apart from india these 5 countries also celebrate their independence on 15th august see full report
ପାଖେଇ ଆସୁଛି ସ୍ୱାଧୀନତା ଦିବସ । ଆସନ୍ତା ଅଗଷ୍ଟ ମାସ ୧୫ ତାରିଖରେ ଇଂରେଜଙ୍କ ଦୀର୍ଘ ୨୦୦ ବର୍ଷ ଶାସନ କବଳରୁ ସ୍ୱାଧୀନତା ହାସଲ କରିଛି ଭାରତ । ଏହି ଅବସରରେ ସାରା ଦେଶ ବେଶ୍ ଧୁମ୍ଧାମ୍ରେ ୭୫ତମ ସ୍ୱାଧୀନତା ଦିବସ ପାଳନ କରିବ। ହେଲେ ଆପଣ ଜାଣନ୍ତି କି କେବଳ ଭାରତ ନୁହେଁ ଏହା ବ୍ୟତୀତ ଆହୁରି ଅନେକ ଦେଶ ଅଛନ୍ତି ଯେଉଁମାନେ ୧୫ ଅଗଷ୍ଟରେ ସେମାନଙ୍କର ସ୍ୱାଧୀନତା ଦିବସ ପାଳନ କରନ୍ତି । ତେବେ ଆସନ୍ତୁ ଜାଣିବା ସେହି ଦେଶ ଗୁଡିକ...
- ଦକ୍ଷିଣ କୋରିଆ (South Korea) :-
ଭାରତ ବ୍ୟତୀତ ଦକ୍ଷିଣ କୋରିଆ ମଧ୍ୟ ଏହି ଦିନ ସ୍ୱାଧୀନତା ଦିବସ ପାଳନ କରିଥାଏ । ପୂର୍ବରୁ ଏହି ଦେଶ ଜାପାନ ଦ୍ୱାରା ଅଧିକୃତ ହୋଇଥିଲା, କିନ୍ତୁ ୧୯୪୫ ମସିହା ଅଗଷ୍ଟ ମାସ ୧୫ ତାରିଖରେ ଏହି ଦେଶ ସ୍ୱାଧୀନ ହୋଇଥିଲା ।
- ଉତ୍ତର କୋରିଆ (North Korea) :-
ଉତ୍ତର କୋରିଆ ମଧ୍ୟ ଅଗଷ୍ଟ ୧୫କୁ ସ୍ୱାଧୀନତା ଦିବସ ଭାବେ ପାଳନ କରିଥାଏ । ପୂର୍ବରୁ ଏହି ଦେଶ ଜାପାନର ଅଧୀନରେ ଥିଲା। ଦକ୍ଷିଣ କୋରିଆର ସ୍ୱାଧୀନତା ପରେ ଏହା ମଧ୍ୟ ସ୍ୱାଧୀନ ହୋଇଥିଲା ।
- ବାହାରିନ (Bahrain) :-
୧୫ ଅଗଷ୍ଟ ୧୯୭୧ରେ ବାହାରିନ ସ୍ୱାଧୀନ ହେଲା । ବାହାରିନ ବ୍ରିଟେନ ଦ୍ୱାରା ଅଧିକୃତ ହୋଇଥିଲା। ଏହି ଦିନ ବାହାରିନର ଶାସକ ଇସା ବିନ୍ ସଲମାନ ଅଲ ଖଲିଫା ସିଂହାସନ ଦଖଲ କରିଥିଲେ।
- କଙ୍ଗୋ (Republic of the Congo):-
କଙ୍ଗୋ ୧୯୬୦ ମସିହା ଅଗଷ୍ଟ ମାସ ୧୫ ତାରିଖରେ ସ୍ୱାଧୀନତା ହାସଲ କରିଥିଲା । ଯାହାପରେ ଏହି ଦେଶ ଫ୍ରାନ୍ସ କବଳରୁ ମୁକ୍ତ ହୋଇଥିଲା। ଏହା ପରେ ଏହା ରିପବ୍ଲିକ୍ ଅଫ୍ କଙ୍ଗୋ ହେଲା ।
- ଲିଚଟେଷ୍ଟାଇନ୍ (Liechtenstein) :-
ଅଗଷ୍ଟ ମାସ ୧୮୬୬ ମସିହା ୧୫ ତାରିଖରେ ଲିଚଟେଷ୍ଟାଇନ୍ ଜର୍ମାନୀରୁ ସ୍ୱାଧୀନତା ହାସଲ କରିଥିଲା । ଯାହା ପରେ ଏହି ଦେଶ ୧୯୪୦ ମସିହା ପରଠାରୁ ହିଁ ଅଗଷ୍ଟ ୧୫କୁ ସ୍ୱାଧୀନତା ଦିବସ ଭାବରେ ପାଳନ କରିଆସୁଛି । ଏହା ଦୁନିଆର ସବୁଠାରୁ ଛୋଟ ଦେଶ ମଧ୍ୟରୁ ଗୋଟିଏ ଦେଶ ଭାବରେ ବିବେଚିତ ହୋଇଥାଏ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us