ATM In Maharashtra Dispenses 5 Times Extra Cash
ଏଟିଏମ୍ରୁ ୫୦୦ ବଦଳରେ ବାହାରୁଛି ୨,୫୦୦ ଟଙ୍କା। ୫୦୦ ଟଙ୍କା withdraw କଲେ ବାହାରୁଛି ୫ ଗୁଣା ଅଧିକ ଟଙ୍କା ଅର୍ଥାତ୍ ୨,୫୦୦ ଟଙ୍କା। କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ। ମହାରାଷ୍ଟ୍ରର ନାଗପୁର ଜିଲ୍ଲାରେ ଏଭଳି କିଛି ଘଟଣା ସାମ୍ନାକୁ ଆସିଛି। ଖବର ପ୍ରଚାର ହେବା ପରେ ନିଆଁ ଭଳି ଏହା ସାଙ୍ଗେସାଙ୍ଗେ ଚାରିଆଡ଼େ ବ୍ୟାପି ଯାଇଥିଲା। ଏହାପରେ ଏଟିଏମ୍ରୁ ଟଙ୍କା ଉଠାଇବା ଲାଗି ଲୋକଙ୍କ ଭିଡ଼ ଜମିଥିଲା।
ସୂଚନା ଅନୁସାରେ, ଖାପରଖେଡା ଟାଉନରେ ଥିବା ଏକ ପ୍ରାଇଭେଟ୍ ବ୍ୟାଙ୍କର ଏଟିଏମ୍ରେ ଟଙ୍କା ଉଠାଇବେଳେ ଏଭଳି ସମସ୍ୟା ଦେଖିବାକୁ ମିଳିଥିଲା। ବୁଧବାର ଦିନ ଜଣେ ବ୍ୟକ୍ତି ATMରୁ ୫୦୦ ଟଙ୍କା ଉଠାଇବା ବେଳେ ଏଟିଏମ୍ରୁ ୨,୫୦୦ ଟଙ୍କା ବାହାରିଥିଲା। ଏହାପରେ ପୁଣିଥରେ ସେ ୫୦୦ ଟଙ୍କା withdraw କଲେ, ପୂର୍ବଭଳି ପୁଣି ୨,୫୦୦ ଟଙ୍କା ବାହାରିଥିଲା।
ଖବର ପ୍ରଚାର ହେବା ପରେ ନିଆଁ ଭଳି ଏହା ସାଙ୍ଗେସାଙ୍ଗେ ଚାରିଆଡ଼େ ବ୍ୟାପି ଯାଇଥିଲା। ଟଙ୍କା ଉଠାଇବା ଲାଗି ଏଟିଏମ୍ ବାହାରେ ଲୋକଙ୍କ ଭିଡ଼ ଜମିଥିଲା। ବ୍ୟାଙ୍କର ଜଣେ ଗ୍ରାହକ ଏସମ୍ପର୍କରେ ସ୍ଥାନୀୟ ପୋଲିସ୍କୁ ଜଣାଇବା ପରେ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚିଥିଲା। ଏହାପରେ ତତ୍କ୍ଷଣାତ ଏଟିଏମ୍ ବନ୍ଦ କରି ବ୍ୟାଙ୍କକୁ ଖବର ଦିଆଯାଇଥିଲା। ଯାନ୍ତ୍ରିକ ତ୍ରୁଟି ଯୋଗୁ ଏଟିଏମ୍ରୁ ଅଧିକ ଟଙ୍କା ବାହାରୁଥିବା ପୋଲିସ୍ ସୂଚନା ଦେଇଛି।
୧୦୦ ଟଙ୍କା ବଦଳରେ ଭୁଲ୍ବଶତଃ ଏଟିଏମ୍ ଟ୍ରେରେ ୫୦୦ ଟଙ୍କା ରଖାଯାଇଥିଲା ବୋଲି ସୂଚନା ମିଳିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/a_1655367074.jpg)