Advertisment

ଦିଲ୍ଲୀ ରାଜନୀତିରେ ହଟଚମଟ: ମିଳୁନି ୨୫ AAP ବିଧାୟକଙ୍କ ପତ୍ତା

ପ୍ରାୟ ୨୫ ଜଣ AAP ବିଧାୟକଙ୍କ ସହ ଯୋଗାଯୋଗ ହୋଇପାରୁନଥିବା ଜଣାପଡ଼ିଛି। ଏନେଇ ଦିଲ୍ଲୀ ସରକାରଙ୍କ ସଙ୍କଟ ବଢ଼ିଛି।

At least 25 AAP MLAs 'missing' ahead of party meeting

At least 25 AAP MLAs 'missing' ahead of party meeting

Advertisment

ଦିଲ୍ଲୀ ରାଜନୀତିରେ ହଟଚମଟ। ମିଳୁ ନାହାନ୍ତି ଦିଲ୍ଲୀ ଆମ୍‌ ଆଦମୀ ପାର୍ଟିର ଅନେକ ବିଧାୟକ। ଦିଲ୍ଲୀରେ ଆପ୍‌ ସରକାର ଭାଙ୍ଗିବାକୁ ନେଇ ଆଶଙ୍କା ସୃଷ୍ଟି ହେବା ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ବିଧାୟକଙ୍କ ବୈଠକ ଡାକିଛନ୍ତି। ହେଲେ ବୈଠକରେ ୫୮ ବିଧାୟକ ଯୋଗ ଦେଇଥିବା ବେଳେ ଦିଲ୍ଲୀର ଅନେକ ବିଧାୟକଙ୍କ ପତ୍ତା ମିଳୁନଥିବା ସୂଚନା ମିଳିଛି।

Advertisment

ପ୍ରାୟ ୨୫ ଜଣ ବିଧାୟକଙ୍କ ସହ ଯୋଗାଯୋଗ ହୋଇପାରୁନଥିବା ଜଣାପଡ଼ିଛି। ଏନେଇ ଦିଲ୍ଲୀ ସରକାରଙ୍କ ସଙ୍କଟ ବଢ଼ିଛି। କେଜ୍ରିୱାଲ୍‌ ଡକାଇଥିବା ବୈଠକକୁ ଅନେକ ବିଧାୟକ ଆସି ନାହାନ୍ତି। ଫଳରେ ଏନେଇ ଆପ୍‌ ବିଧାୟକମାନେ ବିଜେପିକୁ ଦୋଷାରପ କରିଛନ୍ତି। ଅଭିଯୋଗ ଆସିଛି ଯେ, ‘ ଦିଲ୍ଲୀରେ କେଜ୍ରିୱାଲ୍‌ଙ୍କ ନେତୃତ୍ୱାଧୀନ ସରକାର ଭାଙ୍ଗିବାକୁ ଆପ୍‌ ବିଧାୟକଙ୍କୁ ବିଜେପି ୨୦ କୋଟି ଟଙ୍କା ଅଫର୍‌ କରିଛି।’

ଅନ୍ୟପକ୍ଷେ, ଆପ୍‌ର ଏହି ପ୍ରସଙ୍ଗକୁ ବିଜେପି ଆଭ୍ୟନ୍ତରୀଣ ବ୍ୟାପାର ବୋଲି କହିଛି। 

Arvind Kejriwal AAP MLAs AAP MLAs Missing Delhi AAP MLAs Missing
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ