/odishatv-khabar/media/post_attachments/uploadimage/library/16_9/16_9_0/IMAGE_1659584140.jpg)
Special story
ଲାଞ୍ଚ ଟଙ୍କା ସହ ଧରାପଡ଼ିଲେ ବଡ଼ବାବୁ । ହେଲେ ଏଥିପାଇଁ ଭିଜିଲାନ୍ସ ଟିମ୍କୁ ଅନେକ କସରତ୍ କରିବାକୁ ପଡ଼ିଛି । ବର୍ତ୍ତମାନ ଆସାମର ସରକାରୀ କାର୍ଯ୍ୟାଳୟରେ ଚାଲିଥିବା ଦୁର୍ନୀତିକୁ ରୋକିବା ପାଇଁ ଭିଜିଲାନ୍ସ ଏବଂ ଦୁର୍ନୀତି ନିବାରଣ ନିର୍ଦ୍ଦେଶାଳୟ ଦ୍ୱାରା ଏହି ଅଭିଯାନ ଜୋରସୋରରେ ଚାଲିଛି । ବୁଧବାର ଏକ ଟିମ୍ ଲାଞ୍ଚ ଟଙ୍କା ସହ କଛାର ଜିଲ୍ଲାର ଲଖୀପୁର ଫରେଷ୍ଟ ଡିଭିଜନର ଜଣେ ରେଞ୍ଜରକୁ ଧରିଛି । ଚଢ଼ଉ ସମ୍ପର୍କରେ ସୂଚନା ପାଇବା ପରେ ରେଞ୍ଜର ଜଣକ ଟଙ୍କାତକ ନେଇ ଅଫିସରୁ ଫେରାର ମାରୁଥିଲେ । କିନ୍ତୁ ଏକ କିଲୋମିଟର ଗୋଡ଼ାଇବା ପରେ ରେଞ୍ଜରକୁ ଧରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଟିମ୍ ।
ଆସାମର କଛାର ଜିଲ୍ଲାର ଲାଖୀପୁର ଫରେଷ୍ଟ ଡିଭିଜନର ମୁତୟନ ଥିଲେ ରେଞ୍ଜର ଦେବବ୍ରତ ଗୋଗୋଇ । ଜଙ୍ଗଲ ସମ୍ପଦ ଚୋରା କାରବାରକୁ ଅନୁମତି ପ୍ରଦାନ କରି ଜଣେ ବ୍ୟବସାୟୀଙ୍କ ଠାରୁ ସେ ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା । ହେଲେ ଅନେକ ଥର ରେଞ୍ଜର ଭିଜିଲାନ୍ସ ଆଖିରେ ଧୂଳି ଦେଇ ବର୍ତ୍ତି ଯାଉଥିଲେ । ଶେଷରେ ଲାଞ୍ଚ ଟଙ୍କା ସହ ଧରିବା ପାଇଁ ଏକ ଟିମ୍ ଗଠନ କରାଯାଇଥିଲା । ଆଉ ଘଟଣା ଦିନ ଅତର୍କିତ ଭାବେ ଦୁର୍ନୀତି ନିବାରଣ ନିର୍ଦ୍ଦେଶାଳୟର ଅଧିକାରୀମାନେ ତାଙ୍କ କାର୍ଯ୍ୟାଳୟରେ ଚଢ଼ାଉ କରିଥିଲେ।
ତେବେ ଅଫିସ୍ ଉପରେ ରେଡ୍ ହେବାର ଖବର ପାଇବା ମାତ୍ରେ ଲାଞ୍ଚ ଟଙ୍କା ସହ ଫେରାର ମାରିବା ପାଇଁ ଦଉଡ଼ିଥିଲେ ରେଞ୍ଜର ବାବୁ । ପ୍ରାୟ ଏକ କିମି ଗୋଡ଼ାଇବା ପରେ ଦୁର୍ନୀତି ନିବାରଣ ଦଳ ରେଞ୍ଜରକୁ ଧରିବାରେ ସଫଳ ହୋଇପାରିଛନ୍ତି । ଭିଜିଲାନ୍ସ କବଳରୁ ରକ୍ଷା ପାଇବା ପାଇଁ ଗୋଗୋଇ ବହୁତ ଚେଷ୍ଟା କରିଥିଲେ ମଧ୍ୟ ସେ ବିଫଳ ହୋଇଥିଲେ।
ଆସାମ ପୋଲିସର ସ୍ୱତନ୍ତ୍ର ମହାନିର୍ଦ୍ଦେଶକ ଜିପି ସିଂ ଏହି ଅଭିଯାନ ବିଷୟରେ ଟ୍ୱିଟ୍ କରିଛନ୍ତି । ବର୍ତ୍ତମାନ ରେଞ୍ଜର ଗୋଗୋଇଙ୍କୁ ପଚରାଉଚରା କରାଯାଉଛି । ଏଥି ସହିତ ଗୁଆହାଟି ଏବଂ ଜୋରହାଟରେ ଥିବା ଗୋଗୋଇଙ୍କ ବାସଭବନରେ ମଧ୍ୟ ଚଢ଼ାଉ କରାଯାଇଛି। ଏହାପୂର୍ବରୁ ଭିଜିଲାନ୍ସ ଏବଂ ଦୁର୍ନୀତି ନିବାରଣ ବିଭାଗର ଟିମ୍ ଆସାମର ମୋରିଗାଓଁ ଏବଂ ଦିବ୍ରୁଗଡରେ ପୃଥକ ଆକ୍ରମଣରେ ଲାଞ୍ଚ ଗ୍ରହଣ କରିଥିବାରୁ ଦୁଇଜଣ ଅଧିକାରୀଙ୍କୁ ଗିରଫ କରିଥିଲେ । ଯେଉଁଥିରେ ଜଣେ ଶିକ୍ଷା ଅଧିକାରୀ ଏବଂ ଜିଲ୍ଲା ଏକ୍ସାଇଜ୍ ଅଧୀକ୍ଷକ ସାମିଲ ଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)