Advertisment

ପୁଣି ବିମାନକୁ ଟାର୍ଗେଟ୍; ସପ୍ତାହକରେ ୨୦ ବିମାନକୁ ବୋମାରେ ଉଡ଼ାଇବାକୁ ଧମକ

ପୁଣି ବିମାନରେ ବୋମା ଆତଙ୍କ। ବିମାନ ଚଳାଚଳ ପ୍ରକ୍ରିୟାରେ ବାଧା ସୃଷ୍ଟି କରିବା ପାଇଁ ସୋସିଆଲ ମିଡିଆରେ ପୁଣି ଧମକ ଦିଆଯାଇଛି। ଏଥର ଭିଷ୍ଟାରାର ଏକ ବିମାନକୁ ଟାର୍ଗେଟ୍ କରାଯାଇଛି।

ଅଦ୍ୟତନ ହୋଇଛି
bomb threat

bomb threat

Advertisment

ପୁଣି ବିମାନରେ ବୋମା ଆତଙ୍କ। ବିମାନ ଚଳାଚଳ ପ୍ରକ୍ରିୟାରେ ବାଧା ସୃଷ୍ଟି କରିବା ପାଇଁ ସୋସିଆଲ ମିଡିଆରେ ପୁଣି ଧମକ ଦିଆଯାଇଛି। ଏଥର ଭିଷ୍ଟାରାର ଏକ ବିମାନକୁ ଟାର୍ଗେଟ୍ କରାଯାଇଛି। ଯାହାକି ଫ୍ରାଙ୍କଫୋର୍ଟରୁ ମୁମ୍ବାଇ ଯିବାର ଥିଲା। ଆଜି ସକାଳେ ଧମକ ମିଳିବା ପରେ ବ୍ୟାପକ ସତର୍କତା ପଦକ୍ଷେପ ଗ୍ରହଣ କରାଯିବା ସହ ପାଇଲଟ ଏମର୍ଜେନ୍ସି ଲ୍ୟାଣ୍ଡିଂ କରିଥିଲେ।

Advertisment

ଭିଷ୍ଟାରାର ମୁଖପାତ୍ର କହିଛନ୍ତି ଯେ ଫ୍ଲାଇଟ୍ ୟୁକେ ୦୨୮କୁ ସୋସିଆଲ ମିଡିଆରେ ବୋମା ଧମକ ମିଳିଥିଲା। ପ୍ରୋଟୋକଲ୍ ଅନୁଯାୟୀ ସମ୍ପୃକ୍ତ ଅଧିକାରୀଙ୍କୁ ଏ ବିଷୟରେ ତୁରନ୍ତ ସୂଚନା ଦିଆଯାଇଥିଲା। ସକାଳ ୭ଟା ୪୦ରେ ବିମାନଟି ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏମର୍ଜେନ୍ସିଂ ଲ୍ୟାଣ୍ଡିଂ କରିଥିଲେ। ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଅବତରଣ କରିଥିଲେ। ସୂଚନାଯୋଗ୍ୟଯେ, ଗୋଟିଏ ସପ୍ତାହରେ ୨୦ଟି ବିମାନକୁ ବୋମା ଧମକ ମିଳିଛି। ପୂର୍ବରୁ ମିଳିଥିବା ୧୯ଟି ଧମକ ନକଲି ବୋଲି ଜଣାପଡିଛି।

ସୋମବାର, ଇଣ୍ଡିଆନ୍ ଏୟାରଲାଇନ୍ସର ତିନୋଟି ଆନ୍ତର୍ଜାତୀୟ ବିମାନରେ ବୋମା ଧମକ ମିଳିଥିବାବେଳେ ମଙ୍ଗଳବାର ଦିନ ୧୦ଟି ଓ ବୁଧବାର ୬ଟି ବିମାନକୁ ବୋମା ଧମକ ମିଳିଛି। ସମସ୍ତ ଧମକ ସୋସିଆଲ ମିଡିଆରେ ଦିଆଯାଇଥିଲା। ବିମାନ ଚଳାଚଳ ପ୍ରତି ବିପଦ ଥିବା ନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଉଦବେଗ ପ୍ରକାଶ କରିଛନ୍ତି। ଭାରତରେ ନାଗରିକ ବିମାନ ଚଳାଚଳ ପ୍ରକ୍ରିୟାରେ ବାଧା ସୃଷ୍ଟି କରିବା ପାଇଁ ଆସୁଥିବା ମିଛ କଲ୍‌, ସୋସିଆଲ ମିଡିଆ ପୋଷ୍ଟ୍‌ ଓ ଧମକପୂର୍ଣ୍ଣ ଇ-ମେଲ୍‌ ଯୋଗୁଁ ଜଟିଳ ସ୍ଥିତି ଉପୁଜୁଛି। ସେ କହିଛନ୍ତି ଯେ ଏଭଳି ବେଆଇନ କାର୍ଯ୍ୟକଳାପ ଗମ୍ଭୀର ଚିନ୍ତାର ବିଷୟ । ମନ୍ତ୍ରୀ ତାଙ୍କ ବିବୃତ୍ତିରେ ଏହା ମଧ୍ୟ କହିଛନ୍ତି ଯେ ମୁମ୍ବାଇ ପୋଲିସ ଧମକ ଦେଇଥିବା ଜଣେ ନାବାଳକକୁ ଗିରଫ କରିଛି। ଏଥିରେ ସଂପୃକ୍ତ ଅନ୍ୟମାନଙ୍କୁ ଖୁବଶୀଘ୍ର ଚିହ୍ନଟ କରାଯିବ।

Advertisment

ଏହି ଘଟଣାକୁ ଦୃଷ୍ଟିରେ ରଖି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏବଂ ଗୃହ ମନ୍ତ୍ରଣାଳୟ ସମେତ ସମ୍ପୃକ୍ତ ସରକାରୀ ମନ୍ତ୍ରଣାଳୟ ଏବଂ ଏଜେନ୍ସିମାନେ ବୈଠକ କରିଥିବା ସୂଚନା ମିଳିଛି। ଦେଶର ବିଭିନ୍ନ ସ୍ଥାନରେ ସୁରକ୍ଷା ଏଜେନ୍ସି ଏବଂ ପୋଲିସ ଫୋର୍ସ ଏହାକୁ ଯାଞ୍ଚ କରୁଛନ୍ତି । ସୂତ୍ରରୁ ଜଣାପଡିଛି ଯେ ସୁରକ୍ଷାକୁ କଡାକଡି କରାଯାଇଛି ଏବଂ ବିଭିନ୍ନ ବିମାନବନ୍ଦରରେ କର୍ମଚାରୀଙ୍କୁ ସତର୍କ କରାଯାଇଛି। ବାରମ୍ୱାର ଏପରି ଧମକ ମିଳିବା ଦ୍ୱାରା ଯାତ୍ରୀ ବିମାନରେ ଯାତ୍ରା କରିବା ସୁରକ୍ଷିତ ମନେ କରୁନାହାନ୍ତି। ଯାହାଦ୍ୱାରା ବିମାନ ସେବାରେ ଅନେକ ସମସ୍ୟା ଦେଖାଦେଉଛି ଏବଂ ଅଯଥା ଖର୍ଚ୍ଚ ମଧ୍ୟ ବଢ଼ୁଛି।

Bomb Threat
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ