Advertisment

୧୩ ଗୁଳି ଖାଇବା ପରେ ବି ଜୀବିତ ଅଛନ୍ତି ଯବାନ

ସେପଟେ ଜେହେରୁଲ ଇସଲାମ୍‌ ନାମକ ଜଣେ ପୋଲିସ କର୍ମୀ ୧୩ଟି ଗୁଳି ଖାଇବା ପରେ ମଧ୍ୟ ଏବେ ବି ଜୀବିତ ଅଛନ୍ତି। ଗୁଳି ବାଜିବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ଆଉ ଏବେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି ଜେହେରୁଲ୍‌। ତେବେ ଡାକ୍ତର କହିଛନ୍ତି ଯେ, ବର୍ତ୍ତମାନ ସମୟରେ ବି ତାଙ୍କ ଦେହରେ ଗୁଳି ରହିଛି। ଆଉ ଖୁବଶୀଘ୍ର ଅପରେସନ୍‌ ହୋଇ ଗୁଳି ବାହାର କରାଯିବ। ଆଉ ଆସାମ ପୋଲିସରେ କାର୍ଯ୍ୟରତ ଥିବା ଏହି ଦୁଇ ଯୱାନଙ୍କୁ ନେଇ ଏବେ ଜୋରସୋରରେ ଚର୍ଚ୍ଚା ଚାଲିଛି। କାରଣ ଜଣେ ଦେଶ ପାଇଁ ସହୀଦ୍‌ ହୋଇଯାଇଥିବା ବେଳେ ଆଉ ଜଣେ ୧୩ ଗୁଳି ଖାଇ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି।

ଅଦ୍ୟତନ ହୋଇଛି
୧୩ ଗୁଳି ଖାଇବା ପରେ ବି ଜୀବିତ ଅଛନ୍ତି ଯବାନ

Assam Mizoram Border Clash

Advertisment

ନୂଆଦିଲ୍ଲୀ: ଆସାମ-ମିଜୋରାମ୍‌ ମଧ୍ୟରେ ହୋଇଥିବା ସଂଘର୍ଷର ଏକ ଲୋକଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ଯାହାକୁ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ଜଣେ ଯୱାନ ପୁଅକୁ ହରାଇ ବେସାହାର ହୋଇଯାଇଛନ୍ତି ମାଆ-ବାପା। ପୁଅର ମୃତ୍ୟୁ ଖବର ଶୁଣିବା ପରେ ମାଟିରେ ଲୋଟି ପଡ଼ୁଛନ୍ତି ତ କାନ୍ଥରେ ମୁଣ୍ଡ ବି ପିଟି ଦେଉଛନ୍ତି। ସମସ୍ତଙ୍କୁ ଗୋଟିଏ ପ୍ରଶ୍ନ କରୁଛନ୍ତି….ମୋ ପୁଅକୁ କିଏ ମତେ ଫେରାଇ ଦେବ? ସୀମାରେ ସଂଘର୍ଷ ହୋଇଥିବା ବେଳେ ମଜରୁନ୍‌ ଜୀବନ ହରାଇଛନ୍ତି। ସୂଚନା ଅନୁସାରେ, ଆସାମ ପୋଲିସରେ କାର୍ଯ୍ୟରତ ମଜରୁନ୍‌ ସଂଘର୍ଷରେ ପ୍ରାଣ ହରାଇଛନ୍ତି। ଆଉ ସମବେଦନା ଦେବାକୁ ଯାଇ ତାଙ୍କ ପରିବାର ସମ୍ପର୍କୀୟଙ୍କୁ ୫୦ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ କରିଛନ୍ତି। କିନ୍ତୁ ଟଙ୍କା ନେଲେ କଣ ଆମ ପୁଅ ଫେରି ଆସିବ କି ପ୍ରଶ୍ନ କରିଛନ୍ତି ତାଙ୍କ ବାପା।

Advertisment

ସେପଟେ ଜେହେରୁଲ ଇସଲାମ୍‌ ନାମକ ଜଣେ ପୋଲିସ କର୍ମୀ ୧୩ଟି ଗୁଳି ଖାଇବା ପରେ ମଧ୍ୟ ଏବେ ବି ଜୀବିତ ଅଛନ୍ତି। ଗୁଳି ବାଜିବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ଆଉ ଏବେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି ଜେହେରୁଲ୍‌। ତେବେ ଡାକ୍ତର କହିଛନ୍ତି ଯେ, ବର୍ତ୍ତମାନ ସମୟରେ ବି ତାଙ୍କ ଦେହରେ ଗୁଳି ରହିଛି। ଆଉ ଖୁବଶୀଘ୍ର ଅପରେସନ୍‌ ହୋଇ ଗୁଳି ବାହାର କରାଯିବ। ଆଉ ଆସାମ ପୋଲିସରେ କାର୍ଯ୍ୟରତ ଥିବା ଏହି ଦୁଇ ଯୱାନଙ୍କୁ ନେଇ ଏବେ ଜୋରସୋରରେ ଚର୍ଚ୍ଚା ଚାଲିଛି। କାରଣ ଜଣେ ଦେଶ ପାଇଁ ସହୀଦ୍‌ ହୋଇଯାଇଥିବା ବେଳେ ଆଉ ଜଣେ ୧୩ ଗୁଳି ଖାଇ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି।

ସେପଟେ ଗୋପୀନାଥ ସିହ୍ନା ଯିଏକି ଆସାମ ପୋଲିସରେ କାର୍ଯ୍ୟରତ ଅଛନ୍ତି, ସେ ବି ଗୁରୁତର ଆହତ ହୋଇଛନ୍ତି। ସେ କହିଛନ୍ତି ଯେ ଗୋଡ଼ରେ ଗୁଳି ଲାଗିବା ପରେ ପ୍ରବଳ ଯନ୍ତ୍ରଣା ହୋଇଥିଲା। ପାଖାପାଖି ୧ ଘଂଟା ପରେ ହିଁ ମୁଁ ମେଡ଼ିକାଲରେ ଭର୍ତ୍ତି ହୋଇଥିଲି। ସୀମା ଅଶାନ୍ତର ଖବର ପାଇଁ ଆମେ ୪୦ ଯୱାନ ଯାଇଥିଲୁ। ମିଜୋରାମ ପଟୁ ପ୍ରବଳ ଲୋକ ମାଡ଼ି ଆସିଲେ ଆଉ ସ୍ଥିତି ଗମ୍ଭୀର ହେବା ପରେ ଅନ୍ଧାଧୁନ ଫାଇରିଂ ହେଲା ଆଉ ଯାହା ଫଳରେ ୬ ଯୱାନ ପ୍ରାଣ ହରାଇବା ସହ ଅନେକ ଆହତ ମଧ୍ୟ ହୋଇଛୁ।

Advertisment

ତାଙ୍କ କହିବା ଅନୁସାରେ, ଆମେ ମାନେ ଶାନ୍ତି ଅପିଲ କରିବା ପରେ ମଧ୍ୟ ସେମାନେ ପ୍ରଥମେ ଆକ୍ରମଣ କଲେ ଆଉ ଆମେ ଗୁଳି ଖାଇଲୁ। ସେ ଯାହା ବି ହେଉ, ଶାନ୍ତି ବଜାୟ ରଖିବା ପାଇଁ ନିଜ ଜୀବନକୁ ବାଜି ଲଗାଇ ଯୱାନମାନେ ଯନ୍ତ୍ରଣାରେ ଯୁଝି ହେଉଛନ୍ତି ଯାହାଙ୍କୁ ନେଇ ଆଜି ପୂରା ଦେଶରେ ଚର୍ଚ୍ଚା ଚାଲିଛି।

Advertisment
India Assam Mizoram
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ