Advertisment

ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ ହମଲା, ସେନା ଅଧିକାରୀ ସହିଦ

ଜମ୍ମୁ କାଶ୍ମୀରରେ ସର୍ଚ୍ଚ ଅପରେସନ ବେଳେ ବଡ଼ ଅଘଟଣ । ଆତଙ୍କବାଦୀଙ୍କ ସହ ଏନକାଉଣ୍ଟର ବେଳେ ୪୮ ରାଷ୍ଟ୍ରୀୟ ରାଇଫଲର ଜଣେ କ୍ୟାପଟେନ ସହିଦ୍ ହୋଇଥିବା ସୂଚନା ମିଳିଛି।

ଅଦ୍ୟତନ ହୋଇଛି
Army Captain Killed In Jammu Kashmir Encounter

Encounter

Advertisment

ଜମ୍ମୁ କାଶ୍ମୀରରେ ସର୍ଚ୍ଚ ଅପରେସନ ବେଳେ ବଡ଼ ଅଘଟଣ । ୪୮ ରାଷ୍ଟ୍ରୀୟ ରାଇଫଲର ଜଣେ କ୍ୟାପଟେନ ସହିଦ୍ ହୋଇଥିବା ସୂଚନା ମିଳିଛି । ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ଏହି ଅଘଟଣ ଘଟିଛି । ସୂଚନା ଅନୁସାରେ ଜମ୍ମୁ କାଶ୍ମୀରର ଡୋଡା ଜିଲ୍ଲାର ଅସାର ଅଞ୍ଚଳର ଘଞ୍ଚ ଜଙ୍ଗଲ ଭିତରେ ଏକ ମିଳିତ ସର୍ଚ୍ଚ ଅପରେସନ ଚାଲିଥିଲା ।

Advertisment

ଶିବଗଡ-ଆସାର ଅଞ୍ଚଳରେ ୪ଜଣ ଆତଙ୍କବାଦୀ ଲୁଚିଥିବା ଖବର ପାଇ ମିଳିତ ଭାବେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଏଇ ସମୟରେ ଆତଙ୍କବାଦୀମାନେ ଗୁଳି ଚଳାଇବାରୁ ସେନା ଯବାନମାନେ ପାଲଟା ଗୁଳି ଚାଳନା କରିଥିଲେ । ଏନକାଉଣ୍ଟର ସମୟରେ ଜଣେ ସାଧାରଣ ନାଗରିକ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି ।

ଏଥିରେ ଜଣେ ଆର୍ମି କ୍ୟାପଟେନ ସହିଦ ହୋଇଛନ୍ତି । ତେବେ ମୃତ ଆର୍ମି କ୍ୟାପଟେନଙ୍କ ପରିଚୟ ମିଳି ପାରିନାହିଁ । ଆକ୍ରମଣ ପରେ ଆତଙ୍କବାଦୀମାନେ ଖସି ପଳାଇଥିବାରୁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଏବେ ୪ଜଣଙ୍କୁ ଖୋଜିବା ଆରମ୍ଭ କରାଯାଇଛି ।

Advertisment
Indian Army Encounter J&K; Encounter
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ