Advertisment

ଆର୍ୟନଙ୍କ ସୁରକ୍ଷା ପାଇଁ ବଡ଼ିଗାର୍ଡ଼ ପଦବୀରେ ପ୍ରକାଶ ପାଇଲା ନିଯୁକ୍ତି। ଯଦି ଆପଣ...

ଆର୍ୟନ ଖାନ୍‌ଙ୍କୁ ସୁରକ୍ଷା ଦେବା ପାଇଁ ବଡ଼ିଗାର୍ଡ଼ ପଦବୀର ପ୍ରକାଶ ପାଇଛି ବିଜ୍ଞପ୍ତି। ଘଣ୍ଟାଏରେ ଶହେରୁ ଅଧିକ ସଂଖ୍ୟାରେ ଆସୁଛି ଆବେଦନ। ଏହି ସବୁ ଯୋଗ୍ୟତା ଥିଲେ....

Aryan Khan

Aryan Khan

Advertisment

ନୂଆଦିଲ୍ଲୀ: ଆର୍ୟନ ଖାନଙ୍କୁ ନେଇ ଥମିବାରେ ନା ନେଉନାହିଁ ଚର୍ଚ୍ଚା। କ୍ରୁଜ୍‌ ପାର୍ଟିରେ ଡ୍ରଗ୍ସ କାରବାର ନେଇ ଗିରଫ ହେବାପରେ ପୂରା ଗଣମାଧ୍ୟମରେ ଆର୍ୟନଙ୍କୁ ନେଇ ଚର୍ଚ୍ଚା। ଆଉ ଏହାରି ମଧ୍ୟରେ ଆର୍ୟନ ମନ୍ନତକୁ ଫେରିଛନ୍ତି। କିନ୍ତୁ ଏବେ ଆର୍ୟନଙ୍କ ସୁରକ୍ଷାକୁ ନେଇ ବେଶ୍‌ ଚିନ୍ତିତ ହୋଇ ପଡ଼ିଛନ୍ତି ବାପା ଶାହାରୁଖ୍‌ ଖାନ ଓ ମାଆ ଗୌରୀ। ଏପରିକି ଆର୍ୟନଙ୍କୁ ସୁରକ୍ଷା ଦେବାରେ ଅଧିକ ବଡ଼ିଗାର୍ଡ଼ ନିଯୁକ୍ତି ହେବେ ବୋଲି ସୂଚନା ରହିଛି।

Advertisment

କେବଳ ଏତିକି ନୁହେଁ ବରଂ ବଡ଼ିଗାର୍ଡ଼ର ଆବଶ୍ୟକତା ନାହିଁ ଶାହାରୁଖ୍‌ ଖୁବଶୀଘ୍ର ବିଜ୍ଞପ୍ତି ମଧ୍ୟ ପ୍ରକାଶ କରିବେ। କିନ୍ତୁ ଯେପର୍ଯ୍ୟନ୍ତ ଆର୍ୟନଙ୍କ ପାଇଁ ବଡ଼ିଗାର୍ଡ଼ ମିଳିନାହିଁ ସେ ପର୍ଯ୍ୟନ୍ତ କିଙ୍ଗ୍‌ ଖାନ୍‌ଙ୍କ ବିଶ୍ୱସ୍ତ ବଡ଼ିଗାର୍ଡ଼ ରବି ସିଂହ ଆର୍ୟନଙ୍କ ସୁରକ୍ଷା ଦାୟିତ୍ୱରେ ରହିବେ।

ତେବେ ଶାହରୁଖ୍‌ ନୂଆ ବଡିଗାର୍ଡ଼ ଖୋଜୁଥିବା ଜଣାପଡ଼ିବା ପରେ ତାଙ୍କ ପ୍ରଯୋଜନା ସଂସ୍ଥା ରେଡ୍ ଚିଲିଜ୍‌ କାର୍ଯ୍ୟାଳୟରେ ଆବେଦନପତ୍ର ପହଞ୍ଚିବାରେ ଲାଗିଛି। ମୁମ୍ବାଇର ଅନେକ ସିକ୍ୟୁରିଟି ସଂସ୍ଥା ଏବଂ ଅନେକ ଅଭିଜ୍ଞ ବ୍ୟକ୍ତିଗତ ସୁରକ୍ଷାକର୍ମୀ ଏଥିପାଇଁ ଆଗ୍ରହୀ ଥିବା ଜଣାପଡ଼ିଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା କିଏ ବଡ଼ିଗାର୍ଡ଼ ରହିବେ ସେନେଇ କୌଣସି ନିଷ୍ପତ୍ତି ହୋଇନାହିଁ। ହେଲେ ଆର୍ୟନଙ୍କ ବଡ଼ିଗାର୍ଡ଼ ହେବା ପାଇଁ ଅନେକ ଇଚଛା ପ୍ରକାଶ କରିଥିବା ଜଣାଯାଉଛି। ଏପରିକି ମାତ୍ର ଗୋଟିଏ ଘଂଟାରେ ଶହେରୁ ଅଧିକ ଆବେଦନ ପତ୍ର ଦାଖଲ ହେଉଛି।

Advertisment

ବିଶ୍ୱସ୍ତ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ, ଆର୍ୟନଙ୍କ ବଡ଼ିଗାର୍ଡ଼ ପାଇଁ ଅନେକ ଗୁଡ଼ିଏ କ୍ରାଇଟେରିଆ ରଖିଛନ୍ତି କିଙ୍ଗ୍ ଖାନ୍। ଶୁଣିବାକୁ ମିଳୁଛି କି ଯିଏ ବି ଏହି ପଦବୀରେ ନିଯୁକ୍ତି ହେବ ସେ ପ୍ରଥମେ କିଛି ଦିନ ମନ୍ନତରେ କାମ କରିବେ। ଯଦି ତାଙ୍କର କାର୍ଯ୍ୟଶୈଳୀ କିଙ୍ଗ୍‌ ଖାନ୍‌ ଓ ଗୌରୀଙ୍କୁ ପସନ୍ଦ ହେଲା ତାହା ପରେ ସେ ଆର୍ୟନଙ୍କ ବଡ଼ିଗାର୍ଡ଼ ଭାବେ ନିଯୁକ୍ତି ହେବେ। ତେବେ ଏନେଇ ଖୁବଶୀଘ୍ର ଚୟନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସୂଚନା ମିଳିଛି। ସେ ଯାହା ବି ହେଉ ଆର୍ୟନଙ୍କ ବଡ଼ଗାର୍ଡ଼ ହେବା ପାଇଁ ହଜାର ହଜାର ଆବେଦନ ହେଉଥିବା ଜଣାପଡ଼ିଛି।

Aryan Khan SRK Son Aryan Khan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ