. https://www.rewardz.sbi/ ପରିଦର୍ଶନ କରନ୍ତୁ

୨.ଏହାପରେ SBI ରିୱାର୍ଡ ପଏଣ୍ଟ କଷ୍ଟମର ଆଇଡି ଦିଅନ୍ତୁ

୩.ରେଜିଷ୍ଟର ମୋବାଇଲ୍ ନମ୍ୱରରେ ଆସିଥିବା OTP ପ୍ରଦାନ କରନ୍ତୁ

୪.ପର୍ସନାଲ୍ ଡିଟେଲ୍ସ ଯାଞ୍ଚ କରନ୍ତୁ ଓ ରିୱାର୍ଡ ପ୍ରାପ୍ତ କରନ୍ତୁ

ଏହି ପଏଣ୍ଟଗୁଡିକ ବାଣିଜ୍ୟ, ଚଳଚ୍ଚିତ୍ର ଟିକେଟ୍, ମୋବାଇଲ୍ / DTH ରିଚାର୍ଜ, ବିମାନ ଟିକେଟ, ହୋଟେଲ ବୁକିଂ ଏବଂ ଅନ୍ୟାନ୍ୟ ସାମଗ୍ରୀ ପାଇଁ ବ୍ୟବହୃତ ହୋଇପାରିବ ।

SBI WhatsApp
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ