Advertisment

ୟୁପି ମେଁ ଔର୍‌ ଏକ୍‌ ବାର୍‌ ଯୋଗୀ ସରକାର, ବେଶୀ ବାଟ ଯାଇପାରିଲାନି ସାଇକେଲ୍‌

ଚଳିତ ଥର ମଧ୍ୟ ବହୁମତ ହାସଲ କରି ବିଜେପି ୟୁପିରେ ପୁଣିଥରେ ସରକାର ଗଠନ କରିବ ବୋଲି ଚର୍ଚ୍ଚା ହେଉଛି। ଚଳିତ ଥର ୟୁପି ବିଧାନସଭା ନିର୍ବାଚନରେ ମଧ୍ୟ ବିଜେପି ସବୁ ଦଳକୁ ପଛରେ ପକାଇ ୨୫୦ରୁ ଅଧିକ ସିଟ୍‌ ହାତେଇଛି।

ଅଦ୍ୟତନ ହୋଇଛି
Yogi Adityanath & Akhilesh Yadav

Yogi Adityanath & Akhilesh Yadav

Advertisment

ଉତ୍ତରପ୍ରଦେଶରେ ପୁଣିଥରେ ସରକାର ଗଠନ କରିବାକୁ ଯାଉଛି ବିଜେପି। ୨୦୧୭ ଉତ୍ତରପ୍ରଦେଶ ନିର୍ବାଚନରେ ବିଜେପି ବହୁମତ ହାସଲ କରି ସରକାର ଗଠନ କରିଥିଲା। ଚଳିତ ଥର ମଧ୍ୟ ବହୁମତ ହାସଲ କରି ବିଜେପି ୟୁପିରେ ପୁଣିଥରେ ସରକାର ଗଠନ କରିବ ବୋଲି ଚର୍ଚ୍ଚା ହେଉଛି। 

Advertisment

ଚଳିତ ଥର ୟୁପି ବିଧାନସଭା ନିର୍ବାଚନରେ ମଧ୍ୟ ବିଜେପି ସବୁ ଦଳକୁ ପଛରେ ପକାଇ ୨୫୦ରୁ ଅଧିକ ସିଟ୍‌ ହାତେଇଛି। ଟ୍ରେଣ୍ଡ୍‌ ଅନୁସାରେ, ୟୁପିରେ ୪୦୩ ଆସନରୁ ବିଜେପି ୨୬୨ଟି ଆସନରେ ଆଗୁଆ ଥିବାବେଳେ ସମାଜବାଦୀ ପାର୍ଟି ୧୨୫ଟି ଆସନ, ବିଏସ୍‌ପି ୮ଟି, କଂଗ୍ରେସ ୫ଟି ଓ ଅନ୍ୟାନ୍ୟ ଦଳ ୪ଟି ଆସନରେ ଆଗୁଆ ରହିଛି। ବିଜେପି ଅନ୍ୟ ପାର୍ଟିଠୁ ଆଗରେ ରହିଛି। ତେଣୁ ଯୋଗୀ ଆଦିତ୍ୟ ନାଥଙ୍କ ନେତୃତ୍ୱାଧୀନରେ ବିଜେପି ୟୁପିରେ ପୁଣିଥରେ ସରକାର ଗଠନ କରିବ ବୋଲି ଚର୍ଚ୍ଚା ହେଉଛି। 

ୟୁପିରେ ବିଜେପିକୁ ହରାଇବା ପାଇଁ ବିରୋଧୀ ଦଳ ପୂରା ପ୍ଲାନ୍‌ କରିଥିଲେ ମଧ୍ୟ ଏସବୁ ଶେଷରେ ଫେଲ୍‌ ମାରିଥିବା ଜଣାପଡ଼ିଛି। ଚଳିତ ଥର ଭଳି ଏଥର ମଧ୍ୟ ୟୁପିବାସୀ ମୋଦିଙ୍କ ବିକାଶ ମନ୍ତ୍ର ଓ ଡବଲ ଇଞ୍ଜିନ ସରକାର ଉପରେ ଭରସା କରି ଦଳକୁ ବହୁମତ ଦେଇଥିବା ଦେଖିବାକୁ ମିଳିଛି। ନା ଏଠି ବିରୋଧୀଙ୍କ କୌଣସି ରାଜନୀତି କାମ ଦେଇଛି ନା ଅନ୍ୟ କୌଣସି ପ୍ରସଙ୍ଗ। ଶେଷରେ ମୋଦିଙ୍କ ଯାଦୁ ହିଁ କାମ ଦେଇଛି ଓ ପୁଣିଥରେ ୟୁପିରେ ବିଜେପି ସରକାର ଗଠନ କରିବାକୁ ଯାଉଛି। 

Advertisment

ସୂଚନା ଅନୁସାରେ, ୨୦୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯାଦୁ ଆଗରେ ଫେଲ୍‌ ମାରିଥିଲା କଂଗ୍ରେସ-ସମାଜବାଦୀ ପାର୍ଟି ଗଠବନ୍ଧନ। ୨୦୧୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ୩୧୨ଟି ଆସନ ଜିତି ବିରୋଧୀଙ୍କୁ ଧରାଶାୟୀ କରିଥିଲା ବିଜେପି। କଂଗ୍ରେସ-ସମାଜବାଦୀ ପାର୍ଟି ଗଠବନ୍ଧନ ୩୨୫ଟି ଆସନ ଜିତିଥିଲେ। ତେବେ ବିଜେପି ଅନ୍ୟ ଦଳ ସହ ମିଶି ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ସରକାର ଗଠନ କରିଥିଲା।

BJP Yogi Adityanath Akhilesh Yadav Assembly Elections 2022 Election Results 2022 UP Election Results
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ