Gaganyaan
ମିଶନ୍ ଗଗନଯାନ ପୂର୍ବରୁ ମହାକାଶକୁ ଯିବେ ଏହାର ଗଗନଯାତ୍ରୀ । ଗ୍ରୁପ୍ କ୍ୟାପଟେନ୍ ଶୁଭ୍ରାଂଶୁ ଶୁକ୍ଳାଙ୍କୁ ଇଣ୍ଟରନ୍ୟାସନାଲ ସ୍ପେଶ୍ ଷ୍ଟେସନ ବା ISSକୁ ପଠାଇବ ନାସା। ଇସ୍ରୋର ହ୍ୟୁମାନ ସ୍ପେଶ୍ ଫ୍ଲାଇଟ୍ ସେଣ୍ଟର- HSFC ଏବଂ ଆମେରିକାର ଆକ୍ସିଅମ୍ ସ୍ପେଶ୍ ମଧ୍ୟରେ ଏନେଇ ଚୁକ୍ତି ଚୂଡ଼ାନ୍ତ ହୋଇଛି। ଆଗାମୀ ସ୍ପେଶ୍ ମିଶନ୍ ଆକ୍ସିଅମ୍-4ରେ ଲକ୍ଷ୍ନୌର ଶୁଭ୍ରାଂଶୁ ଶୁକ୍ଳାଙ୍କୁ ପ୍ରାଇମ୍ ମିଶନ ପାଇଲଟ୍ ଭାବେ ISSକୁ ପଠାଯିବ।
ଆଉ ଜଣେ ବାୟୁସେନା ଅଧିକାରୀ ଗ୍ରୁପ୍ କ୍ୟାପଟେନ୍ ପ୍ରଶାନ୍ତ ବାଲାକ୍ରିଷ୍ଣନ ନାୟାରଙ୍କୁ ବ୍ୟାକଅପ୍ ମିଶନ ପାଇଲଟ୍ ଭାବେ ଚୁକ୍ତିରେ ସାମିଲ କରାଯାଇଛି। ଆସନ୍ତା ଅକ୍ଟୋବରରେ ଏକ୍ସିଅମ୍-4 ମିଶନ ହେବାକୁ ଥିବା ବେଳେ, ଅଗଷ୍ଟ ପ୍ରଥମ ସପ୍ତାହରୁ ଏହି ଦୁଇ ଗଗନଯାତ୍ରୀଙ୍କ ଟ୍ରେନିଂ ଆରମ୍ଭ ହେବ। ପୃଥିବୀ ପୃଷ୍ଠରୁ ୪ଶହ କିଲୋମିଟର ଉଚ୍ଚତାରେ ପରିକ୍ରମା କରୁଥିବା ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ସେମାନେ ବୈଜ୍ଞାନିକ ଗବେଷଣା ଏବଂ ଟେକ୍ନୋଲୋଜି ଡେମନଷ୍ଟ୍ରେସନ କରିବେ ।
ସବୁଠୁ ବଡ଼ କଥା ଗଗନଯାନ ମିଶନ ପାଇଁ ହାସଲ କରିବେ ବଡ଼ ଅଭିଜ୍ଞତା । ଇସ୍ରୋର ଗଗନଯାନ ମିଶନରେ ୨୦୨୫ ସୁଦ୍ଧା ଭାରତୀୟଙ୍କୁ ମହାକାଶ ପଠାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟାର୍ଗେଟ୍ ଦେଇଥିବା ବେଳେ, ଗତବର୍ଷ ଏଥିପାଇଁ ଶୁଭ୍ରାଂଶୁ ଓ ପ୍ରଶାନ୍ତଙ୍କ ସମେତ ୪ ଜଣ ସମ୍ଭାବ୍ୟ ମହାକାଶଚାରୀଙ୍କୁ ଚୟନ କରିଥିଲା ଇସ୍ରୋ ।
ଅନ୍ୟପଟେ ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ ଭାରତୀୟ ବାୟୁସେନାର ଗ୍ରୁପ କ୍ୟାପ୍ଟେନ ଶୁଭାଂଶୁ ଶୁକ୍ଳାଙ୍କୁ ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନ (ଆଇଏସଏସ)କୁ ପଠାଇବ। ଭାରତ ଓ ଆମେରିକା ସ୍ପେଶ ମିଶନ ଅଧୀନରେ ନାସା ପକ୍ଷରୁ କ୍ୟାପ୍ଟେନ ଶୁକ୍ଳାଙ୍କୁ ଚୟନ କରାଯାଇଥିବା ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି।
ଇସ୍ରୋର ମାନବ ମହାକାଶ ବିମାନ କେନ୍ଦ୍ର(ଏଚଏସ୍ଏଫସି) ଆମେରିକା ଭିତ୍ତିକ ଆକ୍ସିମୋ ସ୍ପେଶ ସହିତ ମହାକାଶ ବିମାନ ଚୁକ୍ତି(ଏସଏଫଏ) କରିଛି। ଆଇଏସଏସକୁ ଆଗାମୀ ଆକ୍ସିମୋ-୪ ମିଶନ ପାଇଁ ଏପରି ଚୁକ୍ତି କରାଯାଇଛି। ଏହି ମିଶନରେ ଦୁଇ ଜଣ ଭାରତୀୟ ଜଣେ ପ୍ରାଇମ ଓ ଜଣେ ବ୍ୟାକଅପ ପାଇଲଟ ରହିବେ।
ଇସ୍ରୋର ସୂଚନା ଅନୁଯାୟୀ, ମିଶନରେ ଗ୍ରୁପ କ୍ୟାପ୍ଟେନ ଶୁକ୍ଳା ପ୍ରାଇମ ମିଶନ ପାଇଲଟ ରହିବେ। ସେହିପରି ଭାରତୀୟ ବାୟୁସେନାର ଗ୍ରୁପ କ୍ୟାପ୍ଟେନ ପ୍ରଶାନ୍ତ ବାଲକ୍ରିଷ୍ଣନ ନାଏର ବ୍ୟାକଅପ ମିଶନ ପାଇଲଟ ଭାବେ କାମ କରିବେ। ଦୁଇ ଅଧିକାରୀଙ୍କ ଟ୍ରେନିଂ ଯାହା ଗଗନଯାତ୍ରୀ ନାମରେ ପରିଚିତ ଅଗଷ୍ଟ ପ୍ରଥମ ସପ୍ତାହରୁ ଆରମ୍ଭ ହୋଇଯିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Gaganyaan_1722674757.jpg)