• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଭାରତରେ ଯୌତୁକ ନେବା ଓ ଦେବା ଏକ ଅପରାଧ । କିନ୍ତୁ ବିବାହ ସମୟରେ ଉପହାର ସ୍ୱରୂପ ଅନେକ ଜିନିଷ ମିଳେ । ସୋସିଆଲ ମିଡିଆରେ ଏହିପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ନୋଏଡାର ଏକ ବିବାହ ସମାରୋହରେ ଘଟିଛି । ଏହି ଭାଇରାଲ୍ ଭିଡିଓରେ ବର ଓ କନ୍ୟା ଉପହାର ସ୍ୱରୂପ ଏତେ ଗୁଡ଼ିଏ ଆଇଟମ୍ ପାଇଛନ୍ତି ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । 

କଣ ସବୁ ମିଳିଛି ଉପହାର ? 

ଏହି ଉପହାର ମଧ୍ୟରେ ମର୍ସିଡିଜ୍ ଇ-କ୍ଲାସ୍, ଟୟୋଟା ଫର୍ଚୁନ୍, ୭ କିଲୋଗ୍ରାମ ରୂପା ଓ ୧.୨୫ କିଲୋଗ୍ରାମ ସୁନା ଦିଆଯାଇଛି । ଏହା ବ୍ୟତୀତ ୧ କୋଟି, ୧ ହଜାର ୧୫୧ ଟଙ୍କା ମଧ୍ୟ ମିଳିଛି । ଜଣେ ବ୍ୟକ୍ତି ନିଜେ ଏହାକୁ ପଢି ସର୍ବ ମମ୍ମୁଖରେ ଏହା ଘୋଷଣା କରୁଥିବାର ଭିଡ଼ିଓରେ ଦେଖିବାକୁ ମିଳିଛି ।

 

ସର୍ବ ସମ୍ମୁଖରେ ଘୋଷଣା...

ଭାଇରାଲ୍ ଭିଡିଓରେ ଦର୍ଶାଯାଇଛି ଯେ ଜଣେ ବ୍ୟକ୍ତି ତାଙ୍କ ହାତରେ କାଗଜ ଧରି 'ଡାଇନିଂ ସେଟ୍  ରହିଛି' ବୋଲି କହୁଛନ୍ତି । ଦୁଇଟି କାର ରହିଛି । ପ୍ରଥମଟି ହେଉଛି ମର୍ସିଡିଜ୍-ବେଞ୍ଜ୍ ଇ-କ୍ଲାସ୍ ଇ ୨୦୦ ଏବଂ ଦ୍ୱିତୀୟଟି ହେଉଛି ଟୟୋଟା ଫର୍ଚ୍ୟୁନର୍ । ମୋଟ ଉପରେ ୧.୨୫ କିଲୋଗ୍ରାମ ସୁନା ଏବଂ ୭ କିଲୋଗ୍ରାମ ରୂପା ରହିଛି । ଘୋଷଣା ପରେ ସେଠାରେ ବସିଥିବା ଲୋକମାନେ କରତାଳି ମଧ୍ୟ ମାରୁଛନ୍ତି ଓ ହସୁଛନ୍ତି ।

ଭିଡିଓ ଦେଖିବା ପରେ ଲୋକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ...

ଏହି ଭିଡିଓ ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ଏହି ଭିଡିଓ ଭାଇରାଲ ହେଉଛି । ଏହି ଭିଡିଓ ଏପର୍ଯ୍ୟନ୍ତ କୋଟି କୋଟି ଲାଇକ୍ ଓ ଲକ୍ଷ ଲକ୍ଷ ଭ୍ୟୁ ହୋଇସାରିଲାଣି । ସୋସିଆଲ ମିଡିଆରେ ଏହି ଭିଡିଓ ଦେଖି ଅନେକ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଓ ଅନେକ ଏହାକୁ ବିରୋଧ ମଧ୍ୟ କରୁଛନ୍ତି ।