Advertisment

କୋଟା ଦେଖିଲା ଆଉ ଏକ ମୃତ୍ୟୁ, JEE ରେ ବିଫଳତା ପାଇଁ ଜୀବନ ହାରିଲେ ଛାତ୍ର !

କୋଚିଂର ହବ କହୁଥିବା ରାଜସ୍ଥାନର କୋଟାରେ ଆଉ ଜଣେ ଛାତ୍ର ଆତ୍ମହତ୍ୟା କରିଛନ୍ତି । JEE ପାଇଁ ପ୍ରସ୍ତୁତ ହେଉଥିବା ଜଣେ ୧୬ ବର୍ଷୀୟ ଛାତ୍ର ଆତ୍ମହତ୍ୟା କରିଛନ୍ତି ।

ଅଦ୍ୟତନ ହୋଇଛି
Kota

Kota

Advertisment

ଗତ କିଛି ମାସ ମଧ୍ୟରେ କୋଟାରେ ବଢ଼ି ଚାଲିଛି ଆତ୍ମହତ୍ୟା । ଅଭିଶପ୍ତ ପାଲଟିଛି ଏହି ଶିକ୍ଷାର ସହର । ଜୀବନ ନେଇ ତ ଆସୁଛନ୍ତି, କିନ୍ତୁ ଜୀବନ ନେଇ ଫେରିବାର ସମ୍ଭାବନା କମ୍ । କୋଚିଂର ହବ କହୁଥିବା ରାଜସ୍ଥାନର କୋଟାରେ ଆଉ ଜଣେ ଛାତ୍ର ଆତ୍ମହତ୍ୟା କରିଛନ୍ତି । JEE ପାଇଁ ପ୍ରସ୍ତୁତ ହେଉଥିବା ଜଣେ ୧୬ ବର୍ଷୀୟ ଛାତ୍ର ଆତ୍ମହତ୍ୟା କରିଛନ୍ତି । ଚଳିତ ବର୍ଷ କୋଟାରେ ଏହା ତୃତୀୟ ଘଟଣା ।

Advertisment

ସୂଚନା ଅନୁସାରେ ଛାତ୍ର ଜଣକ ଛତିଶଗଡ଼ର ବାସିନ୍ଦା । ସେ କୋଟାରେ ରହି ପଢ଼ୁଥିଲେ । ତେବେ ଗତକାଲି ରାତିରେ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣକଙ୍କର ନାମ ଶୁଭ ଚୌଧୁରୀ । ସେ ଚଳିତ ଥର JEE ମେନ୍ସ ପରୀକ୍ଷା ଦେଇଥିଲେ । ଏହାର ରେଜଲ୍ଟ ଗତ ସୋମବାର ପ୍ରକାଶ ପାଇଥିଲା ।

ତେବେ ଏହି ପରୀକ୍ଷାରେ ଫେଲ ହେବାରୁ ସେ ଆତ୍ମହତ୍ୟା କରି ଥାଇପାରନ୍ତି ବୋଲି ସାଧାରଣରେ ଆଲୋଚନା ହେଉଛି । ଏନେଇ ପୋଲିସ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ଅନ୍ୟପଟେ ଛାତ୍ରଙ୍କ ରୁମରୁ କୌଣସି ପ୍ରକାର ସୁଇସାଇଡ ନୋଟ ମଧ୍ୟ ମିଳିନାହିଁ ।

Advertisment

ମଙ୍ଗଳବାର ସକାଳେ ଶୁଭ ନିଜ ଫୋନ ରିସିଭ ନକରିବାରୁ ଅଭିଭାବକ ହଷ୍ଟେଲର ୱାର୍ଡେନଙ୍କୁ କହିଥିଲେ । ୱାର୍ଡେନ ଝୁଲନ୍ତା ଅବସ୍ଥାରେ ଶୁଭଙ୍କୁ ପାଇଥିଲେ । ପୋଲିସ ମୃତ ଶରୀରକୁ ଜବତ କରି ପୋଷ୍ଟ ମର୍ଟମ ପାଇଁ ପଠାଇ ଦେଇଛି । ଚଳିତ ବର୍ଷ ଏହା କୋଟାରେ ତୃତୀୟ ମାମଲା ହୋଇଥିବା ବେଳେ ଗତ ବର୍ଷ ୨୬ ଜଣ ଛାତ୍ରଛାତ୍ରୀ କୋଟାରେ ଆତ୍ମହତ୍ୟା କରିଥିଲେ ।

ସରକାରଙ୍କ ତରଫରୁ ବିଭିନ୍ନ ନିୟମ ଜାରି ସତ୍ତ୍ୱେ କୋଟାରେ ଆତ୍ମହତ୍ୟା କମୁନାହିଁ । ଶିକ୍ଷାର ସହରରେ କିଏ ବୁଣୁଛି ମୃତ୍ୟୁର ବୀଜ ? କାହିଁକି କୋଟାରେ ବଢୁଛି ଆତ୍ମହତ୍ୟା.. ପରୀକ୍ଷା, ପ୍ରେମ କି ପ୍ରେସର .. କଣ ଏହାର କାରଣ .. ସ୍ୱପ୍ନ ଦେଖିବା ଆଗରୁ ହିଁ ସାରି ଦେଉଛନ୍ତି ଜୀବନ .. ଦାୟୀ କିଏ ?

Advertisment

କାହିଁକି କୋଚିଂ ହବ ପାଲଟୁଛି ସୁଇସାଇଡ ହବ .. ବହି ବଦଳରେ ଆତ୍ମହତ୍ୟାର ପନ୍ଥା କାହିଁକି ବାଛୁଛନ୍ତି ଛାତ୍ରଛାତ୍ରୀ .. ସ୍ୱପ୍ନ ନେଇ ଆସୁଥିବା ଜୀବନକୁ ମାରି ଦେବାର ଉଦ୍ଦେଶ୍ୟ କଣ ..? ଏମିତି ଅନେକ ପ୍ରଶ୍ନ ଏବେ ପୂରା ଦେଶକୁ କବଳିତ କରିଛି । ବଢ଼ୁଥିବା ଆତ୍ମହତ୍ୟାକୁ ଦୃଷ୍ଟିରେ ରଖି ପ୍ରଶାସନ କେତେକ ପଦକ୍ଷେପ ମଧ୍ୟ ନେଇଛି ।

କୋଟାରେ ରାଙ୍କ ସିଷ୍ଟମକୁ ପ୍ରଶାସନ ପକ୍ଷରୁ ବନ୍ଦ କରି ଦିଆ ଯାଇଛି । ସେହିପରି ପ୍ରତ୍ୟେକ ପରୀକ୍ଷା ପରେ ଛୁଟି ଦେବାକୁ କୋଚିଂ ସେଣ୍ଟରକୁ ନିର୍ଦ୍ଦେଶ ଦିଆ ଯାଇଛି । ପଢ଼ାରେ କମଜୋର ଥିବା ଛାତ୍ରଛାତ୍ରୀଙ୍କୁ ସ୍ୱତନ୍ତ୍ର ଭାବେ ପ୍ରଶିକ୍ଷଣ ଦେବାକୁ ନିର୍ଦ୍ଦେଶ ରହିଛି । ତଥାପି କମୁନି ଛାତ୍ର ଆତ୍ମହତ୍ୟା .. ବିପଦରେ ପଡ଼ୁଛି ଦେଶର ଭବିଷ୍ୟତ ।

Student Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ