Advertisment

ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ପୁଣି ED ସମନ

ବହୁ ଚର୍ଚ୍ଚିତ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆପ୍ ଦଳର ଦୁଇ ପ୍ରମୁଖ ନେତା ମନୀଶ ସିସୋଦିଆ ଏବଂ ସଞ୍ଜୟ ସିଂ ଗିରଫ ହୋଇସାରିଛନ୍ତି।

Kejriwal

Kejriwal

Advertisment

କେଜ୍ରିୱାଲଙ୍କୁ ପୁଣି ଥରେ ଇଡି ସମନ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ଆବାହକ ଅରବିନ୍ଦ କେଜ୍ରିୱାଲଙ୍କୁ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପୁଣି ଥରେ ସମନ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଡିସେମ୍ବର ୨୧ରେ ତାଙ୍କୁ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ନୋଟିସ୍ କରାଯାଇଛି। ପୂର୍ବରୁ ମଧ୍ୟ ନଭେମ୍ବର ୨ରେ ହାଜର ହେବାକୁ ଇଡି ତାଙ୍କୁ ନୋଟିସ୍ କରିଥିଲା । ତେବେ ଏହି ନୋଟିସକୁ ଅସ୍ପଷ୍ଟ, ଉଦ୍ଦେଶ୍ୟମୂଳକ ଓ ବେଆଇନ ଦର୍ଶାଇ ହାଜର ହୋଇନଥିଲେ କେଜ୍ରିୱାଲ। ତେଣୁ ଇଡି ତାଙ୍କୁ ପୁଣି ଥରେ ସମନ କରିଛି । ସୂଚନା ଯୋଗ୍ୟ ଯେ, ବହୁ ଚର୍ଚ୍ଚିତ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆପ୍ ଦଳର ଦୁଇ ପ୍ରମୁଖ ନେତା ମନୀଶ ସିସୋଦିଆ ଏବଂ ସଞ୍ଜୟ ସିଂ ଗିରଫ ହୋଇସାରିଛନ୍ତି ।

Advertisment

Arvind Kejriwal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ