ଆର୍ୟନଙ୍କୁ ମିଳିବ କି ବେଲ୍ ? ଆଜି ପୁଣି ଜାମିନ୍ ଶୁଣାଣି . . .

ଆର୍ୟନଙ୍କ ପକ୍ଷ ରଖି ଓକିଲ ମୁକୁଲ ରୋହତଗୀ କହିଛନ୍ତି ତାଙ୍କ ଠାରୁ କୌଣସି ଡ୍ରଗ୍ସ ଜବତ ହୋଇନାହିଁ । ଏପର୍ଯ୍ୟନ୍ତ ୨୩ ଦିନ ବିତିଯାଇଥିଲେ ସୁଦ୍ଧା ଏହି ମାମଲାରେ ଆର୍ୟନଙ୍କ ବିରୋଧରେ କୌଣସି ପ୍ରମାଣ ନାହିଁ । ତଥାପି ତାଙ୍କୁ ଅପରାଧୀ ଭଳି ବ୍ୟବହାର କରାଯାଉଛି। ସେ ଡ୍ରଗ୍ସ ସେବନ କରିଥିବାର ପ୍ରମାଣ ନାହିଁ ।

୩ ସପ୍ତାହ ହେଲା ଜେଲରେ ଅଛନ୍ତି ଆର୍ୟନ ଖାନ୍

News Summary

ବମ୍ବେ ହାଇକୋର୍ଟରେ ଆର୍ୟନ ଖାନଙ୍କ ଜାମିନ ଆବେଦନର ଶୁଣାଣି

ଆର୍ୟନଙ୍କ ପାଇଁ ମାମଲା ଲଢୁଛନ୍ତି ପୂର୍ବତନ ଏଜି ମୁକୁଲ ରୋହତଗୀ

ପାଖରେ ଡ୍ରଗ୍ସ ନଥିବାରୁ ଆର୍ୟନଙ୍କୁ ବେଲ୍ ପାଇଁ ପକ୍ଷ ରଖିଛନ୍ତି ରୋହତଗୀ

୩ ସପ୍ତାହ ହେଲା ଜେଲରେ ଅଛନ୍ତି ଆର୍ୟନ ଖାନ୍

ମୁମ୍ବାଇ : ଆର୍ୟନଙ୍କୁ ମିଳିବ କି ବେଲ୍ ? ନା ପୁଣି ଜେଲରେ ରହିବେ ବାଦଶାହଙ୍କ ପୁଅ ? ମୁମ୍ବାଇ କ୍ରୁଜ ଭିତରେ ଡ୍ରଗ୍ସ ପାର୍ଟି ମାମଲାରେ ଆଜି ଅପରାହ୍ଣ ସାଢେ ୨ଟାରେ ପୁଣିଥରେ ବଲିଉଡ ଅଭିନେତା ଶାହାରୁଖଙ୍କ ପୁଅ ଆର୍ୟନ ଖାନଙ୍କ ଜାମିନ ଶୁଣାଣି ହେବ । ବମ୍ବେ ହାଇକୋର୍ଟରେ ଗତକାଲି ଆର୍ୟନଙ୍କ ଜାମିନ ଶୁଣାଣି ହୋଇଥିବା ବେଳେ ତାହା ଅସମାପ୍ତ ରହିଥିଲା । ପୂର୍ବତନ ଆଟର୍ଣ୍ଣି ଜେନେରାଲ ମୁକୁଲ ରୋହତଗୀ ଆର୍ୟନଙ୍କ ପାଇଁ ବମ୍ବେ ହାଇକୋର୍ଟରେ କେସ୍ ଲଢ଼ୁଛନ୍ତି ।

ଆର୍ୟନଙ୍କ ପକ୍ଷ ରଖି ଓକିଲ ମୁକୁଲ ରୋହତଗୀ କହିଛନ୍ତି ତାଙ୍କ ଠାରୁ କୌଣସି ଡ୍ରଗ୍ସ ଜବତ ହୋଇନାହିଁ । ଏପର୍ଯ୍ୟନ୍ତ ୨୩ ଦିନ ବିତିଯାଇଥିଲେ ସୁଦ୍ଧା ଏହି ମାମଲାରେ ଆର୍ୟନଙ୍କ ବିରୋଧରେ କୌଣସି ପ୍ରମାଣ ନାହିଁ । ତଥାପି ତାଙ୍କୁ ଅପରାଧୀ ଭଳି ବ୍ୟବହାର କରାଯାଉଛି। ସେ ଡ୍ରଗ୍ସ ସେବନ କରିଥିବାର ପ୍ରମାଣ ନାହିଁ । ଏଣୁ ତାଙ୍କ ଗିରଫଦାରି ବେଆଇନ । ସେହିଭଳି ସେ ଆହୁରି ମଧ୍ୟ କହିଛନ୍ତି ତାଙ୍କ ହ୍ୱାଟ୍ସଅପ୍ ଚାଟ ପୁରୁଣା ସେଗୁଡ଼ିକ କ୍ରୁଜ୍ ପାର୍ଟି ସହ ସଂପର୍କିତ ନୁହେଁ ।

ଏହସାହ ମୁକୁଲ ରୋହତଗୀ ଆର୍ୟନ ଖାନ କୌଣସି ଷଡଯନ୍ତ୍ରରେ ସାମିଲ ଥିବା କଥା ଅସ୍ୱୀକାର କରିଛନ୍ତି । ଆର୍ୟନ ମାମଲାରେ କୌଣସି ଆର୍ଥିକ କାରବାର ହୋଇ ନାହିଁ । ଅନ୍ୟପଟେ ଯାଞ୍ଚ ଏଜେନ୍ସି ହାତରେ ଲାଗିଛି ଆର୍ୟନ ଓ ଅନନ୍ୟାଙ୍କ ମଧ୍ୟରେ ହୋଇଥିବା ହ୍ୱାଟ୍ସଅପ୍ ଚାଟ୍ । ଯେଉଁଥିରେ ଉଠିଛି ଗଞ୍ଜେଇ ଓ କୋକେନ୍ କଥା । ମିଳିଥିବା ସୂଚନା ଅନୁସାରେ ଏନସିବି ହାତରେ ଆର୍ୟନଙ୍କ ମୋବାଇଲ୍ ଲାଗିବା ପରେ, ସେଥିରୁ ଅନନ୍ୟାଙ୍କ ସହ ହ୍ବାଟ୍ସଆପ୍ ଚାଟର ଖୁଲାସା ହୋଇଛି କୁହାଯାଉଛି । ଏହି ଚାଟକୁ ହିଁ ଆୟୁଧ କରି ଆର୍ୟନଙ୍କୁ ବେଲ୍ ନ ଦେବାକୁ ଯୁକ୍ତି ବାଢିଆସୁଛି ଯାଞ୍ଚ ଏଜେନ୍ସି ।

ଏପଟେ ଡ୍ରଗ୍ସ ଲିଙ୍କ୍ ମାମଲାରେ ଓଡିଶାର ମନୀଷ ରାଜଘରିଆ ଏବଂ ଅଭିନ୍ ସାହୁଙ୍କୁ ଜାମିନ୍ ମିଳିଛି । ଏହି ମାମଲାରେ ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଜାମିନ ମିଳିବା ପ୍ରଥମ । ମନୀଷ ରାଜଗାରିଆଙ୍କ ଠାରୁ ୨.୪ ଗ୍ରାମ ଓଜନର ଗଞ୍ଜେଇ ମିଳିବାକୁ ତାଙ୍କୁ ଏନସିବି ଗିରଫ କରିଥିଲା । ଏବେ ହାଇକୋର୍ଟ ଉଭୟଙ୍କୁ ଜାମିନ ଦେଇଛନ୍ତି । ମନୀଷଙ୍କ ଘର ରାଉରକେଲା ଓ ଅଭିନଙ୍କ ଘର ସୁନ୍ଦରଗଡ଼ର ରଘୁନାଥପାଲୀ ଅଞ୍ଚଳରେ ।

ସେପଟେ ଡ୍ରଗ୍ସ ମାମଲାରେ NCB ଆଞ୍ଚଳିକ ନିର୍ଦ୍ଦେଶକ ସମୀର ଓ୍ୱାଙ୍ଖେଡେଙ୍କ ଅଡୁଆ ବଢ଼ୁଛି । ଜଣେ ବ୍ୟକ୍ତି ନିଜ ପରିଚୟ ଲୁଚାଇ କେବଳ ମୁମ୍ବାଇ NCB କାର୍ଯ୍ୟାଳୟର କର୍ମଚାରୀ କହି ସମୀରଙ୍କ ସଂପର୍କରେ ଆଣିଛନ୍ତି ସାଂଘିତକ ଅଭିଯୋଗ । ସମୀର କିଭଳି ଡ୍ରଗ୍ସ ଜବତ ନାଁରେ ଲୋକଙ୍କ ବିରୋଧରେ ମିଛ ମାମଲା କରି ସେମାନଙ୍କୁ ଜେଲରେ ଭର୍ତ୍ତି କରନ୍ତି, ତାର ପୂରା ବିବରଣୀ ଦେଇଛନ୍ତି ଏହି ବ୍ୟକ୍ତି । ଏଥିରେ ୨୫ରୁ ଅଧିକ ମିଛ ମାମଲା ସଂପର୍କରେ ଉଲ୍ଲେଖ ରହିଛି । 

ଅନ୍ୟପଟେ ସମୀର ଓ୍ୱାଙ୍ଖଡେଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ତାଙ୍କ ପତ୍ନୀ କ୍ରାନ୍ତି ରେଡକର୍ । ଅନ୍ୟ କୌଣସି ମାମଲାରେ ସମୀରଙ୍କ ବିରୋଧରେ କୌଣସି ଅଭିଯୋଗ ଦାଖଲ କରାଯାଇ ନାହିଁ । ତେବେ ଏହି ମାମଲାରେ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି ? ତାଙ୍କର ୧୫ ବର୍ଷର ଚାକିରି କ୍ୟାରିୟରରେ ପ୍ରଥମ ଥର ପାଇଁ ତାଙ୍କ ବିରୋଧରେ ଏଭଳି ଅଭିଯୋଗ ହୋଇଛି ବୋଲି ସେ କହିଛନ୍ତି ।