Advertisment

‘ହ୍ୟାଲୋ, ଥରଟିଏ ମୋ ସହ କଥା ହୁଅ, ଶେଷଥର ପାଇଁ...’ ପାକିସ୍ତାନ ଯାଇଥିବା ଅଞ୍ଜୁଙ୍କୁ ଭଏସ୍‌ ମେସେଜ ପଠାଇଲେ ବାପା

ରାଜସ୍ଥାନର ଭିୱାଡିରୁ ସିଧା ଯାଇ ପାକିସ୍ତାନରେ ପହଞ୍ଚିଥିବା ଭାରତୀୟ ମହିଳା ଅଞ୍ଜୁ ପ୍ରସାଦ ଏବେ ଫତିମା ହୋଇଯାଇଛନ୍ତି। ପାକିସ୍ତାନୀ ଯୁବକଙ୍କ ପ୍ରେମରେ ପାଗଳ ହୋଇ ସ୍ୱାମୀ ଓ ଦୁଇ ପିଲାଙ୍କୁ ଛାଡ଼ି ସୀମା ଡେଇଁଛନ୍ତି ଭାରତର ଅଞ୍ଜୁ।

ଅଦ୍ୟତନ ହୋଇଛି
Anju Nasrullah News

Anju father sent to emotional voice message to her daughter

Advertisment

‘ଅଞ୍ଜୁ ମୋ ସହ କଥା ହୁଅ। ହ୍ୟାଲୋ ଅଞ୍ଜୁ ଥରଟିଏ ମୋ ସହ ଯୋଗାଯୋଗ କର, ପ୍ରଥମ ଓ ଶେଷଥର ପାଇଁ ମୁଁ ତୁମ ସହ କଥାହେବା ପାଇଁ ଚାହୁଁଛି।’...ଏଭଳି କିଛି ଭଏସ୍‌ ମେସେଜ ନିଜ ଝିଅଙ୍କ ପାଖକୁ ପଠାଇଛନ୍ତି ମଧ୍ୟପ୍ରଦେଶରେ ରହୁଥିବା ଜଣେ ବ୍ୟକ୍ତି। ରାଜସ୍ଥାନର ଭିୱାଡିରୁ ସିଧା ଯାଇ ପାକିସ୍ତାନରେ ପହଞ୍ଚିଥିବା ଭାରତୀୟ ମହିଳା ଅଞ୍ଜୁ ପ୍ରସାଦ ଏବେ ଫତିମା ହୋଇଯାଇଛନ୍ତି। ପାକିସ୍ତାନୀ ଯୁବକଙ୍କ ପ୍ରେମରେ ପାଗଳ ହୋଇ ସ୍ୱାମୀ ଓ ଦୁଇ ପିଲାଙ୍କୁ ଛାଡ଼ି ସୀମା ଡେଇଁଛନ୍ତି ଭାରତର ଅଞ୍ଜୁ।

Advertisment

ଫେସବୁକ୍‌ରୁ ଅଞ୍ଜୁଙ୍କ ପ୍ରେମ ଆରମ୍ଭ ହୋଇଥିଲା। ହେଲେ ଏହି ପ୍ରେମ ପାକିସ୍ତାନର ଜଣେ ଯୁବକଙ୍କ ସହ ହୋଇଥିଲା। ଏହାପରେ ଅଞ୍ଜୁ ତାଙ୍କୁ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ସେ ପାକିସ୍ତାନ ଚାଲି ଯାଇଛନ୍ତି। ପାକିସ୍ତାନର ଖାଇବର ପଖତୁନଖ୍ୱରେ ରହୁଥିବା ନସରୁହ୍ଲା ନାମକ ଯୁବକଙ୍କୁ ସେ ନିକାହ ମଧ୍ୟ କରିଛନ୍ତି। ହେଲେ ଏହି ଖବର ଯେତେବେଳେ ଅଞ୍ଜୁଙ୍କ ବାପା ଜାଣିଥିଲେ ଝିଅ ସହ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଛନ୍ତି।

ମଧ୍ୟପ୍ରଦେଶ ଗ୍ୱାଲିୟରରେ ରହୁଥିବା ଅଞ୍ଜୁଙ୍କ ବାପା ଗୟା ପ୍ରସାଦ ଝିଅ ଅଞ୍ଜୁଙ୍କ ପାଖକୁ ତାଙ୍କ ମୋବାଇଲ୍‌ ନମ୍ବରରେ ଏକ ଭଏସ୍‌ ମେସେଜ ପଠାଇଛନ୍ତି। ଏହି ମେସେଜରେ ସେ କହିଛନ୍ତି,‘ଅଞ୍ଜୁ ମୋ ସହ କଥା ହୁଅ। ହ୍ୟାଲୋ ଅଞ୍ଜୁ ଥରଟିଏ ମୋ ସହ ଯୋଗାଯୋଗ କର, ପ୍ରଥମ ଓ ଶେଷଥର ପାଇଁ ମୁଁ ତୁମ ସହ କଥାହେବା ପାଇଁ ଚାହୁଁଛି।’ ହେଲେ ଏନେଇ ଏବେସୁଦ୍ଧା ଅଞ୍ଜୁ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି।

Advertisment

କିଛିଦିନ ପୂର୍ବେ ଅଞ୍ଜୁଙ୍କ ବାପା କହିଥିଲେ ଯେ, ‘ଝିଅ ସହ ତାଙ୍କର କୌଣସି ସମ୍ପର୍କ ନାହିଁ।’ ଏସବୁ ଭିତରେ ଗୁରୁବାର ଦିନ ପାକିସ୍ତାନରୁ ଅଞ୍ଜୁଙ୍କର ଏକ ଭିଡିଓ ସାମ୍ନାକୁ ଆସିଥିଲା। ଯେଉଁଥିରେ ସେ ନସରୁହ୍ଲା ଓ ତାଙ୍କର କିଛି ବନ୍ଧୁଙ୍କ ସହ ଭୋଜନ କରୁଛନ୍ତି। ଏହି ଭିଡିଓ ସାମ୍ନାକୁ ଆସିବା ପରେ ଅଞ୍ଜୁଙ୍କ ବାପା ତାଙ୍କ ପାଖକୁ ଭଏସ୍‌ ମେସେଜ ପଠାଇଛନ୍ତି। ହେଲେ ଏବେ ଯାଏ ଏହାର କୌଣସି ପ୍ରତିକ୍ରିୟା ରଖି ନାହାନ୍ତି ଅଞ୍ଜୁ। 

ସୂଚନାଥାଉ କି, ଉତ୍ତର ପ୍ରଦେଶ କୈଲର ବାସିନ୍ଦା ଅଞ୍ଜୁ ୨୦୦୭ରେ ରାଜସ୍ଥାନର ଅରବିନ୍ଦଙ୍କୁ ବିବାହ କରିଥିଲେ। ଉଭୟ ଭିନ୍ନ ଭିନ୍ନ କମ୍ପାନୀରେ ଚାକିରି କରନ୍ତି । ଦୁହିଁଙ୍କର ଏକ ୧୫ ବର୍ଷୀୟା ଝିଅ ଓ ୫ ବର୍ଷୀୟ ପୁଅ ଅଛନ୍ତି। ହେଲେ କୁହାଯାଉଛି, ୨୦୨୦ରେ ଫେସବୁକ୍ ଚାଟିଂରୁ ବୟସରେ ୬ ବର୍ଷ ସାନ ଖାଇବର ପଖତୁନଖ୍ୱାର ଯୁବକ ନସରୁହ୍ଲାଙ୍କ ସହ ସଂପର୍କରେ ଆସିଥିଲେ ଅଞ୍ଜୁ। ଏହାପରେ ଏ ସଂପର୍କ ପ୍ରେମରେ ଏମିତି ବଦଳିଗଲା ଯେ ପ୍ରେମକୁ ପାଇବା ପାଇଁ ପାକିସ୍ତାନ ଚାଲି ଯାଇଛନ୍ତି ଅଞ୍ଜୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ