ୟୁପିରେ ବିଜେପି-ସପା ମଧ୍ୟରେ କଡ଼ା ଟକ୍କର, ପଞ୍ଜାବ ଓ ଉତ୍ତରାଖଣ୍ଡରେ କଂଗ୍ରେସ ଆଗରେ

ଟ୍ରେଣ୍ଡ୍‌ ଅନୁସାରେ,ଉତ୍ତରପ୍ରଦେଶରେ ବିଜେପି ଆଗୁଆ ଥିବାବେଳେ ପଞ୍ଜାବ ଓ ଉତ୍ତରାଖଣ୍ଡରେ କଂଗ୍ରେସ ଆଗୁଆ ରହିଛି। ଯାହାକି ପ୍ରାରମ୍ଭିକ ଟ୍ରେଣ୍ଡ୍‌ରେ ଦେଖିବାକୁ ମିଳିଛି।

BJP

ଆଜି ସକାଳ ୮ଟାରୁ ୫ ରାଜ୍ୟ ବିଧାନସଭା ନିର୍ବାଚନରେ ଭୋଟ୍‌ ଗଣତି ଆରମ୍ଭ ହୋଇଛି। ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଓ ମଣିପୁରରେ ଭୋଟ୍ ଗଣତି ଚାଲିଛି।ଉତ୍ତରପ୍ରଦେଶର ୪୦୩, ଉତ୍ତରାଖଣ୍ଡର ୭୦, ପଞ୍ଜାବର ୧୧୭, ଗୋଆ ୪୦ ଓ ମଣିପୁରର ୬୦ଟି ଆସନ ପାଇଁ ଭୋଟ୍‌ ଗଣତି ଚାଲିଛି। ପ୍ରାରମ୍ଭରେ ପୋଷ୍ଟାଲ୍‌ ବାଲାଟ ଗଣତି ଚାଲିଛି। କିଏ ଗଢ଼ିବ ସରକାର ? କାହା ସ୍ୱପ୍ନ ହେବ ଚୁର୍‌ମାର୍ ? ଧୀରେ ଧୀରେ ଏହା ଜଣାପଡ଼ିବ। ଅପରାହ୍ଣ ସୁଦ୍ଧା ସବୁକିଛି ସ୍ପଷ୍ଟ ହୋଇଯିବ। 

ଟ୍ରେଣ୍ଡ୍‌ ଅନୁସାରେ, ଉତ୍ତରପ୍ରଦେଶରେ ବିଜେପି ଆଗୁଆ ଥିବାବେଳେ ପଞ୍ଜାବ ଓ ଉତ୍ତରାଖଣ୍ଡରେ କଂଗ୍ରେସ ଆଗୁଆ ରହିଛି। ଯାହାକି ପ୍ରାରମ୍ଭିକ ଟ୍ରେଣ୍ଡ୍‌ରେ ଦେଖିବାକୁ ମିଳିଛି। ତେବେ ୟୁପିରେ ବିଜେପି ଓ ସମାଜବାଦୀ ପାର୍ଟି(ସପା) ମଧ୍ୟରେ କଡ଼ା ଟକ୍କର ଚାଲି ଥିବାବେଳେ ପଞ୍ଜାବରେ କଂଗ୍ରେସ ଓ ଆପ୍‌ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। ସେହିପରି ଉତ୍ତରାଖଣ୍ଡରେ ବିଜେପି ଓ କଂଗ୍ରେସ ମଧ୍ୟରେ ଟକ୍କର ଚାଲିଥିବା ନଜର ଆସିଛି। 

ଉତ୍ତରପ୍ରଦେଶରେ ୪୦୩ ଆସନରୁ ବିଜେପି ୧୨୧ଟି ଆସନରେ ଆଗୁଆ ଥିବାବେଳେ ସପା ୭୭ଟି ଆସନ, କଂଗ୍ରେସ ୦୨ଟି ଆସନ, ବିଏସ୍‌ପି ୪ଟି ଆସନରେ ଆଗୁଆ ରହିଛି। ସେହିପରି ଉତ୍ତରାଖଣ୍ଡରେ ୭୦ଟି ଆସନରୁ ବିଜେପି ୨୮ଟି ଆସନରେ ଆଗୁଆ ଥିବାବେଳେ କଂଗ୍ରେସ ୨୫ଟି, ବିଏସ୍‌ପି ଓ ଅନ୍ୟାନ୍ୟ ପାର୍ଟି ଏପର୍ଯ୍ୟନ୍ତ ଖାତା ଖୋଲି ପାରି ନାହାନ୍ତି। ପଞ୍ଜାବରେ ୧୧୭ ଆସନରୁ ଆପ୍‌ ୪୦ଟି ଆସନରେ ଆଗୁଆ ଥିବାବେଳେ କଂଗ୍ରେସ ୩୬ଟି ଆସନରେ ଅକାଳୀ ଦଳ ୧୫ଟି ଆସନରେ ବିଜେପି ୨ଟି ଆସନରେ ଆଗୁଆ ରହିଛି।