Advertisment

ବନ୍ୟାରେ ଉବୁଟୁବୁ ଆସାମ; ଜଳବନ୍ଦୀରେ ୨୯ ଲକ୍ଷ ଲୋକ

ଆସାମରେ ବନ୍ୟା ବିଭୀଷିକା । ବନ୍ୟା ସାଙ୍ଗକୁ ଭୂସ୍ଖଳନ ଯୋଗୁଁ ନାହିଁ ନଥିବା କ୍ଷତି, କରିମଗଂଜରେ ରାସ୍ତା ଧସିଯିବାରୁ ଯାତାୟତ ପ୍ରଭାବିତ ...

ଅଦ୍ୟତନ ହୋଇଛି
Assam flood situation grim, 29 lakh affected

Assam flood situation grim, 29 lakh affected

Advertisment

ଆସାମରେ ବନ୍ୟା ବିଭୀଷିକା ଲାଗି ରହିଛି । ବନ୍ୟା ସାଙ୍ଗକୁ ଭୂସ୍ଖଳନ ଯୋଗୁଁ ନାହିଁ ନଥିବା କ୍ଷତି ଘଟିଛି । ମୋରିଗାଁ ଜିଲ୍ଲାର ପାହାଡ଼ଇଆ ଅଞ୍ଚଳରେ ଥିବା ଜନବସତିରେ ଭୂସ୍ଖଳନ ଯୋଗୁଁ ବହୁ ଘରଦ୍ୱାର ନଷ୍ଟ ହୋଇଛି । ଫଳରେ ଲୋକମାନେ ଅନ୍ୟ ଲୋକଙ୍କ ଘରେ ଆଶ୍ରୟ ନେଇଛନ୍ତି ।

Advertisment

ଏବେ ସୁଦ୍ଧା ରାଜ୍ୟରେ ୨୯ ଲକ୍ଷ ଲୋକ ପ୍ରଭାବିତ ହେଲେଣି । ଗତ ୨୪ ଘଣ୍ଟାରେ ୮ ଜଣଙ୍କର ମୃତ୍ୟୁ ହୋଇଛି ଏହାକୁ ମିଶାଇ ରାଜ୍ୟରେ ବନ୍ୟାଜନିତ ମୃତ୍ୟୁ ସଂଖ୍ୟା ୧୫୯ରେ ପହଞ୍ଚିଛି । ବନ୍ୟା ପ୍ରଭାବରେ ୩୬ ଜଣ ନିଖୋଜ ହୋଇଥିବାର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଚାଚାର ଜିଲ୍ଲା ହେଡକ୍ୱାର୍ଟର ସିଲଚର ସହର ଏବେ ବି ଜଳମଗ୍ନ ହୋଇ ରହିଛି ।

Assam flood situation grim, 29 lakh affected(ବନ୍ୟା ଦ୍ୱାରା ପ୍ରଭାବିତ ଅଞ୍ଚଳ)

ସେହିପରି କ୍ଷୟକ୍ଷତିର ଆକଳନ ପାଇଁ ଗୃହ ମନ୍ତ୍ରାଳୟର ଅଧିକାରୀଙ୍କୁ ନେଇ ଗଠିତ କେନ୍ଦ୍ରୀୟ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ୨ ଭାଗରେ ବିଭକ୍ତ ହୋଇ ବନ୍ୟା ପ୍ରଭାବିତ ଜିଲ୍ଲା ଗସ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ନିଜେ ବନ୍ୟାଞ୍ଚଳରେ ବୁଲି ବୁଲି କ୍ଷୟକ୍ଷତି ଦେଖୁଛନ୍ତି । ଏହାସହ ବନ୍ୟାପ୍ଳାବିତ ଅଞ୍ଚଳରେ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି ।

Advertisment
Assam Flood Assam Flood Crisis
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ