Advertisment

କାଶ୍ମୀର କୁଲଗାମରୁ ଯବାନ ନିଖୋଜ; କାରରେ ପଡିଛି ଚପଲ, ଲାଗିଛି ରକ୍ତ ଛିଟା

ଛୁଟିରେ ଘରକୁ ବୁଲି ଆସିଥିବା ସୈନିକ ନିଖୋଜ। କାର୍ ନିକଟରୁ ଚପଲ ଏବଂ ରକ୍ତ ଛିଟା ଠାବ।

ଅଦ୍ୟତନ ହୋଇଛି
Jawan Missing

Jawan Missing

Advertisment

ଜମ୍ମୁ କାଶ୍ମୀର କୁଲଗାମ ଅଞ୍ଚଳରୁ ଯବାନ ନିଖୋଜ ଥିବାର ସୂଚନା ମିଳିଛି । ଜାବେଦ ଅହମ୍ମଦ ୱାନି ନାମକ ଯବାନଙ୍କୁ କେହି ଅପହରଣ କରିନେଇଥିବା ଅଭିଯୋଗ ହୋଇଛି । ଯବାନ ଜାଭେଦ ଅହମ୍ମଦ ୱାନୀଙ୍କ କାରରୁ ରକ୍ତ ଛିଟା ପଡିଥିବା ଦେଖାଦେଇଛି । ଘଟଣାପରେ ସେନା ପକ୍ଷରୁ ଯବାନଙ୍କୁ ଖୋଜିବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି ।

Advertisment

ସେନାର ଯବାନ ଜାଭେଦ ଅହମ୍ମଦ ୱାନୀ ଲଦାଖରେ କାର୍ଯ୍ୟରତ ଥିବା ବେଳେ କିଛି ଦିନ ତଳେ ଛୁଟିରେ ଘରକୁ ଆସିଥିଲେ। ତେବେ କିଏ ଆଉ କାହିଁକି ତାଙ୍କୁ ଅପହରଣ କରିଛି, ସେନେଇ କିଛି ସୁରାକ ମିଳିନି । ଅନ୍ୟପଟେ ଯବାନଙ୍କ ପରିବାର ସଦସ୍ୟ ତାଙ୍କୁ ଛାଡ଼ିଦେବା ଲାଗି ଆକୁଳ ନିବେଦନ କରିଛନ୍ତି ।

ସୂଚନାନୁଯାୟୀ ରାତି ପ୍ରାୟ ୮ ଟା ସମୟରେ ପାରାନହଲ ଗାଁରେ ତାଙ୍କ କାର୍ ଥିବା ଦେଖିବାକୁ ପାଇଥିଲେ । କିନ୍ତୁ କାରରେ ଜାଭେଦ ନଥିଲେ । ଅନଲକ୍ ହୋଇଥିବା କାର୍‌ରେ ଜାଭେଦଙ୍କ ଚପଲ ଏବଂ ରକ୍ତ ଦାଗ ଦେଖିବାକୁ ପାଇଥିଲେ ପରିବାର ଲୋକ । ଏନେଇ ଅଭିଯୋଗ କରିବା ପରେ ଭାରତୀୟ ସେନା ଏବଂ ପୋଲିସ ଜାଭେଦଙ୍କ ସନ୍ଧାନ ପାଇଁ ବ୍ୟାପକ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି । ସ୍ଥାନୀୟ ଅଞ୍ଚଳକୁ ଘେରା ବନ୍ଦୀ କରି ଖୋଜାଖୋଜି କରାଯାଉଛି ।

Advertisment
Jammu And Kashmir Jawan Missing
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ