Advertisment

ଜମ୍ମୁକାଶ୍ମୀର ଏନକାଉଣ୍ଟର : ଜଣେ ଯବାନ ଓ ସେନା କୁକୁର ସହିଦ, ଜଣେ ଆତଙ୍କୀ ସଫା

ଅପରେସନ ବେଳେ ସୁରକ୍ଷାକର୍ମୀଙ୍କୁ ବାଟ ଦେଖାଇଥିଲା ‘କେଣ୍ଟ’

ଅଦ୍ୟତନ ହୋଇଛି
 Brave Dog Kent

Brave Dog Kent

Advertisment

ଜମ୍ମୁକାଶ୍ମୀର ରଜୌରୀରେ ଏନକାଉଣ୍ଟରରେ ବେଳେ ଦେଶ ପାଇଁ ଜୀବନ ଦେଇଛି ସେନାର କୁକୁର କେଣ୍ଟ( Brave Dog Kent ) । ଆତଙ୍କବାଦୀ ମାନେ ଲୁଚିଥିବା ଖବର ପାଇଁ ସେନା ପକ୍ଷରୁ ସ୍ୱତନ୍ତ୍ର ଅପରେସନ କରାଯାଇଥିଲା । ୨୧ ଆର୍ମି ଡଗ୍ ୟୁନିଟର ଲାବ୍ରାଡର କୁକୁର କେଣ୍ଟ ଆଗରେ ରହି ସେମାନଙ୍କୁ ବାଟ ଦେଖାଉଥିଲା ।

Advertisment

ଆତଙ୍କବାଦୀମାନେ କିଛି ବିସ୍ଫୋରକ ସାମଗ୍ରୀ ରଖିଥିବା ସନ୍ଦେହରେ ତନ୍ନ ତନ୍ନ କରି ଯାଞ୍ଚ କରିଥିଲା । କିନ୍ତୁ ଏହି ସମୟରେ ଆତଙ୍କବାଦୀଙ୍କ ଟାର୍ଗେଟର ଶିକାର ହୋଇଥିଲା କେଣ୍ଟ । ଗୁଳିମାଡରେ ୬ ବର୍ଷର କେଣ୍ଟ ଦେଶ ପାଇଁ ଜୀବନ ଦେଇଥିଲା । ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିପାତ ହୋଇଥିବା ବେଳେ ଜଣେ ଯବାନ ସହିଦ ହୋଇଛନ୍ତି । ଘଟଣାସ୍ଥଳରୁ ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଛି । ...

Advertisment

ସୂଚନା ଅନୁସାରେ, ଗତକାଲି ରଜୌରୀ ଜିଲ୍ଲା ନରହ୍ଲା ଅଞ୍ଚଳରେ ଆତଙ୍କବାଦୀ ଲୁଚିଥିବା ନେଇ ଖବର ପାଇଥିଲେ ସୁରକ୍ଷାକର୍ମୀ। ସମଗ୍ର ଅଞ୍ଚଳରେ ସର୍ଚ୍ଚ ଅପରେସନ ସମୟରେ ଆତଙ୍କୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଆତଙ୍କୀଙ୍କ ଗୁଳି ବିନିମୟରେ 'କେଣ୍ଟ'ର ମୃତ୍ୟୁ ଘଟିଥିବା ଜମ୍ମୁ ଜୋନର ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ମୁକେଶ ସିଂହ କହିଛନ୍ତି।

Advertisment

J&K; Encounter
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ