Advertisment

ଭାରତୀୟ ସେନାର ୪ ଗୋଡ଼ିଆ ସୈନିକ, ଯିଏ ଶତ୍ରୁ ସୀମାର ୧୦ କିମି ଭିତରକୁ ପଶି କରିବ ଆକ୍ରମଣ

୧୦କିମି ରେଂଜ ଭିତରେ ରିମୋଟ୍ ଦ୍ୱାରା ନିୟନ୍ତ୍ରଣ ହେବ ..୪୫ଡିଗ୍ରୀ ତୀଖ ପାହାଡ ଚଢିପାରିବ MULE ..ଅଜଣାସ୍ଥାନରେ ଅପରେସନ ବେଳେ ସେନାକୁ ଯୋଗାଇବ ତଥ୍ୟ

ଅଦ୍ୟତନ ହୋଇଛି
Multi-utility legged equipment

Multi-utility legged equipment

Advertisment

ସହଜ ହେବ ଦୁର୍ଗମ ଅଞ୍ଚଳରେ ଅପରେସନ । ସେନାକୁ ସହାୟତା କରିବ ଅତ୍ୟାଧୁନିକ ୪ ପାଦ ବିଶିଷ୍ଟ ଯନ୍ତ୍ର । ଏହାକୁ ମଲ୍ଟି ୟୁଟିଲିଟି ଲେଗଡ ଇକ୍ୟୁପମେଣ୍ଟ(MULE) ବୋଲି କୁହାଯାଉଛି । ଏହି ଯନ୍ତ୍ରରେ କ୍ୟାମେରା ଓ ରାଡର ଖଂଜା ଯାଇଛି । ଏଥିରେ ୧୨ କିଲୋଗ୍ରାମ ଓଜର ପେଲୋଡ ରହିଛି ।

Advertisment

ଏହାକୁ ୱାଇଫାଇ କିମ୍ବା ଲଙ୍ଗ ଟର୍ମ ଇଭୋଲ୍ୟୁସ ଦ୍ୱାରା ନିୟନ୍ତ୍ରଣ ହୋଇପାରିବ । ନିକଟ ଅଞ୍ଚଳରେ କାର୍ଯ୍ୟ କରିବାକୁ ୱାଇଫାଇ ଓ ୧୦ କିଲୋମିଟର ରେଂଜ ଭିତରେ କାମ କରିବାକୁ LTE ବ୍ୟବହାର କରାଯିବ । ଏହାକୁ ରିମୋଟ କଣ୍ଟ୍ରୋଲରେ ନିୟନ୍ତ୍ରଣ କରାଯାଇପାରିବ । ଏଥିରେ ଥର୍ମାଲ କ୍ୟାମେରା ମଧ୍ୟ ଲଗାଯାଇପାରିବ । ଏହି ଯନ୍ତ୍ର ସବୁ ପ୍ରକାର ସ୍ଥିତି ଓ ଅଞ୍ଚଳରେ ବ୍ୟବହାର କରାଯାଇପାରିବ ।

ଏମିତି କି ବରଫାବୃତ୍ତ ହେଉ କି ପାହାଡ଼ ଏହା ସହଜରେ କାର୍ଯ୍ୟ କରିବ । ୪୫ ଡିଗ୍ରୀ ତିଖ ପାହାଡ଼ ଚଢ଼ି ପାରିବ । କୌଣସି ଅଜଣା ସ୍ଥାନରେ ଅପରେସନ ବେଳେ ଶତ୍ରୁର ଠିକଣା ଓ ସଠିକ ସ୍ଥାନ ନିରୂପଣ ପାଇଁ ଏହାକୁ ବ୍ୟବହାର କରାଯାଇପାରିବ । ଏହି ଯନ୍ତ୍ରରେ ଲାଗିଥିବା ୩୬୦ ଡିଗ୍ରୀ କ୍ୟାମେରା ଏସବୁର ତଥ୍ୟ ଦେବ । ଭାରତୀୟ ସେନାର ନର୍ଦ୍ଦନ କମାଣ୍ଡ ପକ୍ଷରୁ ଏହାକୁ ପ୍ରଦର୍ଶିତ କରାଯାଇଛି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ