Advertisment

ମୁମ୍ବାଇ ଡ୍ରଗ୍ସ ପାର୍ଟି ମାମଲାରେ କୋର୍ଟଙ୍କ ବଡ ଶୁଣାଣି: ହ୍ୱାଟ୍ସଆପ୍ ଚାଟ୍‌ରେ ଷଡଯନ୍ତ୍ରର କୌଣସି ଗନ୍ଧ ନାହିଁ

ମୁମ୍ବାଇ ଡ୍ରଗ୍ସ ପାର୍ଟି ମାମଲାରେ ବମ୍ବେ ହାଇକୋର୍ଟର ବଡ ଶୁଣାଣି । ଏହି ମାମଲାର ଅଭିଯୁକ୍ତଙ୍କ ବିପକ୍ଷରେ ଥିବା ଅଭିଯୋଗକୁ ଖଣ୍ତନ କରିଛନ୍ତି ବମ୍ବେ ହାଇକୋର୍ଟ । ଅଭିଯୁକ୍ତ ଆର୍ୟନ ଖାନ୍, ଅରବାଜ ମର୍ଚାଣ୍ଟ ଓ ମୁନମୁନ୍ ଧମେଚାଙ୍କ ମଧ୍ୟରେ ହୋଇଥିବା ହ୍ୱାଟସପ୍ ଚାଟ୍‌ରେ ମୁମ୍ବାଇ ଡ୍ରଗ୍ସ ମାମଲା ସହ ଜଡିତ କୌଣସି ବାର୍ତ୍ତାଳପ ହୋଇନାହିଁ ବୋଲି କୋର୍ଟରେ କୁହାଯାଇଛି ।

ଅଦ୍ୟତନ ହୋଇଛି
WhatsApp conversations

WhatsApp conversations

Advertisment

ନୂଆଦିଲ୍ଲୀ: ମୁମ୍ବାଇ ଡ୍ରଗ୍ସ ପାର୍ଟି ମାମଲାରେ ବମ୍ବେ ହାଇକୋର୍ଟର ବଡ ଶୁଣାଣି । ଏହି ମାମଲାର ଅଭିଯୁକ୍ତଙ୍କ ବିପକ୍ଷରେ ଥିବା ଅଭିଯୋଗକୁ ଖଣ୍ତନ କରିଛନ୍ତି ବମ୍ବେ ହାଇକୋର୍ଟ । ଅଭିଯୁକ୍ତ ଆର୍ୟନ ଖାନ୍, ଅରବାଜ ମର୍ଚାଣ୍ଟ ଓ ମୁନମୁନ୍ ଧମେଚାଙ୍କ ମଧ୍ୟରେ ହୋଇଥିବା ହ୍ୱାଟସପ୍ ଚାଟ୍‌ରେ ମୁମ୍ବାଇ ଡ୍ରଗ୍ସ ମାମଲା ସହ ଜଡିତ କୌଣସି ବାର୍ତ୍ତାଳପ ହୋଇନାହିଁ ବୋଲି କୋର୍ଟରେ କୁହାଯାଇଛି ।

Advertisment

କୋର୍ଟଙ୍କ କହିବା ଅନୁଯାୟୀ ଅଭିଯୁକ୍ତଙ୍କ ବିରୁଦ୍ଧରେ କୋଣସି ସକରାତ୍ମକ ପ୍ରମାଣ ନାହିଁ । ଅର୍ଥାତ ସେହି ଚାଟ୍‌ରେ ବେଆଇନ କାର୍ଯ୍ୟକୁ ନେଇ କୋଣସି କଥାବାର୍ତ୍ତା ହୋଇନାହିଁ କି ଆପତ୍ତିଜନକ ବିଷୟବସ୍ତୁ ମଧ୍ୟ ମିଳିନାହିଁ । ତେଣୁ କୋର୍ଟ ଏହାକୁ ବିଶ୍ୱାସ କରିବ ନାହିଁ । କୋର୍ଟ ପକ୍ଷରୁ ଜାରି ହୋଇଥିବା ଜାମିନ ଅର୍ଡରେ କୁହାଯାଇଛି ଯେ ଆର୍ୟନ ଖାନ, ଅରବାଜ ମର୍ଚାଣ୍ଟ ଓ ମୁନମୁନ ଧମେଚା ସେମାନେ ୩ ଜଣ ଏକାଠି ଗୋଟିଏ କ୍ରୁଜରେ ଯାଇଥିବାର ଅର୍ଥ ନୁହେଁ ଯେ ମିଳିତ ଭାବେ ସେଠାରେ କୌଣସି ବେଆଇନ କାମ ଘଟାଇବାକୁ ଯୋଜନା କରିଥିଲେ। କୋର୍ଟ ଜାମିନ ମିଳିବା ଯଥାର୍ଥ ବୋଲି ମଧ୍ୟ ନିର୍ଦ୍ଦେଶନାମାରେ କହିଛନ୍ତି। ଏଥିସହ କୋର୍ଟ କହିଛନ୍ତି, ଅଧିକାର ନଥିବା ତଦନ୍ତକାରୀ ଅଧିକାରୀଙ୍କ ଆଗରେ ରେକର୍ଡ ହୋଇଥିବା ବୟାନ ଉପରେ ଏନସିବି କେବେ ହେଲେ ନିର୍ଭର କରିପାରିବ ନାହିଁ।

ସୂଚନା ମୁତାବକ, ଅକ୍ଟୋବର ୩ରେ ଏନସିବି ଆର୍ୟନଙ୍କ ସହ ପ୍ରାୟ ୭ ଜଣ ଅଭିଯୁକ୍ତଙ୍କୁ ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟିରୁ ଗିରଫ କରିଥିଲା। ଏହାର ପ୍ରାୟ ୨୭ ଦିନ ପରେ ଆର୍ଯ୍ୟନଙ୍କୁ ବମ୍ବେ ହାଇକୋର୍ଟ ଜାମିନ ଦେଇଥିଲେ। ଏହି ସମୟରେ ଆର୍ଯ୍ୟନ, ମୁନମୁନ ଓ ଅରବାଜଙ୍କ ଜାମିନ ଆବେଦନକୁ ଏନସିବି କୋର୍ଟରେ ବିରୋଧ କରିଥିଲା। ଏଥିସହ ସେମାନଙ୍କ ବିରୋଧରେ ଷଡ଼ଯନ୍ତ୍ରର ଅଭିଯୋଗ ଆଣିଥିଲା। ଖାଲି ସେତିକି ନୁହେଁ, ଆର୍ଯ୍ୟନଙ୍କ ଲିଙ୍କ ବିଦେଶରେ ରହୁଥିବା ଡ୍ରଗ୍ସ ପେଡେଲରଙ୍କ ସହ ରହିଥିବା ମଧ୍ୟ ଏନସିବି ଅଭିଯୋଗ କରିଥିଲା।

Advertisment
Mumbai Drugs Case Whatsapp Chat Mumbai HighCourt
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ