Advertisment

ଅମ୍ବାନୀଙ୍କ ଘରେ ବାଜିଲା ଶାହାନାଇ: ଯୁବ ଉଦ୍ୟୋଗୀଙ୍କ ହାତ ଧରିଲେ ଅନୀଲଙ୍କ ବଡ଼ ପୁଅ

ଅନୀଲ ଅମ୍ବାନୀଙ୍କ ବଡ଼ ପୁଅ ଅନମୋଲ ଅମ୍ବାନୀଙ୍କ ବିବାହ ଯୁବ ଉଦ୍ୟୋଗୀ କୃଶା ଶାହଙ୍କ ସହ ହୋଇଛି। ଅନୀଲ ଅମ୍ବାନୀଙ୍କ ମୁମ୍ବାଇ ବାସଭବନରେ ୨ ଦିନ ଧରି ଗ୍ରାଣ୍ଡ୍‌ ପାର୍ଟିର ଆୟୋଜନ ହୋଇଥିଲା।

ଅଦ୍ୟତନ ହୋଇଛି
Anil Ambani's Son Marriage

Anil Ambani's Son Marriage

Advertisment

ବିଶିଷ୍ଟ ଶିଳ୍ପପତି ଅନୀଲ ଅମ୍ବାନୀଙ୍କ ଘରେ ବାଜିଲା ଶାହାନାଇ। ଅନୀଲ ଅମ୍ବାନୀଙ୍କ ବଡ଼ ପୁଅ ଅନମୋଲ ଅମ୍ବାନୀଙ୍କ ବିବାହ ଯୁବ ଉଦ୍ୟୋଗୀ କୃଶା ଶାହଙ୍କ ସହ ହୋଇଛି। ଗତ ବର୍ଷ ଅନମୋଲ ଓ କୃଷାଙ୍କ ଏନ୍‌ଗେଜ୍‌ମେଣ୍ଟ ସରିଥିବା ବେଳେ ଗତକାଲି ବିବାହ ସମ୍ପନ୍ନ ହୋଇଛି। ବିବାହ ବେଳର ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। 

Advertisment

ଅନୀଲ ଅମ୍ବାନୀଙ୍କ ମୁମ୍ବାଇ ବାସଭବନରେ ୨ ଦିନ ଧରି ଗ୍ରାଣ୍ଡ୍‌ ପାର୍ଟିର ଆୟୋଜନ ହୋଇଥିଲା। ଏଥିରେ ବିଗ୍ ବି ଅମିତାଭ ବଚ୍ଚନଙ୍କ ପୁରା ପରିବାର ସାମିଲ ହୋଇଥିଲେ। ଅମିତାଭଙ୍କ ସମେତ ଜୟା, ଅଭିଷେକ, ଐଶ୍ୱର୍ଯ୍ୟାଙ୍କ ସମେତ କପୁର ପରିବାରର ଅନେକ ସଦସ୍ୟ, କିଛି ବରିଷ୍ଠ ଅଭିନେତା ଓ ରାଜନେତା ଏହି ଗ୍ରାଣ୍ଡ୍‌ ପାର୍ଟିରେ ସାମିଲ ହୋଇଥିଲେ।  

ବିବାହରେ ଅନମୋଲ ଲାଇଟ୍‌ ଗ୍ରେ ରଙ୍ଗର ଶେରୱାନି ପିନ୍ଧି ଥିବାବେଳେ କୃଶା ଲାଲ୍‌ ଓ ସିଲ୍‌ଭର୍‌ ରଙ୍ଗର ଲେହେଙ୍ଗାରେ ବେଶ୍‌ ସୁନ୍ଦର ଲାଗୁଥିଲେ। 

Advertisment


 
 
 
 
 
 
 
 
 
 
 
 
 
 

A post shared by anmol ambani (@anmol.a.ambani)

Anil Ambani's Son Marriage
Anil Ambani's Son MarriageAnil Ambani's Son Marriage

 
 

Krisha Shah Anmol Ambani Anil Ambani's Son Marriage Anil Ambani
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ