Advertisment

ସଫେଇ କର୍ମଚାରୀ ଥିଲେ,ଏବେ ସବ୍‌କଲେକ୍ଟର ହେଲେ

ସମୟ ଥିଲା ରାଜସ୍ଥାନର ଯୋଧପୁର ଅଂଚଳରେ ମୁହଁରେ କପଡ଼ା ବାନ୍ଧି ରାସ୍ତା ସଫା କରୁଥିଲେ। ସେତେବେଳେ ଏହି ମହିଳାଙ୍କ ଉପରେ କାହାର ଦୃଷ୍ଟି ପଡ଼ିନଥିଲା। କିନ୍ତୁ ଆଜି ସମସ୍ତ ଏହି ମହିଳାଙ୍କୁ ନେଇ ଚର୍ଚ୍ଚା କରୁଛନ୍ତି। କାରଣ ନିଜର ପରିଶ୍ରମ ବଳରେ ସେ ନିଜର ଭାଗ୍ୟ ବଦଳାଇ ଦେଇଛନ୍ତି। ଏହାକୁ ହିଁ କୁହାଯାଏ ଭାଗ୍ୟ ପରିବର୍ତ୍ତନ, ଯଦି ମଣିଷ ମନ ଭିତରେ ଦୃଢ ସଂକଳ୍ପ ରୁହେ ତେବେ ଲକ୍ଷ୍ୟ ସ୍ଥଳରେ ପହଁଞ୍ଚିବା ପାଇଁ କେହି ରୋକି ପାରିବେନି। ଏ କଥା ପୁଣି ଥରେ ପ୍ରମାଣିତ ହୋଇଛି।

ଅଦ୍ୟତନ ହୋଇଛି
ସଫେଇ କର୍ମଚାରୀ ଥିଲେ,ଏବେ ସବ୍‌କଲେକ୍ଟର ହେଲେ

Jodhpur

Advertisment

ନୂଆଦିଲ୍ଲୀ: ଦିନେ ରାସ୍ତାରେ ଝାଡ଼ୁ ଧରି ରାସ୍ତା ଓଳାଉଥିଲେ ଆଉ ଏବେ ସେହି ରାସ୍ତାରେ ନାଲିବତୀ ଗାଡ଼ିରେ ବୁଲୁଛନ୍ତି। ଯେଉଁ ହାତରେ ଝାଡ଼ୁ ଧରି ରାସ୍ତାର ଆଳିଆ ସଫା କରୁଥିଲେ, ଏବେ ସେହି ହାତରେ ଜିଲ୍ଲାର ଗୁରୁତ୍ୱପୂର୍ଣ୍ଣ କାଗଜ ଉପରେ ଦସ୍ତଖତ କରୁଛନ୍ତି। ମୋଟ୍‌ ଉପରେ ସଫେଇ କର୍ମଚାରୀରୁ ଆଜି ସେ ବନିଯାଇଛନ୍ତି ସବ୍‌ କଲେକ୍ଟର।

Advertisment

ସମୟ ଥିଲା ରାଜସ୍ଥାନର ଯୋଧପୁର ଅଂଚଳରେ ମୁହଁରେ କପଡ଼ା ବାନ୍ଧି ରାସ୍ତା ସଫା କରୁଥିଲେ। ସେତେବେଳେ ଏହି ମହିଳାଙ୍କ ଉପରେ କାହାର ଦୃଷ୍ଟି ପଡ଼ିନଥିଲା। କିନ୍ତୁ ଆଜି ସମସ୍ତେ ଏହି ମହିଳାଙ୍କୁ ନେଇ ଚର୍ଚ୍ଚା କରୁଛନ୍ତି। କାରଣ ନିଜର ପରିଶ୍ରମ ବଳରେ ସେ ନିଜର ଭାଗ୍ୟ ବଦଳାଇ ଦେଇଛନ୍ତି। ଏହାକୁ ହିଁ କୁହାଯାଏ ଭାଗ୍ୟ ପରିବର୍ତ୍ତନ, ଯଦି ମଣିଷ ମନ ଭିତରେ ଦୃଢ ସଂକଳ୍ପ ରୁହେ ତେବେ ଲକ୍ଷ୍ୟ ସ୍ଥଳରେ ପହଁଞ୍ଚିବା ପାଇଁ କେହି ରୋକି ପାରିବେନି। ଏ କଥା ପୁଣି ଥରେ ପ୍ରମାଣିତ ହୋଇଛି।

Advertisment

ସୂଚନା ଅନୁସାରେ, ଯୋଧପୁର ନଗର ନିଗମରେ ଝାଡୁ ଲଗାଉଥିବା ସଫେଇ କର୍ମଚାରୀ ଆଶା କଣ୍ଡାରା। କିନ୍ତୁ ଏବେ ଏସଡ଼ିଏମ୍‌ ବନିଯାଇଛନ୍ତି। ଆଶାଙ୍କ କହିବା ଅନୁସାରେ, ରାସ୍ତାରେ କାମ କରିବା ସମୟରେ ଅନେକ ସମୟରେ ସେ ସମୟ ବାହାର କରି ବହି ପଢ଼ାପଢ଼ି କରନ୍ତି। ଆଉ ପଢ଼ୁ ପଢ଼ୁ ପାଠ ତାଙ୍କର ନିସା ହୋଇଗଲା ବୋଲି ସେ କହନ୍ତି। ରାଜସ୍ଥାନ ପ୍ରଶାସନିକ ସେବା ବା ଆରଏଏସ୍-୨୦୧୮ ରେ ଆଶା ସିଲେକ୍ଟ ହୋଇଛନ୍ତି । ଏବେ ସେ ଅନୁସୂଚିତ ବର୍ଗରୁ ଏସଡିଏମ୍ ନିଯୁକ୍ତ ହୋଇଛନ୍ତି। ଯାହାକୁ ନେଇ ପରିବାର ମଧ୍ୟରେ ଖୁସି ଖେଳିଯାଇଛି।

ସୂଚନା ଅନୁସାରେ, ୮ବର୍ଷ ହେବ ଆଶାଙ୍କ ପାରିବାରିକ ଜୀବନରେ କଳହ ହେବା ପରେ ୨ ପିଲାଙ୍କ ଦାୟିତ୍ୱ ଆଶା ନେଇଥିଲେ। ପିଲାଙ୍କ ଲାଳନ ପାଇଁ ସେ ପୌରସଂସ୍ଥା ପାଖରେ କାମ କରି ଟଙ୍କା ରୋଜଗାର କରୁଥିଲେ। ପରେ ତାଙ୍କର ଚାକିରି ନିୟମିତ ମଧ୍ୟ ହୋଇଥିଲା। ଆଶାଙ୍କ କହିବା ଅନୁସାରେ, ସେ ସ୍କୁଟି ନେଇ ଝାଡୁ ଲଗାଇବାକୁ ଯାଉଥିଲେ। ସାଙ୍ଗରେ ଏହି ସମୟରେ ବହି ନେଇକି ଯାଉଥିଲେ। ଏଭଳି କାମ କରି ସେ ଗ୍ରାଜୁଏସନ୍ ଶେଷ କରିଦେଇଥିଲେ। ପରେ ନଗର ନିଗମର ଅଧିକାରୀଙ୍କୁ ଦେଖି ଅଫିସର ହେବାର ନିଷ୍ପତ୍ତି ନେଇଥିଲେ। ସେ ଯେଉଁ ସ୍ବପ୍ନ ଦେଖିଥିଲେ ତାହା ସଫଳ ହୋଇଛି। ତେବେ ଯାହା ବି ହେଉ ସଫେଇ କର୍ମଚାରୀରୁ ସବ୍‌ କଲେକ୍ଟର ବନିବା କିଛି କମ୍‌ କଥା ନଥିଲା।

Advertisment
Jodhpur Sdm
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ