Multi Utility Legged
ସହଜ ହେବ ଦୁର୍ଗମ ଅଞ୍ଚଳରେ ଅପରେସନ । ସେନାକୁ ସହାୟତା କରିବ ଅତ୍ୟାଧୁନିକ ୪ ପାଦ ବିଶିଷ୍ଟ ଯନ୍ତ୍ର । ଏହାକୁ ମଲ୍ଟି ୟୁଟିଲିଟି ଲେଗ୍ଡ ଇକ୍ୟୁପମେଣ୍ଟ ବୋଲି କୁହାଯାଉଛି । ଏହି ଯନ୍ତ୍ରରେ କ୍ୟାମେରା ଓ ରାଡାର ଖଂଜା ଯାଇଛି । ଏଥିରେ ୧୨ କିଲୋଗ୍ରାମ ଓଜନର ପେଲୋଡ ରହିଛି । ଏହା ୱାଇଫାଇ କିମ୍ବା ଲଙ୍ଗ ଟର୍ମ ଇଭୋଲ୍ୟୁସ ଦ୍ୱାରା ନିୟନ୍ତ୍ରଣ ହୋଇପାରିବ ।
ନିକଟ ଅଞ୍ଚଳରେ କାର୍ଯ୍ୟ କରିବାକୁ ୱାଇଫାଇ ଓ ୧୦ କିଲୋମିଟର ରେଂଜ ଭିତରେ କାମ କରିବାକୁ LTE ବ୍ୟବହାର କରାଯିବାର ବ୍ୟବସ୍ଥା ଏଥିରେ ରହିଛି । ଏହାକୁ ରିମୋଟ କଣ୍ଟ୍ରୋଲରେ ନିୟନ୍ତ୍ରଣ କରାଯାଇପାରିବ । ଏଥିରେ ଥର୍ମାଲ କ୍ୟାମେରା ମଧ୍ୟ ଲଗାଯାଇପାରିବ ।
ଏହି ଯନ୍ତ୍ରକୁ ସବୁ ପ୍ରକାର ସ୍ଥିତି ଓ ଅଞ୍ଚଳରେ ବ୍ୟବହାର କରାଯାଇପାରିବ । ଏମିତିକି ବରଫାବୃତ୍ତ ଅଞ୍ଚଳ ହେଉ କି ପାହାଡ଼, ଏହା ସହଜରେ କାର୍ଯ୍ୟ କରିବ । ଏହା ୪୫ ଡିଗ୍ରୀ ତିଖ ପାହାଡ଼ ବି ଚଢ଼ି ପାରିବ । କୌଣସି ଅଜଣା ସ୍ଥାନରେ ଅପରେସନ ବେଳେ ଶତ୍ରୁର ଠିକଣା ଓ ସଠିକ ସ୍ଥାନ ନିରୂପଣ ପାଇଁ ଏହାକୁ ବ୍ୟବହାର କରାଯାଇପାରିବ । ଏହି ଯନ୍ତ୍ରରେ ଲାଗିଥିବା ୩୬୦ ଡିଗ୍ରୀ କ୍ୟାମେରା ଏସବୁର ତଥ୍ୟ ଦେବ । ଭାରତୀୟ ସେନାର ନର୍ଦ୍ଦନ କମାଣ୍ଡ ପକ୍ଷରୁ ଏହାକୁ ପ୍ରଦର୍ଶିତ କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1694611061.jpg)