Advertisment

ଆସନ୍ତାକାଲି ଆର୍ଯ୍ୟନ ଖାନ୍‌ଙ୍କ ରିମାଣ୍ଡ ଅବଧି ଶେଷ

ଏନ୍‌ସିବି ରିମାଣ୍ଡରେ କିଙ୍ଗ ଖାନ୍‌ଙ୍କ ପୁଅ ଆର୍ଯ୍ୟନ ଖାନ୍‌ଙ୍କ ରିମାଣ୍ଡ ଅବଧି ଆସନ୍ତାକାଲି ଶେଷ ହେଉଛି। ତା ପୂର୍ବରୁ ଏନ୍‌ସିବି ଟିମ୍ ଆଜି ଗିରଫ ଆର୍ଯ୍ୟନ ଖାନ୍ ଓ ଅନ୍ୟ ଦୁଇ ଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇଛି। ଦୁଇ ଥର ରିମାଣ୍ଡରେ ନେଇ ଆର୍ଯ୍ୟନଙ୍କଠାରୁ ଏନ୍‌ସିବି ଟିମ୍ ବହୁ ତଥ୍ୟ ଉଗାଳିଥିବା ସୂଚନା ମିଳିଛି । ଏପରିକି ଅନ୍ତର୍ଜାତୀୟ ଡ୍ରଗ୍ସ ରାକେଟ୍ ନେଇ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ହାତରେ ଲାଗିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ।

undefined

Aryan Khan case

Advertisment

ନୂଆଦିଲ୍ଲୀ : ଏନ୍‌ସିବି ରିମାଣ୍ଡରେ କିଙ୍ଗ ଖାନ୍‌ଙ୍କ ପୁଅ ଆର୍ଯ୍ୟନ ଖାନ୍‌ଙ୍କ ରିମାଣ୍ଡ ଅବଧି ଆସନ୍ତାକାଲି ଶେଷ ହେଉଛି। ତା ପୂର୍ବରୁ ଏନ୍‌ସିବି ଟିମ୍ ଆଜି ଗିରଫ ଆର୍ଯ୍ୟନ ଖାନ୍ ଓ ଅନ୍ୟ ଦୁଇ ଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇଛି। ଦୁଇ ଥର ରିମାଣ୍ଡରେ ନେଇ ଆର୍ଯ୍ୟନଙ୍କଠାରୁ ଏନ୍‌ସିବି ଟିମ୍ ବହୁ ତଥ୍ୟ ଉଗାଳିଥିବା ସୂଚନା ମିଳିଛି । ଏପରିକି ଅନ୍ତର୍ଜାତୀୟ ଡ୍ରଗ୍ସ ରାକେଟ୍ ନେଇ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ହାତରେ ଲାଗିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ। ଆର୍ଯ୍ୟନ କ୍ରୁସ୍ ପାର୍ଟିରେ କ’ଣ କରୁଥିଲେ? ଆଗରୁ କେତେ ଥର ଯାଇଥିଲେ? ଡ୍ରଗ୍ସ ଆଗରୁ କେବେ ନେଇଥିଲେ କି? ଏନେଇ ପଚରାଉଚରାଉ କରିଛି ଏନ୍‌ସିବି। ସେପଟେ ମାମଲାରେ ଗତକାଲି ଗିରଫ ହୋଇଥିବା ଇଭେଣ୍ଟ କମ୍ପାନୀର ଗୋପାଲ ଜି ଆନନ୍ଦ, ସମୀର ସେହଗଲ, ମାନଭ ସିଙ୍ଗଲ ଏବଂ ଭାସ୍କର ଆରୋରାଙ୍କୁ ଅକ୍ଟୋବର ୧୪ ଯାଏଁ ଏନ୍‌ସିବି ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି ମୁମ୍ବାଇ କୋର୍ଟ।

Advertisment

ଅକ୍ଟୋବର ୩ରେ ଆର୍ଯ୍ୟନ ଖାନଙ୍କୁ ଗିରଫ କରାଯାଇଥିଲା । ମୁମ୍ବାଇରେ ହାଇ ପ୍ରୋଫାଇଲ୍‌ ଡ୍ରଗ୍ସ ପାର୍ଟିରେ ସାମିଲ ହେବା ଘଟଣାକୁ ନେଇ ତାଙ୍କୁ ଗିରଫ କରାଯାଇଥିଲା। ଏନ୍‌ସିବିର ସ୍ପେସାଲ ଟିମ୍‌ ତାଙ୍କୁ ଗିରଫ କରିଥିଲା। ରାତି ଅଧରେ ରେଭ୍ ପାର୍ଟିରେ ସାମିଲ ଥାଇ ଧରାପଡ଼ିଥିଲେ ଆର୍ଯ୍ୟନ । ସେତେବେଳେ ତାଙ୍କ ସହ ମୋଟ ୮ ଜଣଙ୍କୁ ଧରି ଥିଲା ଏନ୍‌ସିବି । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ମୁମ୍ବାଇ ୟୁନିଟ୍ ଆର୍ଯ୍ୟନଙ୍କୁ ଜେରା କରିଥିଲା । ପରେ ତାଙ୍କୁ ଗିରଫ କରିଥିଲା । ଖାଲି ସେତିକି ନୁହେଁ ଆର୍ଯ୍ୟନଙ୍କ ମୋବାଇଲ୍ ଫୋନ୍ ମଧ୍ୟ ଜବତ କରିଥିଲା ଏନ୍‌ସିବି । ଫୋନ୍‌ରେ ସେ କାହା ସହ କ’ଣ ସବୁ କଥା ହୋଇଥିଲେ ବା କାହା ସହ ସେ ହ୍ୱାଟ୍ସସଆପ୍‌ ଚାଟ୍ କରିଥିଲେ ସବିଶେଷ ଯାଞ୍ଚ କରି ତାଙ୍କୁ ଗିରଫ କରାଯାଇଥିଲା । ଜେରା ବେଳେ ଘଟଣାକୁ ନେଇ ଆର୍ଯ୍ୟନ କହିଥିଲେ ଯେ ସେ ଏହି ପାର୍ଟି ପାଇଁ ଟଙ୍କା ଖର୍ଚ୍ଚ କରି ନାଥିଲେ । ତାଙ୍କୁ ଅତିଥି ଭାବେ ପାର୍ଟିକୁ ଡକାଯାଇଥିଲା ।

Advertisment

ଏହି ମାମଲାରେ ମଙ୍ଗଳବାର ଏନ୍‌ସିବି ୨ ଓଡିଆ ଯୁବନଙ୍କୁ ଗିରଫ କରିଥିଲା । ସେମାନଙ୍କୁ ଗିରଫ କରି ନାର୍କୋଟିକ୍ କଣ୍ଟ୍ରୋଲ୍ ବ୍ୟୁରୋ ତଥ୍ୟ ଉଗାଳିଛି। ଉଭୟଙ୍କ ଘର ରାଉରକେଲା ବୋଲି ଜଣାଯାଇଛି। ଏମାନେ ସେଦିନ ଗଂଜେଇ ଟାଣିଥିବା ଏନ୍‌ସିବି ସୂଚନା ଦେଇଛି। ତା’ସହ କୌଣସି ବୁଲା ବିକାଳିଙ୍କ ସହ ଏମାନଙ୍କ ସଂପୃକ୍ତି ରହିଛି ନା ନାହିଁ, ମୋଟ ୪ ଜଣଙ୍କୁ ଗିରଫ କରି ଖୋଳତାଡ଼ କରୁଛି ଏନ୍‌ସିବି। ସେପଟେ ଆର୍ଯ୍ୟନ ସମେତ ୧୧ରୁ ଅଧିକଙ୍କୁ ଗିରଫ କରିଥିବା ଏନ୍‌ସିବି ରେଭ୍ ପାର୍ଟିର ବିଦେଶୀ ଲିଙ୍କ୍ ହାତେଇଛି।

India News Aryan Khan Mumbai Cruise Drugs Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ