Advertisment

ମନି ଲଣ୍ଡ୍ରିଂ ମାମଲା: ଆପ୍ ଏମପି ଓ କେଜ୍ରିୱାଲଙ୍କ ପିଏସଙ୍କ ଘରେ ଇଡି ରେଡ୍

ମନି ଲଣ୍ଡ୍ରିଂ ମାମଲାରେ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ବୈଭବ କୁମାରଙ୍କ ଘରେ ରେଡ୍ କରୁଛି ଇଡି । ଏହାସହ ଦିଲ୍ଲୀ ଜଳବୋର୍ଡର ପୂର୍ବତନ ସଦସ୍ୟ ସଲାଭ କୁମାରଙ୍କ ଘରେ ବି ରେଡ୍ ଚାଲିଛି ।

ଅଦ୍ୟତନ ହୋଇଛି
ED Raid

ED Raid

Advertisment

ବଢିବାରେ ଲାଗିଛି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅଡୁଆ। ଦିଲ୍ଲୀ ସରକାରଙ୍କୁ ଟାର୍ଗେଟ କରିଛି ଇଡି। ଆଜି ଆପ୍ ନେତାଙ୍କ ସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ପିଏସ୍ ଙ୍କ ଘରେ ଚଢ଼ାଉ ଚାଲିଛି। ରାଜଧାନୀ ଦିଲ୍ଲୀର ୧୦ ସ୍ଥାନରେ ଏକକାଳୀନ ରେଡ୍ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

Advertisment

ଆପ୍ ରାଜ୍ୟସଭା ସାଂସଦ ଏନଡି ଗୁପ୍ତା ଏବଂ କେଜ୍ରିଓ୍ବାଲଙ୍କ ବ୍ୟକ୍ତିଗତ ସଚିବଙ୍କ ବାସଭବନରେ ଚଢ଼ାଉ ଜାରି ରହିଛି । ମନି ଲଣ୍ଡ୍ରିଂ ମାମଲାରେ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ବୈଭବ କୁମାରଙ୍କ ଘରେ ରେଡ୍ କରୁଛି ଇଡି । ଏହାସହ ଦିଲ୍ଲୀ ଜଳବୋର୍ଡର ପୂର୍ବତନ ସଦସ୍ୟ ସଲାଭ କୁମାରଙ୍କ ଘରେ ବି ରେଡ୍ ଚାଲିଛି ।

ମନି ଲଣ୍ଡ୍ରିଂ ମାମଲାରେ ଇଡି ଦୀର୍ଘ ଦିନ ଧରି ତଦନ୍ତ କରିବା ସହ ବିଭିନ୍ନ ସ୍ଥାନରେ ରେଡ୍ କରୁଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଛାପାମାରୀକୁ ନେଇ ଆମ୍ ଆଦମୀ ପାର୍ଟି ନେତା ଆତଶୀ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ କହିଛନ୍ତି, ବିଜେପି ଇଡିକୁ ହାତ କରି ଡରାଇବାକୁ ଚେଷ୍ଟା କରୁଛି । ତେଣୁ କେବଳ ଆପ୍ ନେତାଙ୍କ ଘରେ ହିଁ ରେଡ୍ ଚାଲିଛି।

Advertisment

ମନି ଲଣ୍ଡ୍ରିଂ ନେଇ ଇଡି ନିକଟରେ କୌଣସି ପ୍ରମାଣ ନାହିଁ । ତେଣୁ ନେତାଙ୍କୁ ଚୁପ୍ କରିବାକୁ ରେଡ୍ ଚାଲିଛି ବୋଲି ସେ କହିଛନ୍ତି। ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ମଦନୀତି ଦୁର୍ନୀତି ମାମଲାରେ ୫ ଥର ଇଢି ସମନ କରିବା ପରେ ବି ସେ ହାଜର ହୋଇନାହାନ୍ତି । ଏହାକୁ ନେଇ ଇଡି କୋର୍ଟଙ୍କ ଦ୍ବାରସ୍ଥ ହୋଇଛି । ଆସନ୍ତାକାଲି ମାମଲାର ଶୁଣାଣି ହେବ।

Money Laundering Case Aam Aadmi Party ED Raid
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ