Advertisment

ଘୋଷଣା ହେଲା ୫ ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ

୫ଟି ରାଜ୍ୟର ବିଧାନସଭା ନିର୍ବାଚନକୁ ନେଇ ECI କହିଲେ- ୫ ରାଜ୍ୟର ୬୯୦ଟି ଆସନ ପାଇଁ ହେବ ନିର୍ବାଚନ, ୫ ରାଜ୍ୟର ୧୮ କୋଟି ୩୪ ଲକ୍ଷ ମତଦାତା ମତଦାନ କରିବେ, ସୁରକ୍ଷିତ ନିର୍ବାଚନ କରାଇବା ଆମର ମୁଖ୍ୟ ଲକ୍ଷ୍ୟ

ଅଦ୍ୟତନ ହୋଇଛି
Election

Election

Advertisment

ଘୋଷଣା ହେଲା ୫ ରାଜ୍ୟର ନିର୍ବାଚନ ତାରିଖ। ଭାରତର ନିର୍ବାଚନ କମିସନ୍‌ ସୁଶୀଲ ଚନ୍ଦ୍ରା ନିର୍ବାଚନ ତାରିଖ ଘୋଷଣା କଲେ। ଗୋଆ, ପଞ୍ଜାବ, ମଣିପୁର, ଉତ୍ତରାଖଣ୍ଡ ଏବଂ ଉତ୍ତର ପ୍ରଦେଶର ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରାଯାଇଛି। ଦେଶର କୋଭିଡ୍-୧୯ ପରିସ୍ଥିତି ସଂକ୍ରାନ୍ତରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କ ସହ ଗୁରୁବାର ଦିନ ସମୀକ୍ଷା ବୈଠକ ପରେ କମିସନ୍‌ ଆଜି ୫ଟି ରାଜ୍ୟରେ ବିଧାନସଭା ତାରିଖ ଘୋଷଣା କରିଛନ୍ତି। ଫେବ୍ରୁଆରୀ ୧୦ ରୁ ଭୋଟ୍‌ ଗ୍ରହଣ ଆରମ୍ଭ ବୋଲି ସୂଚନା ମିଳିଛି।

Advertisment

ବୁଲେଟ୍‌ ପଏଣ୍ଟରେ ପଢନ୍ତୁ ନିର୍ବାଚନି ଖବର

  • ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେଲା ତାରିଖ। ୟୁପି, ଗୋଆ, ପଞ୍ଜାବ, ମଣିପୁର, ଉତ୍ତରାଖଣ୍ଡରେ ନିର୍ବାଚନ ହେବ
  • ସୁରକ୍ଷିତ ନିର୍ବାଚନ କରାଇବା ଆମର ମୁଖ୍ୟ ଲକ୍ଷ୍ୟ ବୋଲି କହିଲେ ECI
  • ୫ ରାଜ୍ୟର ୬୯୦ଟି ଆସନ ପାଇଁ ହେବ ନିର୍ବାଚନ
  • ୫ ରାଜ୍ୟର ୧୮ କୋଟି ୩୪ ଲକ୍ଷ ମତଦାତା ମତଦାନ କରିବେ
  • ୫ ରାଜ୍ୟର ୨୪.୯ ଲକ୍ଷ ଭୋଟର ପ୍ରଥମ ଥର ଭୋଟ ଦେବେ
  • ୨ ଲକ୍ଷ ୧୫ ହଜାର ୩୬୮ଟି କେନ୍ଦ୍ରରେ ହେବ ମତଦାନ
  • ପ୍ରାର୍ଥୀ ଅନଲାଇନ୍‌ରେ କରିପାରିବେ ପ୍ରାର୍ଥିପତ୍ର ଦାଖଲ
  • •୫ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା
  • ୭ଟି ପର୍ଯ୍ୟାୟରେ ହେବ ୫ ରାଜ୍ୟର ବିଧାନସଭା ନିର୍ବାଚନ •
  • ୟୁପିରେ ୭ ଓ ମଣିପୁରରେ ୨ଟି ପର୍ଯ୍ୟାୟରେ ହେବ ଭୋଟ
ECI Election2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ