Advertisment

ଇତିହାସ ପାଲଟିଲା ଧାରା ୩୭୦; କେନ୍ଦ୍ରର ଉଚ୍ଛେଦ ନିଷ୍ପତ୍ତିକୁ ସଠିକ୍ କହିଲେ ସୁପ୍ରିମକୋର୍ଟ

କାଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାର ନିଷ୍ପତ୍ତି ବୈଧ । କେନ୍ଦ୍ରର ନିଷ୍ପତ୍ତିକୁ କାଏମ ରଖିଲେ ସୁପ୍ରିମକୋର୍ଟ । ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ନେଇ ବିରୋଧୀଙ୍କ ପ୍ରଶ୍ନ ଭିତରେ ଐତିହାସିକ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ ।

undefined

Article 370 abrogation in J-K valid

Advertisment

ଜାମ୍ମୁ କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । କେନ୍ଦ୍ରର ନିଷ୍ପତ୍ତିକୁ କାଏମ ରଖି ଉଚ୍ଚତମ ନ୍ୟାୟାଳୟ କହିଛନ୍ତି, ଧାରା ୩୭୦ ଉଚ୍ଛେଦ ଆଇନ ଅନୁସାରେ ଠିକ୍ । ସଂସଦର ନିଷ୍ପତ୍ତିରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିପାରିବନି । ରାଷ୍ଟ୍ରପତିଙ୍କ ନିଷ୍ପତ୍ତିରେ କିଛି ଭୁଲ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଧାରା ୩୭୦ ଜାମ୍ମୁ-କାଶ୍ମୀରକୁ ଭାରତରେ ମିଶ୍ରଣ ପାଇଁ, ଏହାଏକ ବାଧା ନୁହେଁ ବୋଲି ରାୟରେ ସ୍ପଷ୍ଟ କରିଛନ୍ତି ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ।

Advertisment

କାଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାର ନିଷ୍ପତ୍ତି ବୈଧ । କେନ୍ଦ୍ରର ନିଷ୍ପତ୍ତିକୁ କାଏମ ରଖିଲେ ସୁପ୍ରିମକୋର୍ଟ । ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ନେଇ ବିରୋଧୀଙ୍କ ପ୍ରଶ୍ନ ଭିତରେ ଐତିହାସିକ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ଉଚ୍ଚତମ ନ୍ୟାୟାଳୟଙ୍କ ୫ ଜଣିଆ ଖଣ୍ଡପୀଠ କହିଛନ୍ତି, ଭାରତ ସହ ଜାମ୍ମୁ ଓ କାଶ୍ମୀରର ବିଲୟ ପ୍ରକ୍ରିୟାକୁ ସହଜ କରିବା ଲାଗି ଧାରା ୩୭୦ ଉଦ୍ଦିଷ୍ଟ ଥିଲା । ଏହା ସଂପୂର୍ଣ୍ଣ ଭାବେ ଅସ୍ଥାୟୀ ବ୍ୟବସ୍ଥା ଥିଲା ଏବଂ ଏହାକୁ ରାଷ୍ଟ୍ରପତି ଉଚ୍ଛେଦ କରିବାରେ କୌଣସି ଅସୁବିଧା ନାହିଁ ।

ଜାମ୍ମୁ ଓ କଶ୍ମୀର ଭାରତର ଅଙ୍ଗ ହୋଇଥିବାରୁ ଏଠାରେ ଭାରତୀୟ ସମ୍ବିଧାନର ସମସ୍ତ ବ୍ୟବସ୍ଥା ଲାଗୁ କରାଯାଇପାରିବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି । ଜାମ୍ମୁ କାଶ୍ମୀର ପୁନର୍ଗଠନକୁ ମଧ୍ୟ କୋର୍ଟ ବୈଧ ଦର୍ଶାଇଛନ୍ତି । ସେହିପରି ଲଦାଖକୁ କେନ୍ଦ୍ର ଶାସିତ ଅଞ୍ଚଳର ମାନ୍ୟତା ଦିଆଯିବାରେ କୌଣସି ଆଇନଗତ ବାଧା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ସୁପ୍ରିମକୋର୍ଟ । ତେବେ ଜାମ୍ମୁ ଓ କାଶ୍ମୀର ରାଜ୍ୟ ମାନ୍ୟତା ଯଥାଶୀଘ୍ର ଫେରାଇ ଦିଆଯିବା ଉପରେ କୋର୍ଟ ଗୁରୁତ୍ୱ ଦେଇଛନ୍ତି । ଆସନ୍ତା ବର୍ଷ ସେପଟେମ୍ବର ୩୦ ସୁଦ୍ଧା ଏଠାରେ ନିର୍ବାଚନ କରାଇବାକୁ କୋର୍ଟ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Advertisment

ଏଥିସହ କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଜାମ୍ମୁ ଓ କାଶ୍ମୀରର ଯେତେବେଳେ ବିଲୟ ହେଲା ସେତେବେଳେ ଏହା ନିଜର ସର୍ବଭୌମତ୍ୱ ବଜାୟ ରଖିନଥିଲା । ଜାମ୍ମୁ ଓ କାଶ୍ମୀରର ସମ୍ବିଧାନ ସଭା କେବେ ବି ସ୍ଥାୟୀ ସଂସ୍ଥା ନଥିଲା । ତେଣୁ ରାଷ୍ଟ୍ରପତି ଏହାର ପରାମର୍ଶ ନେବା ଆଦୌ ଆବଶ୍ୟକ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି । ଅନ୍ୟପକ୍ଷରେ ସମ୍ବିଧାନର ଧାରା ୩୫୬ ଅର୍ଥାତ କୌଣସି ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ହେଲେ କେନ୍ଦ୍ର ଅନେକ ନିଷ୍ପତ୍ତି ନେଇଥାଏ । ତେବେ ଏହି ସମୟରେ କେନ୍ଦ୍ର ସରକାର ନେଉଥିବା ପ୍ରତ୍ୟେକଟି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରାଯାଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି ।

ସୁପ୍ରିମକୋର୍ଟଙ୍କ ରାୟକୁ ସ୍ୱାଗତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୋସିଆଲ ମିଡିଆ ଏକ୍ସରେ ମୋଦି ଲେଖିଛନ୍ତି- ଧାରା ୩୭୦ ଉଚ୍ଛେଦକୁ କାଏମ ରଖି ସୁପ୍ରିମକୋର୍ଟ ଐତିହାସିକ ରାୟ ଦେଇଛନ୍ତି । ସଂସଦରେ ସାମ୍ବିଧାନିକ ଭାବେ ଏହି ନିଷ୍ପତ୍ତି ହୋଇଥିଲା । ଏବେ ଜାମ୍ମୁ କାଶ୍ମୀରବାସୀଙ୍କ ପାଇଁ ନୂଆ ଆଶା, ସମୃଦ୍ଧି, ବିକାଶ ହେବ । ଜାମ୍ମୁ କାଶ୍ମୀର ଓ ଲଦାଖବାସୀଙ୍କ ସବୁ ସ୍ୱପ୍ନ ପୂରଣ କରାଯିବ ବୋଲି ମୋଦି ପ୍ରତିଶ୍ରୁତି ଦେଇଛନ୍ତି । ସେପଟେ ୩୭୦ ଉଚ୍ଛେଦ ଦେଶକୁ ଦୁର୍ବଳ କରିଥିବା ପିଡିପି ମୁଖ୍ୟ ମେହବୁବା ମୁଫତି କହିଥିବାବେଳେ ନାସନାଲ କନଫରେନ୍ସ ନେତା ତଥା ଜମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦ୍ଦୁଲା କହିଛନ୍ତି, ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ନେଇ ସେ ନିରାଶ ଅଛନ୍ତି ହେଲେ ହତୋତ୍ସାହିତ ନାହାଁନ୍ତି । ଦେଶର ବିଭିନ୍ନ ସ୍ଥାନରେ ସୁପ୍ରିମକୋର୍ଟଙ୍କ ରାୟକୁ ସ୍ୱାଗତ କରି ଉତ୍ସବ ପାଳନ କରାଯାଇଛି ।

Advertisment

ବ୍ୟୁରୋ ଇନପୁଟ୍ ସହ ନୂଆଦିଲ୍ଲୀରୁ ଶିବାନନ୍ଦ ରାଉତଙ୍କ ରିପୋର୍ଟ, ଓଟିଭି..

Supreme Court Article 370 Jammu Kashmir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ