Advertisment

ଜେଲ୍‌ରୁ ବେଲ୍‌.. ହେଲେ CM ଅଫିସ୍ ମନା, ଯାହା କରିବେ ପଚାରିକି କରିବେ..!

ଜୁନ ୨ରେ ଜେଲ କର୍ତ୍ତୃପକ୍ଷଙ୍କ ପାଖରେ ସରେଣ୍ଡର କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

ଅଦ୍ୟତନ ହୋଇଛି
Arvind Kejriwal

Arvind Kejriwal

Advertisment

ସୁପ୍ରିମକୋର୍ଟରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଜାମିନ । ଏହି ଜାମିନ ଅବଧି ମଧ୍ୟରେ ସେ ରାଜନୈତିକ କାର୍ଯ୍ୟକ୍ରମରେ ସାମିଲ ହୋଇପାରିବେ ଦଳ ପାଇଁ ପ୍ରଚାର କରିପାରିବେ । ହେଲେ ମୁଖ୍ୟମନ୍ତ୍ରୀଙ୍କ ଅଫିସ କିମ୍ବା ଦିଲ୍ଲୀ ସଚିବାଳୟକୁ ଯାଇ ପାରିବେ ନାହିଁ କେଜ୍ରିୱାଲ । ଜୁନ୍ ୧ ପର୍ଯ୍ୟନ୍ତ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ । ମଦନୀତି ଦୁର୍ନୀତି ମାମଲାରେ ଗତ ମାର୍ଚ୍ଚ ୨୧ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କେଜ୍ରିୱାଲଙ୍କୁ ଗିରଫ କରିଥିଲା । ତେବେ ଆସନ୍ତା ଜୁନ ୨ରେ ଜେଲ କର୍ତ୍ତୃପକ୍ଷଙ୍କ ପାଖରେ ସରେଣ୍ଡର କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

Advertisment

ଦିଲ୍ଲୀ ସିଏମ୍ ଙ୍କୁ 'ସୁପ୍ରିମ' ଆଶ୍ୱସ୍ତି । ଜୁନ୍ ୧ ଯାଏ ଅରବିନ୍ଦ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ୍ ପ୍ରଦାନ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଜଷ୍ଟିସ ସଞ୍ଜୀବ ଖାନ୍ନା, ଜଷ୍ଟିସ ଦୀପଙ୍କର ଦତ୍ତାଙ୍କ ଖଣ୍ଡପୀଠ, ଦିଲ୍ଲୀ ମଦ ନୀତି ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡ୍ରିଂ ମାମଲାରେ କେଜରିୱାଲଙ୍କ ଜାମିନ୍ ଆବେଦନର ଶୁଣାଣି କରି ଏହି ରାୟ ଦେଇଛନ୍ତି । କୋର୍ଟ, ସର୍ତ୍ତମୂଳକ ଜାମିନ୍ ପ୍ରଦାନ କରିଥିଲେ ମଧ୍ୟ ନିର୍ବାଚନୀ ପ୍ରଚାର ନେଇ କୋର୍ଟ କୌଣସି ପ୍ରତିବନ୍ଧକ ଲଗାଇ ନାହାନ୍ତି ବୋଲି କହିଛନ୍ତି କେଜ୍ରିୱାଲଙ୍କ ଓକିଲ ।

ସୁପ୍ରିମକୋର୍ଟ ଆଜି ଅପରାହ୍ନରେ କେଜ୍ରିୱାଲଙ୍କୁ ଜୁନ ୧ ଯାଏ ଜାମିନରେ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ପରେ କେଜ୍ରିୱାଲ ୫୦ ହଜାର ଟଙ୍କାର ବ୍ୟକ୍ତିଗତ ବଣ୍ଡ ଦାଖଲ କରି ଜେଲରୁ ଖଲାସ ହୋଇଛନ୍ତି। କେଜ୍ରିୱାଲ ପ୍ରଥମେ ତିହାର ଜେଲର ନଂ ୨ ସେଲରୁ ବାହାରିଥିଲେ। ଏହାପରେ ଗେଟ ନମ୍ବର ୪ ଦେଇ ବାହାରକୁ ଆସିଥିଲେ। 

Advertisment

ସୁପ୍ରିମକୋର୍ଟଙ୍କ ଜାମିନ ନିର୍ଦ୍ଦେଶର କପି ସନ୍ଧ୍ୟା ପୂର୍ବରୁ ତିହାର ଜେଲ କର୍ତ୍ତୃପକ୍ଷଙ୍କ ପାଖରେ ପହଞ୍ଚିଥିଲା। ଏହାକୁ ଯାଞ୍ଚ କରିବା ପରେ କେଜ୍ରିୱାଲଙ୍କୁ ଜେଲରୁ ଛଡ଼ା ଯାଇଛି। କେଜ୍ରିୱାଲଙ୍କ ଜାମିନ ନିର୍ଦ୍ଦେଶ ପରେ ମିଠା ବାଣ୍ଟି ଉତ୍ସବ ପାଳିଥିବା ଶତାଧିକ ଆପ କର୍ମୀ ଆଜି ତିହାର ଜେଲ ବାହାରେ ମଧ୍ୟ ଏକାଠି ହୋଇଥିଲେ। ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବତ ସିଂହ ମାନ ମଧ୍ୟ କେଜ୍ରିୱାଲଙ୍କୁ ସ୍ୱାଗତ କରିବା ପାଇଁ ତିହାର ଜେଲ ବାହାରେ ପହଞ୍ଚିଥିଲେ। ଜେଲ ଭିତରୁ କେଜ୍ରିୱାଲ ସ୍ୱତନ୍ତ୍ର କନଭୟରେ ସିଧା ଘରକୁ ଯାଇଥିଲେ।

ସେ ଜାମିନରେ ଥିବା ବେଳେ ଉପ ରାଜ୍ୟପାଳ ଭିକେ ସକ୍ସେନାଙ୍କ ବିନା ଅନୁମତିରେ କୌଣସି ସରକାରୀ ଫାଇଲରେ ଦସ୍ତଖତ କରିପାରିବେ ନାହିଁ। ଦିଲ୍ଲୀ ଅବକାରୀ ନୀତି ମାମଲା କିମ୍ବା ତାଙ୍କ ବିରୋଧରେ ଥିବା ଅଭିଯୋଗ ସମ୍ପର୍କରେ ସେ ମୁହଁ ଖୋଲିପାରିବେ ନାହିଁ। 

Advertisment
Arvind Kejriwal Delhi CM ED AAP General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ