Advertisment

ଅତିକ୍‌-ଅଶ୍ରଫଙ୍କୁ ମାରିବ ପୂର୍ବରୁ ସୁଟର କାହାକୁ କରିଥିଲେ ଶେଷ କଲ ! SIT ହାତରେ ଲାଗିଛି ତଥ୍ୟ...

ସୁଟରଙ୍କ ପାଖରୁ ନକଲି ଆଧାରକାର୍ଡ ଜବତ କରିଛି SIT । ଆଧାର କାର୍ଡ ନାମ ଏବଂ ପିତାଙ୍କ ନାମ ସଠିକ୍ ଥିଲା, କିନ୍ତୁ ଠିକଣା ଭୁଲ ଥିଲା । ତିନି ଜଣଙ୍କ ଆଧାରକାର୍ଡରେ ସମାନ ଠିକଣା ଚିତ୍ରକୋଟ ଲେଖାଥିଲା ।

ଅଦ୍ୟତନ ହୋଇଛି
Atiq Ahmed Shooters Did Call Before Shootout Sit Found Details

atiq ahmed shooters did call before shootout sit found details

Advertisment

ମାଫିଆ ଅତିକ୍ ଅହମ୍ମଦ ଏବଂ ତା’ଭାଇ ଅଶ୍ରଫକୁ ହତ୍ୟା କରିଥିବା ସୁଟରଙ୍କୁ ନେଇ ଅଧିକ ତଦନ୍ତ କରୁଛି ଏସ୍‌ଆଇଟି । ଏହି ତଦନ୍ତ ବେଳେ SIT ହାତରେ ୪ଟି ମୋବାଇଲ ନମ୍ବର ଲାଗିଛି । ଏହି ମୋବାଇଲ ନମ୍ବର ଗୁଡ଼ିକ ମଧ୍ୟ ରେ ଦୁଇ ଜଣ ସୁଟର ଲବେଳେଶ ତିୱାରୀ ଓ ଅରୁଣ ମୋର୍ଯ୍ୟ ବ୍ୟବହାର କରୁଥିବା ନମ୍ବର ମଧ୍ୟ ସାମିଲ ରହିଛି । ପୋଲିସ ଏହି ନମ୍ବର ଗୁଡ଼ିକର CDR ଯାଞ୍ଚ କରି ଏହି ନମ୍ବରରୁ କେଉଁ କେଉଁ ମାନଙ୍କୁ କଲ କରାଯାଇଛି, ଶେଷ ଥର ପାଇଁ କାହାକୁ କଲ କରାଯାଇଛି, କାହା ସହ ଅଧିକ ଥର ଏମାନେ କଥା ହୋଇଛନ୍ତି ସେନେଇ ପତ୍ତା ଲଗାଇବା ପାଇଁ ଚେଷ୍ଟା କରୁଛି । 

Advertisment

କୁହାଯାଉଛି ଯେ ହତ୍ୟା ପୂର୍ବରୁ ବାନ୍ଦା ନିବାସୀ ସୁଟର ଲଭଲେଶ ତିୱାରୀ ନିଜ ପୁତୁରାକୁ ସେହି ନମ୍ବରରୁ ଶେଷ କଲ କରିଥିଲା । ଏହା ସହିତ ପରିବାର ସଦସ୍ୟଙ୍କ ସହ ମଧ୍ୟ କଥାବର୍ତ୍ତା କରିଥିଲା । ଏହା ପରେ ସେ ମୋବାଇଲ୍ ଏବଂ ସିମ୍ ଭାଙ୍ଗି ଫିଙ୍ଗି ଦେଇଥିଲା । ଦ୍ୱିତୀୟ ସୁଟର ଅରୁଣ ନୋଏଡାରେ ନିଜ ମୋବାଇଲ୍ ଏବଂ ସିମ୍ ନଷ୍ଟ କରିଥିଲା । ଏପ୍ରିଲ୍ ୧୨ରେ, ଲଭଲେଶ୍ ଲକ୍ଷ୍ନୌରେ ମୋବାଇଲ୍ ଏବଂ ସିମ୍ କାର୍ଡ ନଷ୍ଟ କରିଥିଲା । ଏହି ଘଟଣାରର ଯାଞ୍ଚ ଚାଲିଥିବା ବେଳେ ଘଟଣାରେ ସମ୍ପୃକ୍ତ ଅନ୍ୟ ୨୪ ଜଣଙ୍କୁ SIT ନୋଟିସ କରିଛି । ଏହି ୨୪ ଜଣଙ୍କ ମଧ୍ୟରେ ପୋଲିସ, ମିଡିଆ ବ୍ୟକ୍ତି ଏବଂ ପୋଷ୍ଟମର୍ଟମ କରିଥିବା ଡାକ୍ତର ସାମିଲ ଅଛନ୍ତି ।

ସୁଟରଙ୍କ ପାଖରୁ ନକଲି ଆଧାରକାର୍ଡ ଜବତ କରିଛି SIT । ଆଧାର କାର୍ଡ ନାମ ଏବଂ ପିତାଙ୍କ ନାମ ସଠିକ୍ ଥିଲା, କିନ୍ତୁ ଠିକଣା ଭୁଲ ଥିଲା । ତିନି ଜଣଙ୍କ ଆଧାରକାର୍ଡରେ ସମାନ ଠିକଣା ଚିତ୍ରକୋଟ ଲେଖାଥିଲା । ଏସଆଇଟି CDRରୁ ଏମିତି କିଛି ନମ୍ବର ମିଳିଛି ଯେଉଁଥିରେ, ବି ଏବଂ ସି ପାର୍ଟି ବିଷୟରେ ସୂରାକ୍ ମଳିଛି । ଏହି ଦିଗରେ ପୋଲିସ ଅଧିକ ତଦନ୍ତ କରୁଛି ।

Advertisment

ସୂଚନାଯୋଗ୍ୟ, ଗତ ୧୫ ତାରିଖରେ କଡ଼ା ପୁଲିସ୍‌ ସୁରକ୍ଷା ବଳୟରେ ଅତିକ ଅହମଦ ଓ ତାଙ୍କ ଭାଇ ଅଶରଫଙ୍କୁ ମେଡିକାଲ ଚେକ୍‌ଅପ୍‌ ପାଇଁ ନେବା ସମୟରେ ହୋଇଥିଲା ଗୁଳିମାଡ଼ । ୩ ସୁଟ୍‌ର ସନ୍ନି ସିଂହ, ଅରୁଣ ମୌର୍ଯ୍ୟ ଓ ଲଭଲେଶ ତିୱାରି ସର୍ବ ସମ୍ମୁଖରେ ଉଭୟଙ୍କୁ ଗୁଳି କରି ହତ୍ୟା କରିଥିଲେ । ଏହି ଘଟଣାକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା।

ଇତିହାସ ପାଲଟିଛି ଗ୍ୟାଙ୍ଗଷ୍ଟର ଅତିକ୍‌...

ତେବେ ମୃତ୍ୟୁ ପରେ ଇତିହାସ ପାଲଟିଛି ରାଜନେତା ତଥା ଗ୍ୟାଙ୍ଗଷ୍ଟର ଅତିକ୍‌ (Atiq Ahmed) । ଗୁଳିମାଡ଼ରେ ପ୍ରାଣ ହରାଇଥିବା ଦୁର୍ଦ୍ଦାନ୍ତ ଅପରାଧୀର ଆତଙ୍କର କାହାଣୀର କୌଣସି ଅନ୍ତ ଦେଖିବାକୁ ମିଳୁ ନାହିଁ । ଅତିକ ଅହମଦଙ୍କ ଅପରାଧିକ ସାମ୍ରାଜ୍ୟ ବେଶ ଲମ୍ବା । ମୃତ୍ୟୁ ପରେ ଗୋଟିଏ ପରେ ଗୋଟିଏ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ଦିନ ଥିଲା ନିଜ ଅପରାଧିକ ସାମ୍ରାଜ୍ୟର ମହାରାଜ ସାଜି ଏକ ଦରବାର ବସାଉଥିଲା ଅତିକ୍‌ ।

Advertisment

ବର୍ଷ ବର୍ଷ ଧରି ସେଠାରେ ଚଳାଇଥିଲା କ୍ରୁର ଶାସନ । ଜଣେ ନିର୍ଦ୍ଦୟୀ ରାଜାଙ୍କ ପରି ଲୋକଙ୍କ ଉପରେ ଅକଥନୀୟ ଅତ୍ୟାଚାର କରୁଥିଲା । ଦରବାରରେ ସବୁ ପ୍ରକାର ଅପରାଧିକ କାର୍ଯ୍ୟକଳାପ ହେଉଥିଲା । ଆଜି ସେ ଦୁନିଆରେ ନଥିଲେ ବି ସେହି ଦରବାରରେ ତା’ର ବିକଟାଳ ଅଟ୍ଟହାସ୍ୟ ଶୁଭୁଛି । ଆଉ ଆଜି ବି ଗୁଞ୍ଜରି ଉଠୁଛି ଆତଙ୍କର କାହାଣୀ ।

ଚକିଆ କାର୍ଯ୍ୟାଳୟରେ ଚାଲିଥିଲା ‘ଦରବାର’...

ଅତିକ୍‌ ଅହମ୍ମଦଙ୍କ ଚକିଆ ସ୍ଥିତ କାର୍ଯ୍ୟାଳୟ ତଥା ‘ଦରବାର’ ଅପରାଧିକ କାମ ପାଇଁ କୁଖାତ ଥିଲା । ୪୪ ବର୍ଷରୁ ଅଧିକ ସମୟ ଧରି ଚକିଆ କାର୍ଯ୍ୟାଳୟରେ ଗ୍ୟାଙ୍ଗଷ୍ଟରର ଦରବାର ବସୁଥିଲା । ସେ ଜେଲରେ ଥିଲେ କି ସଂସଦରେ ଥିଲେ, ତା’ର ଦରବାର ନିୟମିତ ଚାଲୁଥିଲା । ସର୍ବଦା ଅପରାଧିକ କାର୍ଯ୍ୟକଳାପର କେନ୍ଦ୍ର ସାଜିଥିଲା ଚକିଆ କାର୍ଯ୍ୟାଳୟ । ‘ସାଂସଦଙ୍କ ଦରବାର’ ନାମରେ ପ୍ରସିଦ୍ଧ ଏହି ସ୍ଥାନକୁ ବିଭିନ୍ନ ପ୍ରକାରର ଲୋକ ଆସୁଥିଲେ । ଏଇଠାରେ ଅତିକ୍‌ ନିଜ ଅପରାଧିକ ନେଟୱର୍କ ପରିଚାଳନ କରୁଥିଲା ।

ଚକିଆ ଏବଂ ଖୁଲ୍ଲାବାଦ ନିକଟବର୍ତ୍ତୀ ଅଞ୍ଚଳର ଲୋକମାନଙ୍କ ମନରେ ଏବେ ବି ଦରବାରର ସ୍ମୃତି ତାଜା ରହିଛି । ଖୁଲମ୍‌ଖୁଲ୍ଲା ଭାବରେ ସେଠାରେ ଡନ୍‌ ନିଜର ଏକଚାଟିଆ ଅପରାଧିକ ସାମ୍ରାଜ୍ୟ ଚଳାଇଥିଲା । ନିର୍ବାଚନ ସମୟରେ ସେଠାରେ ସବୁ କୁଖ୍ୟାତ ଅପରାଧୀଙ୍କ ଲମ୍ବା ଲାଇନ୍ ଲାଗୁଥିଲା । ଦରବାରକୁ ଏକ ୱାର ରୁମ୍‌ରେ ପରିଣତ କରିଦେଉଥିଲେ ଅତିକ୍‌ ।

ସବୁ ଡରୁଥିଲେ, କେହି ମୁହଁ ଖୋଲୁନଥିଲେ...

ଅତିକ୍‌ର ଆତଙ୍କ ଏପରି ଥିଲା ଯେ ତା’ ବିରୋଧରେ ଭୟରେ ସ୍ଥାନୀୟ ଲୋକ ମୁହଁ ଖୋଲୁନଥିଲେ । ଲ୍ୟାଣ୍ଡ କ୍ରୁଜର ପରି ବିଳାସପୂର୍ଣ୍ଣ ଗାଡ଼ିରୁ ଯେତେବେଳେ ଅତିକ୍‌ ଓହ୍ଲାଇ ପଡ଼ି ଚକିଆ ଅଫିସରେ ପହଞ୍ଚି ଯାଉଥିଲା, ଲୋକମାନେ ସେହି ରାସ୍ତା ଦେଇ ଯିବାକୁ ସାହସ କରୁନଥିଲେ । ଆଖପାଖରେ ଯେପରି ତାଟି କବାଟ ପଡ଼ି ଯାଉଥିଲା ।

୨୦୦୭ରେ ବେଆଇନ୍ ନିର୍ମାଣ ଦର୍ଶାଇ ଚକିଆ କାର୍ଯ୍ୟାଳୟର ଏକ ଅଂଶକୁ ଭାଙ୍ଗି ଦିଆଯାଇଥିଲା । ତଥାପି ଦରବାରର ଏକ ବଡ଼ ଅଂଶ ରହିଯାଇଥିଲା । ଦରବାରରେ ସମସ୍ତ ପ୍ରକାର ଅସ୍ତ୍ରଶସ୍ତ୍ର, ବଟିରୁ ଆଦାୟ ହେଉଥିବା ଟଙ୍କା ତଥା କାଗଜପତ୍ର ରଖାଯାଉଥିଲା । ଏପରିକି ଅପହରଣ, ହତ୍ୟା ତଥା ଲୋକଙ୍କୁ ଡରେଇବା ପାଇଁ ସେହି ସ୍ଥାନକୁ ଉଠାଇ ନେଉଯାଉଥିଲେ ଅତିକ୍‌ର ଚେଲାଚାମୁଣ୍ଡା । ମୃତକ ଉମେଶ ପାଲଙ୍କୁ ମଧ୍ୟ ୨୦୦୭ରେ ଧମକାଇବା ପାଇଁ ଦରବାରଙ୍କୁ ନିଆଯାଇଥିଲା ସେ ଏତଲାରେ ଉଲ୍ଲେଖ କରିଥିଲେ ।

Uttar Pradesh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ