ଲକ୍ଷ୍ନୌ: ରିମାଣ୍ଡରେ ଯାଇପାରନ୍ତି ଅଭିଯୁକ୍ତ ଆଶିଷ ମିଶ୍ରା । ଲଖିମପୁର ଖେରି ହିଂସା ମାମଲାରେ ଆଶିଷ ମିଶ୍ରଙ୍କୁ ରିମାଣ୍ଡରେ ନେବାକୁ ଆଜି କୋର୍ଟରେ ଆବେଦନ କରିପାରନ୍ତି ଉତ୍ତର ପ୍ରଦେଶ କ୍ରାଇମବ୍ରାଞ୍ଚ । ଆଶିଷ ବର୍ତ୍ତମାନ ୧୪ ଦିନ ଲାଗି ବିଚାର ବିଭାଗୀୟ ହାଜତରେ ରହିଥିବାବେଳେ, ଗତ ୯ ତାରିଖରେ ପ୍ରାୟ ୧୨ ଘଣ୍ଟା ଧରି ଜେରା କରିବା ପରେ ଆଶିଷ ମିଶ୍ରଙ୍କୁ ଗିରଫ କରାଯାଇଥିଲା ।ଏହାସହ ରବିବାର ଦିନ ତଦନ୍ତକାରୀ ଟିମ୍ ହିଂସାକାଣ୍ଡ ଘଟଣା ସ୍ଥଳକୁ ଯାଇ ସିସିଟିଭି ଯାଂଚ କରିଥିଲା ।
ସୂଚନା ଅନୁସାରେ, ଆଶିଷଙ୍କୁ ରିମାଣ୍ଡରେ ନେଇ ତଥ୍ୟ ଉଗାଳିବାକୁ ଚେଷ୍ଟା କରିବ କ୍ରାଇମବ୍ରାଞ୍ଚ । ହତ୍ୟା, ଦୁର୍ଘଟଣା ଜନିତ ମୃତ୍ୟୁ, ଅପରାଧିକ ଷଡ଼ଯନ୍ତ୍ର ତଥା ବେପରୁଆ ଗାଡ଼ି ଚାଳନା ଅଭିଯୋଗରେ ଆଶିଷଙ୍କୁ ଗିରଫ କରାଯାଇଛି । ଉତ୍ତର ପ୍ରଦେଶ ଲଖିମପୁର ଖେରିରେ ୩ ତାରିଖରେ ବିକ୍ଷୋଭ ପ୍ରଦର୍ଶନ ବେଳେ ଚାଷୀଙ୍କ ଉପରେ ଗାଡ଼ି ମଡ଼ାଇ ହତ୍ୟା କରାଯାଇଥିବା ଅଭିଯୋଗ କରାଯାଇଛି ।
Also Read
ଘଟଣା ଓ ପରବର୍ତ୍ତୀ ହିଂସାକାଣ୍ଡ ଯୋଗୁ ୮ ଜଣଙ୍କ ମୃତ୍ୟୁ ହୋଇଥିଲା ଆଶିଷ ମିଶ୍ରାଙ୍କ ମୋବାଇଲରୁ ତାଙ୍କ ଲୋକେସନ୍ ପୋଲିସ ଜାଣିବାକୁ ପାଇଥିବା ସୂଚନା ମିଳିଛି । ଘଟଣା ଦିନ ଆଶିଷ ସେଠାରେ ନଥିବା ସେ ମନାକରୁଥିଲେ ମଧ୍ୟ ମଧ୍ୟ ତାଙ୍କ ମୋବାଇଲ ଲୋକେସନ୍ ଘଟଣାସ୍ଥଳର ଆଖପାଖରେ ଥିବା ଦର୍ଶାଇଥିଲା ଏହି ସବୁ ପ୍ରମାଣକୁ ଆଧାର କରି ତଦନ୍ତ କରୁଛି ୟୁପି କ୍ରାଇମବ୍ରାଞ୍ଚ ।
ପୂର୍ବରୁ ମଧ୍ୟ ଆଶିଷ ଓ ତାଙ୍କ ଭାଇ କହିଥିଲେ କି ଉକ୍ତ ଘଟଣାରେ ଆଶିଷ ସେଠାରେ ନଥିଲେ । ହେଲେ ମୋବାଇଲ୍ ଲୋକେସନ୍ କିନ୍ତୁ ଅଲଗା ସୂଚନା ଦେଉଛି । ଯେଉଁଥିରେ ଘଟଣାଟି ଅଲଗା ମୋଡକୁ ନେଇଯାଉଛି । ଯାହାକୁ ନେଇ କ୍ରାଇମ୍ବ୍ରାଞ୍ଚ ଘଟଣାର ଚେର ଖୋଳିବାରେ ଲାଗିପଡିଛି । ଏନେଇ ଆଗକୁ କ୍ରାଇମ୍ବ୍ରାଞ୍ଚ କେତେ ସଫଳ ହେଉଛି ତାହା କେବଳ ଦେଖିବାକୁ ବାକି ରହିଲା ।